27 ସୀର୍ନି ରା଼ନ୍ଦା ତାକି କାମା କିଆନା, କା଼ଲାକା଼ଲାତି ଜୀୱୁତାକି ଡ଼ୟିନି ରା଼ନ୍ଦା ତାକି କାମା କିଦୁ, ଏ଼ ରା଼ନ୍ଦା ମାଣ୍ସି ମୀର୍ଏସି ମିଙ୍ଗେ ହିୟାନେସି, ଇଚିହିଁ ତାନି ଆ଼ବା ମାହାପୂରୁ ଏ଼ୱାଣାକି ଅଦିକାରା ହୀହାମାନେସି ।"
28 ଏମ୍ବାଟିଏ ଏ଼ୱାରି ଏ଼ୱାଣାଇଁ ୱେଚେରି, "ମାହାପୂରୁତି ବାରେ କାମା କିହାଲି ତାକି ମାଙ୍ଗେ ଏ଼ନାଆଁ କିହାଲି ଆ଼ନେ ?"
29 ଜୀସୁ ଏ଼ୱାରାଇଁ ଏଲେଇଚେସି, "ମାହାପୂରୁ ଆମ୍ବାଆରାଇଁ ପାଣ୍ତାମାଞ୍ଜାନେସି, ଏ଼ୱାଣି ତା଼ଣା ନାମିନାୟି ମାହାପୂରୁତି କାମା ।"