1 ଜିରୁସାଲମ ତାକି ନ଼କିତା ଆ଼ନି କାତା। ନୀଏଁ ମୀ ଏ଼ନାଆଁ ଆ଼ହିମାଞ୍ଜାନେ, କି ମୀରୁ ବାରେ ଇଲୁତି ତେପରି ଲାକ ହାଜାମାଞ୍ଜେରି ? 2 ଏ଼ ରା଼ହାଁ ତଲେ କା଼ଲୱି ଆ଼ହିମାନି ଗା଼ଡ଼ା; ରା଼ହାଁତା ନେଞ୍ଜାମାନି ଗା଼ଡ଼ା; ନୀ ହା଼ହାମାନି ଲ଼କୁ କାଣ୍ତା ତଲେ ହା଼ହା ହିଲଅରି, କି ଏ଼ୱାରି ଜୁଜୁ ତଲେ ହା଼ହା ହିଲଅରି। 3 ମୀ ସା଼ଲୱି କିନାରି ବାରେ ରଣ୍ତିଏଦେବା ହଟେରି, ଏ଼ୱାରି ଆପ୍କା ଆହ୍ଆ ତାକି ଦସ୍ପି ଆ଼ତେରି; ମୀ ବିତ୍ରାଟି ବେଟାଆ଼ତି ବାରେ ଲ଼କୁ ରହେଁଏ ଦସ୍ପି ଆ଼ତେରି, ଏ଼ୱାରି ହେକ ହାଚେରି। 4 ଏ଼ଦାଆଁତାକି ନା଼ନୁ ଏଲେଇଚେଏଁ, "ନାଙ୍ଗେ ପିସାହାଁ ଏଟ୍କା ୱାକି ସିନିକିଦୁ, ନା଼ନୁ ହା଼ରେକା ଡ଼ୀଇଁ; ନା଼ କୂଡ଼ାତି ମା଼ସ୍କା ନା଼ସା ଆ଼ତି କାତା ତାକି ନାଙ୍ଗେ ସା଼ସା ହୀହାଲି ଅଣ୍ପାଆନି। 5 ବା଼ଡ଼୍ୟୁଗାଟି ପ୍ରବୁ ତୀରି କିହାମାନି ଦିନା ଆ଼ନେ, ଇଚିହିଁ ଜିରୁସାଲମ କୁପ୍ଲିୟାଁଣା କା଼ଲୱି ଅ଼ଡ଼େ ୱିହ୍ନାୟି ଅ଼ଡ଼େ କିଲିବିଲି ଆ଼ନେ; ଗା଼ଡ଼ାତି କାତି ଡୀନାୟି ଅ଼ଡ଼େ ଡ଼ୀକିତି ହା଼ଡା ହ଼ର୍କା ପାତେକା ହାନେ।"
6 ଇଞ୍ଜାଁ ଏଲମ୍ ଦେ଼ସାଟି ୱା଼ତି ରିଜାରି କ଼ସ୍କା ରାତା ଅ଼ଡ଼େ ଗ଼ଡ଼ାତା ହ଼ଚାହାଁ ୱା଼ହାମାଚେରି, ଏ଼ୱାରି ଆପ୍କା ୱେଲ୍କା ଆସ୍ତେରି, ଅ଼ଡ଼େ କୀର୍ତି କ଼ସ୍କା ଆଡୁ ପା଼ଟା ତଲେ ଜାଗ୍ରାତା ମାଚେରି। 7 ଇଞ୍ଜାଁ, ଜୀହୁଦାତି କୁପ୍ଲିୟାଁ ଡ଼଼ଇ ବୁର୍ବୁରା ବାଟାତା ରାତାୟାଁ ନେଞ୍ଜାମାଚୁ, ଅ଼ଡ଼େ ଗ଼ଡ଼ାୟାଁଣା ହ଼ତାରି ଗା଼ଡ଼ା ଦୁୱେରିତା ଜାଗ୍ରାତା ମାଚେରି। 8 ଇଞ୍ଜାଁ ପ୍ରବୁ ଜୀହୁଦାତି ଗେଲ୍ପିନି ଜିରୁ ହୁକ୍ହେସି, ଅ଼ଡ଼େ ଏ଼ ଦିନା ନୀନୁ ଜା଼ଡ଼ାତି ଇଲୁତା ମାନି ଜୁଜୁ ସାଜୁ ମେସ୍ତି। 9 ଅ଼ଡ଼େ, ଦାୱୁଦ ଗା଼ଡ଼ାତି ଡୀତି ଟା଼ୟୁ ହା଼ରେକା ଇଞ୍ଜିଁ ମୀରୁ ମେସ୍ତେରି ଅ଼ଡ଼େ ଡ଼଼ଇ ବାନ୍ଦାତି ଏ଼ୟୁ ବାରେ କୂଡ଼ି କିତେରି। 