10 ଡା଼ୟୁତି କାତା ଈଦି, ପ୍ରବୁ ତା଼ଣାଟି ବା଼ଡ଼୍ୟୁ ବେଟାଆ଼ହାଁ ଏ଼ୱାଣି ବା଼ଡ଼୍ୟୁଟି ବା଼ଡ଼୍ୟୁ ଗାଟାତେରି ଆ଼ଦୁ । 11 ମୀରୁ ଏ଼ନିକିଁ ସୟତାନତି ବାରେ ପ଼ଲ୍ଆ କାମାଟି ଜୀଣା ଆୟାଲି ଆ଼ଡିଦେରି, ଏ଼ଦାଆଁତାକି ମାହାପୂରୁ ହୀହାମାଞ୍ଜାନି ଜୁଜୁକିନି ଜୁତି ବାରେ ତୁର୍ଦୁ । 12 ଇଚିହିଁ ମା଼ ଜୁଜୁ ଦାର୍ତିତାରି କ଼ପାଟି ଆ଼ଏ, ସାମା ଲାକପୂରୁତି କାଜାପା଼ଣା କ଼ପାଟି, ସା଼ଲୱି କିନାରି କ଼ପାଟି ଈ ଆନ୍ଦେରିତି ପା଼ଣାଗାଟାରି କ଼ପାଟି ଅ଼ଡ଼େ ହା଼ଗୁ ପା଼କାତି ପ଼ଲ୍ଆ ଜୀୱୁୟାଁ କ଼ପାଟି ଜୁଜୁ କିହିମାନାୟି । 13 ଏ଼ଦାଆଁତାକି ନୀଏଁ ମାହାପୂରୁ ହୀହାମାଞ୍ଜାନି ଜୁଜୁକିନି ଜୁତିତି ତୁର୍ଦୁ, ଆତିହିଁ ଲାଗେଏତି ବେ଼ଲାତା ମୀରୁ ସାତ୍ରୁ ନ଼କିତା ନିଚାଲି ଆ଼ଡିଦେରି ଇଞ୍ଜାଁ ରା଼ନି ପାତେକା ଜୁଜୁକିହିଁ ତୀରିଆ଼ହାଁ ଡ଼ୟାଲି ଆ଼ଡିଦେରି । ରମିୟ ଦେ଼ସାତି କ଼ସ୍କା
14 ଇଚିହିଁ, ସାତାତି ଜାଟି ଟେଡେଲିତା ରୂପାକଡାହାଁ, ଦାର୍ମୁତି ବକ ପା଼ଟା ଲେହେଁ ତୁର୍ଦୁ, 15 ହିତ୍ଡ଼ି ହୀନି ନେହିଁ କାବ୍ରୁତାକି ଅ଼ଜିକିୱି ଆ଼ହାମାନି ସେପୁୟାଁ କଡାଣା ତୁର୍ହାଁ ଡା଼ଟା ଆ଼ହାମାଞ୍ଜୁ; 16 ବାରେବେ଼ଲା ନାମୁତି ଆଡୁ ପା଼ଟା ଆସାମାଞ୍ଜୁ, ଏ଼ଦାଣି ତଲେ ମୀରୁ ସୟତାନତି ବାରେ ଡ଼ୀଞ୍ଜିମାନି ଆପ୍କାତି ହିଚୁ ବାରେ ଡୁପ୍ହାଲି ଆ଼ଡିଦେରି । 17 ଅ଼ଡ଼େ, ଗେଲ୍ପିନି ଟ଼ପେରି ତା଼ର୍ୟୁଁତା ତୁର୍ଦୁ ଅ଼ଡ଼େ ସୁଦୁଜୀୱୁତି ହିୟାତି ମାହାପୂରୁତି ବ଼ଲୁତି କାଣ୍ତା ଆହ୍ଦୁ;