1 "ଇଦମଟି ଗାଦ୍ଗା ହିମ୍ବରି ହୁଚାହାଁ ବସ୍ରାଟି ୱା଼ହିମାନେସି ଏ଼ୱାସି ଆମ୍ବାଆସି ? ତାନି ହୁଚାମାନି ହିମ୍ବରି ତଲେ ଗା଼ୱୁରମି ଅ଼ଡ଼େ ତାନି କାଜା ବା଼ଡ଼୍ୟୁ ତଲେ ୱା଼ହିମାନେସି, ଏ଼ୱାସି ଆମ୍ବାଆସି ? ନା଼ନୁ ଦାର୍ମୁ ତଲେ ଜ଼ଲିନାତେଏଁ ଅ଼ଡ଼େ ଗେଲ୍ପାଲି ଆ଼ଡିନାତେଏଁ।
2 ନୀ ହୁଚାମାନି ବାସ୍ତେରି ନେତେରି ୱା଼ଣା ଅ଼ଡ଼େ କୁଣ୍ତିତା ଅଙ୍ଗୁରି ପୀଡ଼ିକିନାରି ବାସ୍ତେରି ଲେହେଁ ଏ଼ନାଆଁତାକି ?"
3 ନା଼ନୁ ରଅତେଏଁ ଅଙ୍ଗୁରି ପୀଡ଼ିକିହାମାଇଁ ଅ଼ଡ଼େ ଲ଼କୁ ନା଼ ତଲେ ଆମ୍ବାଆରି ହିଲାଆତେରି; ନା଼ନୁ ନା଼ କାର୍ବି ତଲେ ଏ଼ୱାରାଇଁ ତୁଡ଼୍ବିତେଏଁ ଅ଼ଡ଼େ ନା଼ କ଼ପାଟି ଏ଼ୱାରାଇଁ ପୀଡ଼ିକିତେଏଁ ଏ଼ଦାଆଁତାକି ଏ଼ୱାରି ଜୀୱୁତି ନେତେରି ନା଼ ବାସ୍ତେରିତା ରୂଡାତେ ଅ଼ଡ଼େ ନା଼ନୁ ନା଼ ହୁଚାମାନି ବାସ୍ତେରି ବାରେ ସିନା କିହାମାଇଁ। 4 ଇଚିହିଁ ବାଦୁଲି ଅ଼ନି ଦିନା ନା଼ ହିୟାଁତା ମାଚେ, ଅ଼ଡ଼େ ନା଼ ଗେଲ୍ପି ଆ଼ହାମାନି ଲ଼କୁତି ବାର୍ସା ୱା଼ହାମାନେ। 5 ଅ଼ଡ଼େ ନା଼ନୁ ସିନିକିତେଏଁ, ସା଼ୟେମି କିହାଲି ଆମ୍ବାଆସି ହିଲାଆତେସି ଅ଼ଡ଼େ ସା଼ୟେମି ଆ଼ହାଲି ଆମ୍ବାଆସି ହିଲାଆତାକି ନା଼ନୁ ଆଡାଜାକା ଆ଼ତେଏଁ; ଈଦାଆଁତାକି ନା଼ ବାହା ନା଼ ତା଼ଣା ଗେଲ୍ପିନାଣି ତାତେ ଅ଼ଡ଼େ ନା଼ କ଼ପା ନା଼ ସା଼ୟେମି କିୟାତେ। 6 ଇଞ୍ଜାଁ ନା଼ନୁ ନା଼ କାର୍ବିଟି ଲ଼କୁଣି ତୁଡ଼୍ବିତେଏଁ ଅ଼ଡ଼େ ନା଼ କ଼ପାଟି ଏ଼ୱାରାଇଁ ହ଼ଚିକିତେଏଁ, ଇଞ୍ଜାଁ ଏ଼ୱାରି ଜୀୱୁତି ନେତେରି ବୂମିତା ୱା଼କ୍ହେଏଁ।
7 ମା଼ର ପ୍ରବୁତି ଜୀୱୁ ନ଼ହାମାନି କାର୍ମା ପା଼ଚିନ ଅ଼ଡ଼େ ପ୍ରବୁ ଏମିନି ମା଼ ବାରେ ନେହିଁ କିହାମାଞ୍ଜାନେସି,
