1 ଏ଼ ପ୍ରବୁ, ନୀନୁ ନା଼ ମାହାପୂରୁତି;
ନା଼ନୁ ନୀ ଗା଼ୱୁରମି କିଇଁ, ନା଼ନୁ ନୀ ଦ଼ରୁତି ସାମ୍ବ୍ରମି କିଇଁ;
ଇଚିହିଁ ନୀ କାବାଆ଼ନି କାମା,
ଇଚିହିଁ, ପୁର୍ବେ କା଼ଲାତି କାତା ବାରେ ନାମୁଟି ଅ଼ଡ଼େ ସାତା ତଲେ କିହାମାଞ୍ଜି।
2 ଏ଼ନିଇଚିହିଁ ନୀନୁ ଗା଼ଡ଼ାତି ଗାତାକ଼ଟି,
କ଼ଟା କାତି ଗୂର୍ଚାମାନି ଗା଼ଡ଼ାତି ନା଼ସା କିହାମାଞ୍ଜି;
ଏଟ୍କା ଦେ଼ସାତାରା ଗା଼ଡ଼ା ନା଼ସା କିହାମାଞ୍ଜି;
ଏ଼ଦି ଅ଼ଡ଼େ ଏଚେଲା ତିୟାରା ଆ଼ଏ।
3 ଏ଼ଦାଆଁତାକି ବା଼ଡ଼୍ୟୁଗାଟି ଲ଼କୁ ନୀ ଗା଼ୱୁରମି କିନେରି
ଅ଼ଡ଼େ ଆଜିହ଼ପେତି କୂଡ଼ାତି ଗା଼ଡ଼ା ନିଙ୍ଗେ ଆଜାନେ।
4 ଇଚିହିଁ ନୀନୁ କାର୍ମାଗାଟାରି ଆ଼ଟ୍ୱା ଆଡୁ,
ହିଲାଆଗାଟାରି କସ୍ତ ବେ଼ଲାତା ତାନି ଆ଼ଟ୍ୱା ଆଡୁ,
ଆଜିହ଼ପେ ଲ଼କୁତି ନେ଼ସ୍ତେରି କାଜା ଗା଼ଲି ପିୟୁ ଲେହେଁ
କାତିତା ଆ଼ଡିନି ବେ଼ଲା କାଜା ଗା଼ଲି ପିୟୁ ଆ଼ଙ୍ଗିନାତି,
ଉସମି ବେ଼ଲାତା ସା଼ୟିଁ ଆ଼ହାମାଞ୍ଜି।
5 ଏ଼ନିକିଁ ନୀନୁ ୱା଼ୟିତି ଦେ଼ସାତା ଉସମି,
ଏଲେକିହିଁ ଏଟ୍କା ଦେ଼ସାତାରା କା଼ଲୱି ସାପି କିଦି;
ଏ଼ନିକିଁ ହା଼ଗୁତି ସା଼ୟିଁ ତଲେ ଉସମି,
ଏଲେକିହିଁ ଆଜିହ଼ପେ ଲ଼କୁତି ପା଼ଚିନି ହା଼ଡା ସାପି କିୱିଆ଼ନେ।
6 ଇଞ୍ଜାଁ, ବା଼ଡ଼୍ୟୁଗାଟି ପ୍ରବୁ ଈ ହ଼ରୁତା ବାରେ କୂଡ଼ା ତାକି ନେହିଁ ନେହିଁ କା଼ଦିତି ର଼ ବ଼ଜି, ପ୍ଣାଃଇ ଅଙ୍ଗୁରି ରାସାତି, କଡ଼୍ୱାଗାଟି ନେହିଁ ଊଙ୍ଗା, ନେହିଁ ଅଡିତି ପ୍ଣାଃଇ ଅଙ୍ଗୁରି ରାସାତି ର଼ ବ଼ଜି ତିୟାରା କିନେସି। 