4 ଜସେପ ଜିକେଏ ଦ଼ରୁ ରା଼ଚି କିହାଲି ମରିୟମନି ତଲେ ଗାଲିଲିତି ନା଼ଜରିତ ଗା଼ଡ଼ାଟି ଜୀହୁଦା ରା଼ଜିତି ବେତଲିହିମ ଇନି ଦାୱୁଦ ଗା଼ଡ଼ାତା ହାଚେସି, ଇଚିହିଁ ଏ଼ୱାସି ଦାୱୁଦ କୂଡ଼ା ଇଞ୍ଜାହାଁ ଏ଼ ଗଚିତାସି ମାଚେସି; 5 ଏ଼ୱାସି ଦ଼ରୁ ରା଼ଚି କିୟାଲି ମରିୟମନି ତଲେ ହାଚେସି, ଏ଼ଦି ଏ଼ୱାଣାକି ବୀହା ଆ଼ହାଲି ରୀସ୍ପି ଆ଼ହାମାଚେ ଅ଼ଡ଼େ ଏ଼ଦି ପୂରାମା଼ସା ଆ଼ହାମାଚେ । 6 ଅ଼ଡ଼େ ଏ଼ ଲ଼କୁ ବେତଲିହିମତା ମାନିବେ଼ଲା, ଏ଼ଦାନାକି ଜାର୍ନିକିନି କାଟୁ ଏଗାୱା଼ତେ, 7 ଇଞ୍ଜାଁ ଏ଼ଦି ତାନି ପା଼ଣ୍ୱା ମୀର୍ଏଣାଇଁ ଜାର୍ନିକିତେ ଇଞ୍ଜାଁ ହିମ୍ବରି ପ୍ଡିକ୍ହାଁ କ଼ଡିୟାଁ ଗହ୍ନି ଡଂଗତା ତ୍ରିପ୍ହେ, ଇଚିହିଁ ଏ଼ ଲ଼କୁତାକି ବାସାଟା଼ୟୁ ହିଲାଆତେ ।