ଅ଼ଡ଼େ ତାନି ରା଼ଜିମା଼ନାତି କାର୍ମା ଅ଼ଡ଼େ ହା଼ରେକା ଜୀୱୁନ଼ନି କାର୍ମା ତଲେ ଇସ୍ରାୟେଲ କୂଲୁତି ଏମିନି ହା଼ରେକା ନେହେଁ କିହାମାନେସି,
ଏଲେକିହିଁ ମା଼ର ପ୍ରବୁତି ଜହରା କିନ।
8 ଇଚିହିଁ ଏ଼ୱାସି ଏଲେଇଚେସି, ସାତେଏ ଏ଼ୱାରି ନା଼ ଲ଼କୁ, ଇଲେତି ମୀର୍କା ମାନେରି ଆମ୍ବାଆରି ନା଼ଡ଼ି କିଅରି; ଏ଼ଦାଆଁତାକି ଏ଼ୱାସି ଏ଼ୱାରି ଗେଲ୍ପିନାସି ଆ଼ତେସି। 9 ଏ଼ୱାରି ବାରେ ଦୁକୁତା ଏ଼ୱାସି ଦୁକୁ ଆ଼ତେସି ଅ଼ଡ଼େ ତାନି ମୂମ୍ବୁ ଲେହେଁତି ଦୂତୁ ଏ଼ୱାରାଇଁ ଗେଲ୍ପିତେସି; ଏ଼ୱାସି ତାନି ଜୀୱୁ ନ଼ୱୁତା ଅ଼ଡ଼େ ତାନି କାର୍ମାତା ଏ଼ୱାରାଇଁ ଗେଲ୍ପିତେସି, ଅ଼ଡ଼େ ତଲି କା଼ଲାତି ବାରେ ଦିନା ଏ଼ୱାରାଇଁ ଜାତ୍ନୁ ଅ଼ତେସି। 10 ଏ଼ୱାରି ଏ଼ୱାଣି କ଼ପାଟି ନିଙ୍ଗିତେରି ଅ଼ଡ଼େ ତାନି ସୁଦୁ ଜୀୱୁତି ଦୁକୁ କିତେରି; ଏ଼ଦାଆଁତାକି ଏ଼ୱାସି ୱେଣ୍ତେ ଏ଼ୱାରି ସାତ୍ରୁ ଆ଼ତେସି ଅ଼ଡ଼େ ତା଼ନୁଏ ଏ଼ୱାରି କ଼ପାଟି ଜୁଜୁ କିତେସି।
11 ଏଚିବେ଼ଲା ଏ଼ୱାରି ତଲିତି କା଼ଲା, ମ଼ସା ଅ଼ଡ଼େ ତାନି ଲ଼କୁଣି ଅଣ୍ପାହାଁ ଏଲେଇଚେସି, "ଆମ୍ବାଆସି ତାନି ମାନ୍ଦା ତାନି ଗ଼ଡ଼ୁ ତଲେ ଏ଼ୱାରାଇଁ ସାମ୍ଦୁରି ଗ୍ଣା଼ପ୍ହା ତାତେସି, ଏ଼ୱାସି ଆମ୍ବିୟା ? ଆମ୍ବାଆସି ଏ଼ୱାରି ହିୟାଁତା ତାନି ସୁଦୁ ଜୀୱୁତି ଇଟିତେସି। 12 ଆମ୍ବାଆସି ମ଼ସାତି ଟିଃନି ୱାକି ତାନି ଗା଼ୱୁରମିଗାଟି ବାହା ତା଼କି କିତେସି, ଆମ୍ବାଆସି ତାଙ୍ଗେ ତାକି କା଼ଲା କା଼ଲାତି ଦ଼ରୁ ଇଟାଲି ଏ଼ୱାରି ନ଼କିତା ଏ଼ୟୁଣି ରୀ ବା଼ଗା କିତେସି, 13 ଆମ୍ବାଆସି ୱା଼ୟିତି ବୂମିତା ତା଼କିନି ଗ଼ଡ଼ା ଲେହେଁ କୂଡ଼୍ହି ଏ଼ୟୁ ବିତ୍ରା ଏ଼ୱାରାଇଁ ତା଼କି କିତେସି ଅ଼ଡ଼େ ଏ଼ୱାରି ପୁଟି କିଆତେରି, ଏ଼ୱାସି ଆମ୍ବିୟା ? 