ଗୁରି ଇଟାମାନି ଟା଼ୟୁତା ହଣ୍ନାୟି
12 ନା଼ନୁ ନୀଏଁ ଏ଼ ବାରେ ବେଟାଆ଼ହାମାଇଁ ଇଞ୍ଜାଁ ନେହାଁତେଏଁ ଆ଼ହାମାଇଁ, ଏ଼ଦି ଆ଼ଏ, ସାମା କ୍ରୀସ୍ତ ଜୀସୁ ତା଼ଣାଟି ଆ଼ଚ୍ୱି ଆ଼ହାମାନାକି ଏ଼ଦାଆଁ ଆସାଲି ହଟିମାଇଁ । 13 ନା଼ ତାୟି ଅ଼ଡ଼େ ତାଙ୍ଗିସ୍କା ନା଼ନୁ ନୀଏଁ ପାତେକା ଆସାମାଇଁ ଇଞ୍ଜିଁ ଅଣ୍ପି ହିଲଅଁ, ସାମା ନା଼ନୁ ର଼ କାମା କିହିମାଇଁ, ଇଚିହିଁ ଡା଼ୟୁ ମାନି ବାରେ କାତା ହେକ କିହାଁ ନ଼କିତା ମାନାଣି ମେସାହାଁ ହଟିମାଇଁ, 14 କ୍ରୀସ୍ତ ଜୀସୁ ସା଼ୟେମି ତଲେ ଏମିନି ଲାକପୂରୁତି ବେଟାଆ଼ହାଲି ତାକି ମାହାପୂରୁ ନାଙ୍ଗେ ହା଼ଟାମାଞ୍ଜାନେସି ଏ଼ ଦା଼ନା ବେଟାଆ଼ହାଲି ତାକି ଗୁରି କିହାମାନି ଟା଼ୟୁ ୱାକି ଜୀୱୁ ତୁସାନା ହଟିମାଇଁ ।
15 ଏ଼ଦାଆଁତାକି ୱା଼ଦୁ, ମା଼ର ଏଚେକା ଲ଼କୁ ଟିକାଣା ଗାଟାତାୟି, ଇଲେତି ମ଼ନତଲେ ଅଣ୍ପିନ, ସାମା ଏ଼ ବାରେ କାତାତାକି ମୀ ଏଟ୍କାତି ଅଣ୍ପୁ ମାଚିହିଁ, ଆତିହିଁ ଈଦାଆଁ ଜିକେଏ ମାହାପୂରୁ ମୀ ନ଼କିତା ପୁଣ୍ମ୍ବି କିୟାନେସି;