ରା଼ନି ପ୍ରା଼ତାନା
20 ଆମିନି ହିତ୍ଡ଼ି ହିୟାନି ମାହାପୂରୁ କା଼ଲାକା଼ଲା ଡ଼ୟିନି ରା଼ଜିମା଼ନାତି ନେତେରି ତାକି, କାଜା ମେ଼ଣ୍ତା ଗ଼ଡ଼ୁ, ଇଚିହିଁ ମା଼ ପ୍ରବୁ ଜୀସୁଇଁ ହା଼ତାରି ତା଼ଣାଟି ନୀଟ୍ହା ମାନେସି; 21 ଏ଼ୱାଣି ନ଼କିତା ଏ଼ନାୟି ନେହାୟି, ଏ଼ଦାଆଁ ଏ଼ୱାସି ମା଼ ହିୟାଁତା ଜୀସୁ କ୍ରୀସ୍ତ ତା଼ଣାଟି ରା଼ପ୍ହାଁ ତାନି ମ଼ନଲେହେଁ କିହାଲି ମିଙ୍ଗେ ବାରେ ନେହିଁ କାମା କିୟାପେସି । ଏ଼ୱାଣାକି କା଼ଲାକା଼ଲାତି ଗା଼ୱୁରମି ଆ଼ପେ । ଆ଼ମେନ୍ ।