14 ଜଲାତା ରେ଼ଚା ହାନି ମାନ୍ଦା ଜ଼ନ୍ତ ସମାନା ପ୍ରବୁତି ଜୀୱୁ ଏ଼ୱାରାଇଁ ଜ଼ମି କିତେ; ଇଲେକିହିଁ ମୀରୁ ମିଙ୍ଗେ ତାକି ର଼ ଗା଼ୱୁରମିତି ଦ଼ରୁ ଇଟାଲି ନୀ ଲ଼କୁଣି ତା଼କିକିତି।"
15 ନୀଏଁ ଲାକପୂରୁଟି ସିନିକିୟାମୁ, ନୀ ସୁଦୁ ଅ଼ଡ଼େ ନୀ ବା଼ଡ଼୍ୟୁତି ବାସା ଟା଼ୟୁଟି ସିନିକିମୁ; ନୀ ସା଼ସା ଅ଼ଡ଼େ ନୀ ବା଼ଡ଼୍ୟୁଗାଟି କାମା ବାରେ ଆମ୍ବିୟା ? ନୀ କା଼ଡିମାନି ହିୟାଁ ଅ଼ଡ଼େ ନୀ ଜୀୱୁ ନ଼ନାୟି ନା଼ ତାକି ଡୂଙ୍ଗାମାନେ। 16 ଆ଼ତିଜିକେଏ ଅବ୍ରାହାମ ନାଙ୍ଗେ ପୁଞ୍ଜାମାଞ୍ଜଅସି କି ଇସ୍ରାୟେଲ ମାଙ୍ଗେ ଆବଅରି, ଆ଼ତିଜିକେଏ ନୀନୁ ମା଼ ତାଞ୍ଜିତି; ଏ଼ ପ୍ରବୁ ନୀନୁ ମା଼ ତାଞ୍ଜିତି; ଅ଼ଡ଼େ ମା଼ ଗେଲ୍ପାନାତି ଇଞ୍ଜିଁ ତଲି କା଼ଲାଟିଏ ନୀ ଦ଼ରୁ ମାନେ। 17 ଏ଼ ପ୍ରବୁ, ନୀ ଜିରୁଟି ମାଙ୍ଗେ ଏ଼ନାଆଁତାକି ବା଼ଣିକିହାଁ ରେ଼ସିମାଞ୍ଜାଦି ଅ଼ଡ଼େ ନିଙ୍ଗେ ଆଜାଲି ତାକି ମା଼ ହିୟାଁ ଆ଼ଟ୍ୱା କିହିମାଞ୍ଜାଦି ? ନୀ ହ଼ଲିୟାଙ୍ଗା ଅ଼ଡ଼େ ନୀ ଅଦିକାରା ଲେହେଁତି ଲ଼କୁ ତାକି ୱେଣ୍ତାୱା଼ମୁ।
18 ନୀ ସୁଦୁଗାଟି ଲ଼କୁ ଗା଼ଡ଼େକା ଦିନାତାକି ନୀ ସୁଦୁ ଟା଼ୟୁତି ଅଦିକାରା କିତେରି; ଅ଼ଡ଼େ ମା଼ ସାତ୍ରୁୟାଁ ନୀ ସୁଦୁ ଟା଼ୟୁତି କଡାୟାଁ ଡ଼଼ଇକା ୱିସାମାନେରି। 19 ଆମ୍ବାଆରି ମୁହେଁ ନୀନୁ ଏଚେଲା ସା଼ଲୱି କିହା ହିଲଅତି, ଆମ୍ବାଆରି ନୀ ଦ଼ରୁଟି ଏଚେଲା ୱେ଼ଙ୍ଗା ହିଲାଆତେରି, ଇଲେତି ଲ଼କୁ ଲେହେଁ ମା଼ମ୍ବୁ ଆ଼ହାମାନମି।