6 ସାମା ନୀଏଁ ଜୀସୁକି ଆମିନି ପୂଜେରା କାମା ହୀପ୍କି ଆ଼ହାମାନେ, ଏ଼ଦି ଏଟ୍କାତି ପୂଜେରାଙ୍ଗା କାମା କିହାଁ କାଜାୟି । ଏଲେକିହିଁଏ ମାହାପୂରୁ ଅ଼ଡ଼େ ମାଣ୍ସିୟାଁ ମାଦି ଏ଼ୱାସି ଆମିନି ରା଼ଜିମା଼ନା କିହାମାନେସି ଏ଼ଦି କାଜାୟି, ଇଚିହିଁ ଈ ମେ଼ରାତା ହା଼ରେକା କାଜା କାତା ହୀହାଲି ଆ଼ଞ୍ଜାମାନାୟି ମାନେ ।
7 ଇଚିହିଁ ତଲିତି ରା଼ଜିମା଼ନା ଏ଼ନି ଦ଼ହ ହିଲାଆତିହିଁମା, ଡା଼ୟୁ ଅ଼ଡ଼େ ଅ଼ର ରା଼ଜିମା଼ନା ଲ଼ଡ଼ା ଆ଼ଆତେମା । 8 ସାମା ମାହାପୂରୁ ତାନି ଲ଼କୁଇଁ ଦ଼ହ ଦସାହାଁ ଏ଼ୱାରାଇଁ ଏଲେଇଞ୍ଜି ମାନେସି,
"ପ୍ରବୁ ଏଲେଇଞ୍ଜି ମାନେସି, ମେହ୍ଦୁ ର଼ ଦିନା ୱା଼ହିମାନେ,
ଏଚିବେ଼ଲା ନା଼ନୁ ଇସ୍ରାୟେଲ କୂଡ଼ା ଅ଼ଡ଼େ ଜୀହୁଦା କୂଡ଼ା ତଲେ ର଼ ପୁଃନି ରା଼ଜିମା଼ନା ତୀରି କିଇଁ;
9 ଆମିନି କା଼ଲାତା ନା଼ନୁ ଏ଼ୱାରି ଆକୁୟାଁଣି କେସ୍କା ଆସାହାଁ ମିସର ଦେ଼ସାଟି ହ଼ପ୍ହା ତାଚାମାଚେଏଁ,
ଏ଼ ବେ଼ଲାତା ଏ଼ୱାରିତଲେ ନା଼ନୁ ଆମିନି ରା଼ଜିମା଼ନା କିହାମାଚେଏଁ, ଈ ରା଼ଜିମା଼ନା ଏଲେକିହିଁ ଆ଼ଏ;
ଇଞ୍ଜାଁ ଏ଼ୱାରି ନା଼ ରା଼ଜିମା଼ନାତା ତୀରି ଆ଼ହିଁ ମାନାଆତେରି,
ଇଞ୍ଜାଁ ନା଼ନୁ ଏ଼ୱାରାଇଁ ମ଼ନ ହୀଆତେଏଁ, ପ୍ରବୁ ଈ କାତା ଏଲେ ଇଞ୍ଜିମାନେସି ।
10 ପ୍ରବୁ ଏଲେଇଞ୍ଜି ମାନେସି,
ଡା଼ୟୁ ନା଼ନୁ ଇସ୍ରାୟେଲ କୂଡ଼ା ତଲେ ଈ ରା଼ଜିମା଼ନା କିଇଁ, ଏ଼ଦି ଈଦି,
ନା଼ନୁ ଏ଼ୱାରି ମ଼ନତା ନା଼ ମେ଼ରା ହୀଇଁ,
ଏ଼ୱାରି ହିୟାଁତା ଏ଼ ବାରେ ରା଼ଚିଇଁ,
ଅ଼ଡ଼େ ଏ଼ୱାରି ମାହାପୂରୁ ନା଼ନୁ ଆ଼ଇଁ,
ଅ଼ଡ଼େ ଏ଼ୱାରି ନା଼ ଲ଼କୁ ଆ଼ନେରି ।
11 ମାହାପୂରୁଇଁ ପୁଞ୍ଜୁ ଇଞ୍ଜିଁ ଏ଼ୱାରି ବିତ୍ରାଟି ରଅସିୱା ତାମି କୂଡ଼ାତି ଗା଼ଡ଼ାତାରାଇଁ ୱେହ୍ଅସି,
ଇଞ୍ଜାଁ ତାମି ତାୟିୟାଁଇଁ କି ପା଼ଡ଼ିତାରାଇଁ ଜା଼ପ୍ଅରି,
ଏ଼ନାଆଁତାକି ଇଚିହିଁ ଊଣାଟିଏ କାଜାରି ପାତେକା ଏ଼ୱାରି ବାରେଜା଼ଣା ନାଙ୍ଗେ ପୁଞ୍ଜାମାନେରି ।
12 ନା଼ନୁ କାର୍ମାମେସାନା ଏ଼ୱାରି ବାରେ ପା଼ପୁ ମ୍ଣେକ୍ଇଁ,
ଅ଼ଡ଼େ ଏ଼ୱାରି ଲାଗେଏ କିନାଣି ଏଚେଲାୱା ଅଣ୍ପଅଁ ।"
13 ମାହାପୂରୁ ର଼ ପୁଃନି ରା଼ଜିମା଼ନା କିତାକି ତଲିତି ରା଼ଜିମା଼ନାଇଁ ପ୍ଣାଃଇ ରା଼ଜିମା଼ନା କିହାମାନେସି; ଇଞ୍ଜାଁ ଅ଼ଡ଼େ ଆମିନି ପ୍ଣାଃଆୟି ଲ଼ଡ଼ା ହୀଆଗାଟାୟି ଆ଼ହାମାନେ, ଏ଼ଦି ଗା଼ଡ଼େକେଏ ମେଣ୍ଙ୍ଗିନେ ।