1 ପ୍ରବୁ ମାହାପୂରୁତି ଜୀୱୁ ନା଼ ତା଼ଣା ମାନେ;
ଇଚିହିଁ ସୁଦୁ ସୁୱାଲା ଲ଼କୁ ତା଼ଣା ନେହିଁ କାବ୍ରୁ ୱେ଼କ୍ହାଲି ତାକି ପ୍ରବୁ ନାଙ୍ଗେ ବ଼ର ହୀହାମାଞ୍ଜାନେସି;
ଏ଼ୱାସି ଡୀତି ହିୟାଁଗାଟି ଲ଼କୁ ତା଼ଣା ହିତ୍ଡ଼ି ହୀହାଲି,
ଦସ୍ପି ଆ଼ହାମାନି ଲ଼କୁଣି ଗେଲ୍ପାଲି
ଅ଼ଡ଼େ କାୟିଦିତା ମାନି ଲ଼କୁଣି କାୟିଦିଟି ଗେଲ୍ପିଆ଼ନି କାତା ୱେ଼କ୍ହାଲି;
2 ପ୍ରବୁତି ଅ଼ପିନି ବାର୍ସା ଅ଼ଡ଼େ ମା଼ ମାହାପୂରୁତି ବାଦୁଲି ଅ଼ନି ଦିନା ୱେ଼କ୍ହାଲି;
ଡ଼ୀହିମାନି ଲ଼କୁଣି ସା଼ସା ହୀହାଲି;
3 ସିୟନତି ଡ଼ୀହିମାନି ଲ଼କୁ ତା଼ର୍ୟୁଁତି ଦାର୍ମ୍ବୁ ବାଦୁଲି ନେହିଁ ଟ଼ପେରି,
ଦୁକୁତି ବାଦୁଲି ସୁକୁତି ନିୟୁଁ, ନୀରାସା ବାଦୁଲି ରା଼ହାଁତି ହିମ୍ବରି ହୀହାଲି
ଏ଼ୱାସି ନାଙ୍ଗେ ପାଣ୍ତାମାଞ୍ଜାନେସି;
ଏଚେଟିଏ ପ୍ରବୁ ଏ଼ନିକିଁ ଗା଼ୱୁରମି ବେଟାଆ଼ନେସି,
ଈଦାଆଁତାକି ଏ଼ୱାରି ଦାର୍ମୁତି ମା଼ର୍ନୁ ଅ଼ଡ଼େ ତାନି ବା଼ଡ଼ା ଇଞ୍ଜିଁ ୱେ଼ଙ୍ଗିନେରି।
4 ଇଞ୍ଜାଁ ଏ଼ୱାରି ନା଼ସା ଆ଼ହାମାନି ବାରେ ପ୍ଣାଃଇ ଟା଼ୟୁ ତିୟାରା କିନେରି,
ତଲି କା଼ଲାତି ନସ୍ତ ଆ଼ହାମାନି ଟା଼ୟୁ ନିକ୍ନେରି,
ଅ଼ଡ଼େ ଏ଼ୱାରି ନା଼ସା ଆ଼ହାମାନାଣି ଅ଼ଡ଼େ ହା଼ରେକା ମାଣ୍ସି ପା଼ଣାପା଼ଟୁ ନସ୍ତ ଆ଼ହାମାନି ଗା଼ଡ଼ାୟାଁ ବାରେ ପୁଃନି କିନେରି।
5 ଇଞ୍ଜାଁ ପୁନାଆତି ଲ଼କୁ ମୀ ମେ଼ଣ୍ତାୟାଁ ମାନ୍ଦା ମେଚାଲି ନିନେରି,
ଅ଼ଡ଼େ ଏଟ୍କା ଦେ଼ସାତାରି ମୀ ଆର୍ନା ଗୁଡିୟା ଅ଼ଡ଼େ ଅଙ୍ଗୁରି ବା଼ଡ଼ାତି କାମା କିନାରି ଆ଼ନେରି।
6 ସାମା ମୀରୁ ପ୍ରବୁତି ପୂଜେରାଙ୍ଗା ଇଞ୍ଜିଁ ୱେ଼ଙ୍ଗିଦେରି;
ଲ଼କୁ ମିଙ୍ଗେ ମା଼ ମାହାପୂରୁତି ସେ଼ବା କିନାରି ଇଞ୍ଜିଁ ହା଼ଟାନେରି;
