31 ଦାର୍ମୁପତିତା ରା଼ସ୍କି ଆ଼ହାମାନେ, "ଈଦାଣି ତାକି ଆ଼ବାଟି ତାଲି ତାଞ୍ଜିଇଁ ପିସାହାଁ ଜାହାରା ଡକ୍ରି ତା଼ଣା ଆଣ୍ଡିନେସି, ଅ଼ଡ଼େ ଏ଼ ରିଆରି ରଣ୍ତିଏ ଆଙ୍ଗା ଆ଼ନେରି ।" 32 ଈ ଦାର୍ମୁ ସା଼ସ୍ତେରିତା ରା଼ସ୍କି ଆ଼ହାମାନି ତା଼ଣା ହା଼ରେକା ଡ଼ୁଗାମାନି କାତା ମାନେ, ସାମା ନା଼ନୁ କ୍ରୀସ୍ତ ଅ଼ଡ଼େ କୁଲମିତି କାତା ୱେସିମାଞ୍ଜାଇଁ ।