7 ଅ଼ଡ଼େ, ବାରେ କୂଡ଼ାତି ଲାକ ଏମିନି ପିଡ଼୍ଗିନି ହିମ୍ବରି ମେତ୍ପି ଆ଼ହାମାନେ ଅ଼ଡ଼େ ବାରେ ଦେ଼ସାତି ଲ଼କୁ ଲାକ ଏମିନି ହୁଚିନି ବାସ୍ତେରି ରୂପ୍ୱି ଆ଼ହାମାନେ, ଏ଼ଦାଆଁ ଏ଼ୱାସି ଈ ହ଼ରୁତା ନା଼ସା କିନେସି। 8 ଏ଼ୱାସି ହା଼କିତି କା଼ଲାକା଼ଲା ତାକି ନା଼ସା କିହାମାନେସି ଅ଼ଡ଼େ ପ୍ରବୁ, ମାହାପୂରୁ, ବାରେତି ମୂମ୍ବୁତି କାଣ୍ତ୍ରୁ ଜେ଼ଜାନେସି ଅ଼ଡ଼େ ବାରେ ଦାର୍ତିଟି ତାନି ଲ଼କୁତି ଲାଗେଏତାଣି ହେକ କିନେସି; ଇଚିହିଁ ପ୍ରବୁ ଈ କାତା ଏଲେଇଞ୍ଜାମାନେସି।
9 ଇଞ୍ଜାଁ, ଏ଼ ଦିନା ଈ କାତା ଏଲେଇଣ୍ମ୍ବି ଆ଼ନେ, "ମେହ୍ଦୁ, ଈୱାସି ମା଼ ମାହାପୂରୁ; ମା଼ମ୍ବୁ ଏ଼ୱାଣାଇଁ କା଼ଚାମାନମି ଅ଼ଡ଼େ ଏ଼ୱାସି ମାଙ୍ଗେ ଗେଲ୍ପାନେସି; ଏ଼ୱାସି ମା଼ ପ୍ରବୁ; ମା଼ମ୍ବୁ ଏ଼ୱାଣାଇଁ କା଼ଚାମାନମି, ମା଼ମ୍ବୁ ତାନି କିତି ଗେଲ୍ପିନି ତା଼ଣା ରା଼ହାଁ ଆ଼ହାଁ ରା଼ହାଁ କିନମି।"
10 ଇଚିହିଁ ସିୟନ ହ଼ରୁତା ପ୍ରବୁତି କେୟୁ ଡ଼ୟିନେ, ଅ଼ଡ଼େ ଏ଼ନିକିଁ ଲାଟା ଗାତାକ଼ଟିତି ଏ଼ୟୁତା ପାଃଆନା ଡ଼଼ଇ ୱିସ୍ପି ଆ଼ନେ, ଏଲେକିଁ ମୟାବ ଜାହାରା ଟା଼ୟୁତା ୱିସ୍ପି ଆ଼ନେ। 11 ଅ଼ଡ଼େ, ବାନ୍ଦା ପ଼ର୍ନି ଲ଼କୁ ଏ଼ନିକିଁ ପ଼ର୍ହାଲି ତାକି କେୟୁ ପ୍ରେ଼କ୍ନେରି, ଏଲେକିହିଁ ମାହାପୂରୁ ଏମ୍ବାଆଁ ଜାହାରା କେୟୁ ପ୍ରେ଼କ୍ନେସି; ସାମା ତାନି କେୟୁତି-ସୁତ୍ରମି ତଲେ ମାହାପୂରୁ ମୟାବତି ବଡପଣ ନା଼ସା କିନେସି। 12 ଇଞ୍ଜାଁ, ଏ଼ୱାସି ନୀ ପାଡାଆ଼ତି ଆ଼ଟ୍ୱା ଆଡୁ କାତି ନା଼ସା କିହାଁ ଊଣା କିହାମାନେସି ଅ଼ଡ଼େ ଏ଼ଦାଆଁ କୁଡ଼୍ପୁନା଼ସା କିହାଁ ଦୂଡ଼ିତା ଆଟ୍ନେସି।