ମୀରୁ ଏଟ୍କା ଦେ଼ସା ଲ଼କୁତି ବାତ୍କୁତି ବେଟାଆ଼ଦେରି ଅ଼ଡ଼େ ମୀରୁ ବଡପଣ ଆ଼ଦେରି।
7 ମୀରୁ ଲାଜାତି ବାଦୁଲି ରୀ ଗୂଣୁ ମା଼ନି ବେଟାଆ଼ଦେରି;
ଅ଼ଡ଼େ ହୀଣିତି ବାଦୁଲି ଏ଼ୱାରି ଜାହାରା ଅଦିକାରାତା ରା଼ହାଁ କିନେରି;
ଈଦାଆଁତାକି ଏ଼ୱାରି ଜାହାରା ଦେ଼ସାତା ରୀ ଗୂଣୁ ବା଼ଗା ବେଟାଆ଼ନେରି;
ଏ଼ୱାରି କା଼ଲେଏତି ରା଼ହାଁ ବେଟାଆ଼ନେରି।
8 ଇଚିହିଁ ନା଼ନୁ ପ୍ରବୁତେଏଁ ନୀହାଁୟି ଜୀୱୁ ନ଼ନାତେଏଁ,
ଅ଼ଡ଼େ ନା଼ନୁ ଲାଗେଏତାଣି ଅ଼ଡ଼େ ସ଼ରୁ କିନାଣି ଅ଼ପଅଁ;
ଅ଼ଡ଼େ ନା଼ନୁ ସାତା ତଲେ ଏ଼ୱାରି କାମାତି ପା଼ଡ଼େୟି ହୀଇଁ
ଅ଼ଡ଼େ ଏ଼ୱାରି ତଲେ କା଼ଲେଏତି ର଼ ରା଼ଜିମା଼ନା କିଇଁ।
9 ଇଞ୍ଜାଁ ଏ଼ୱାରି କୂଲୁ ଏଟ୍କା ଦେ଼ସାତାରି ବିତ୍ରା ଅ଼ଡ଼େ ଏ଼ୱାରି ମୀର୍କା ଦେ଼ସାତି ଲ଼କୁ ବିତ୍ରା ୱେ଼ଙ୍ଗିନେରି;
ଏ଼ୱାରି ପ୍ରବୁତି ବ଼ର ବେଟାଆ଼ନି କୂଲୁ ଇଞ୍ଜିଁ ଏ଼ୱାରାଇଁ ମେହ୍ନି ଲ଼କୁ ପୁନେରି।
10 ନା଼ନୁ ପ୍ରବୁ ତା଼ଣା ହା଼ରେକା ରା଼ହାଁ କିଇଁ; ନା଼ ଜୀୱୁ ନା଼ ମାହାପୂରୁ ତା଼ଣା ରା଼ହାଁ ଆ଼ନେ;
ଇଚିହିଁ ହନେଏସି ଏ଼ନିକିଁ ସାଜୁ ଆ଼ନେସି ଅ଼ଡ଼େ ମା଼ଙ୍ଗା ଏ଼ନିକିଁ ବାଂଗାରା ୱେଣ୍ତି ତଲେ ସାଜୁ ଆ଼ନେ,
ଏଲେକିହିଁ ଏ଼ୱାସି ଗେଲ୍ପିନି ବାସ୍ତେରି ତଲେ ନାଙ୍ଗେ ସାଜୁ କିହାମାଞ୍ଜାନେସି
ଅ଼ଡ଼େ ଦାର୍ମୁ ରା଼ଜିତି ବାସ୍ତେରି ନାଙ୍ଗେ ପର୍ୱି କିହାମାଞ୍ଜାନେସି।
11 ଇଚିହିଁ ବୂମି ଏ଼ନିକିଁ ଗଜା ନେୟିଁକିହାଁ ପାଙ୍ଗାତା ହ଼ପ୍ନେ
ଅ଼ଡ଼େ ବା଼ଡ଼ା ଏ଼ନିକିଁ ମାଟିନି ପା଼ଡ଼େୟି ନେୟିଁ କିନେ,
ଏଲେକିହିଁଏ ପ୍ରବୁ ମାହାପୂରୁ ବାରେ ଦେ଼ସାତି ଲ଼କୁ ତା଼ଣା ଦାର୍ମୁ ଅ଼ଡ଼େ ରା଼ହାଁ ନେୟିଁ କିନେସି।