10 ଇଞ୍ଜାଁ, ମୀରୁ ଜିରୁସାଲମତି ଇଲ୍କା ବାରେ ଏଜି କିତେରି ଅ଼ଡ଼େ କାତି ଆ଼ଟ୍ୱା କିହାଲି ତାକି ଇଲ୍କା ବାରେ ଡିକ୍ହେରି। 11 ଇଞ୍ଜାଁ ମୀରୁ ପ୍ଣାଃଇ ବାନ୍ଦାତି ଏ଼ୟୁ ତାକି ରୀ କାତିୟାଁ ବିତ୍ରା ଏ଼ୟୁ କୁଣ୍ତି କା଼ର୍ହେରି; ସାମା ଆମ୍ବାଆସି ଈଦାଆଁ କିତେସି, ମୀରୁ ଏ଼ୱାଣାଇଁ ଅଣ୍ପାଆତେରି କି ଆମ୍ବାଆସି ତଲି କା଼ଲାଟିଏ ଈଦାଣି ଅଣ୍ପିତେସି, ମୀରୁ ଏ଼ୱାଣାଇଁ ମା଼ନି କିଆତେରି।
12 ଇଞ୍ଜାଁ, ଏ଼ ଦିନା ପ୍ରବୁ, ବା଼ଡ଼୍ୟୁଗାଟି ପ୍ରବୁ ଡ଼ୀକି ଅ଼ଡ଼େ କା଼ଲୱି ଆ଼ହିଁ ଡ଼ୀହାଲି ଅ଼ଡ଼େ ତା଼ର୍ୟୁଁ ହିଣ୍ହାଲି ଅ଼ଡ଼େ ଟେଡେଲିତା ଗ଼ଣି ତୁର୍ହାଲି ହା଼ଟିତେସି; 13 ସାମା ମେହ୍ଦୁ, ରା଼ହାଁ କିହିଁ, କ଼ଡି କ଼ଡ୍ରୁ ପା଼ୟାଲି ଅ଼ଡ଼େ ଗରିୟାଁ ମେ଼ଣ୍ତାୟାଁ ଟୂଣ୍ହାଲି, ଊଙ୍ଗା ତିଞ୍ଜିହିଁ କା଼ଡ଼ୁ ଗସିମାଞ୍ଜେରି; ଅ଼ଡ଼େ ଏଲେଇଞ୍ଜି ମାଞ୍ଜେରି, "ୱା଼ଦୁ ମା଼ର ତିନ ଗହ୍ନ ଇଚିହିଁ ୱିଏ ମା଼ର ହା଼ନାୟି।" 14 ବା଼ଡ଼୍ୟୁଗାଟି ପ୍ରବୁ ତା଼ନୁଏ ମା଼ କିର୍ୟୁଁତା ୱେସାମାଞ୍ଜାନେସି, ସାତେଏ ମୀ ହା଼ନି ପାତେକା ମୀ ଈ ଦ଼ହ ମେଣ୍ଙ୍ଗେଏ, ପ୍ରବୁ ବା଼ଡ଼୍ୟୁଗାଟି ପ୍ରବୁ ଏଲେଇଞ୍ଜି ମାନେସି।
15 ପ୍ରବୁ ବା଼ଡ଼୍ୟୁଗାଟି ପ୍ରବୁ ଈ କାତା ଏଲେଇଞ୍ଜି ମାନେସି, "ମୀରୁ ଈ ଗୁମୁସ୍ତା, ଇଚିହିଁ ରାଜା ଇଜତି ଗୁମୁସ୍ତା ସିବ୍ନ ତା଼ଣା ହାଜାହାଁ ଏଲେଇଞ୍ଜୁ, 16 ‘ନୀନୁ ଇମ୍ବାଆଁ ଏ଼ନାଆଁ କିହିମାଞ୍ଜି ? ଅ଼ଡ଼େ ଇମ୍ବାଆଁ ନୀ ଆମ୍ବାଆସି ମାନେସି କି ନୀ ତାକି ର଼ ମାହ୍ଣିମାଣ୍ତା କା଼ର୍ହାମାଞ୍ଜି ?’ ଏ଼ୱାସି ତାଙ୍ଗେ ତାକି ପାଡାଆ଼ତି ଟା଼ୟୁତା ତାନି ମାହ୍ଣିମାଣ୍ତା କା଼ର୍ହାମାନେସି ଅ଼ଡ଼େ ପା଼କାତା ତାଙ୍ଗେ ତାକି ବାସା ଟା଼ୟୁ କା଼ର୍ହାମାନେସି! 17 ମେହ୍ମୁ, ପ୍ରବୁ ତାନି କାଜା ବା଼ଡ଼୍ୟୁ ତଲେ ଆସାହାଁ ନିଙ୍ଗେ କୁତୁସ୍ତାନେସି। 18 ସାତେଏ ଏ଼ୱାସି ଡୁବୁକାୟାଁ ଲେହେଁ ତିର୍ୱି କିହାଁ ର଼ କାଜା ଦେ଼ସାତା ନିଙ୍ଗେ ମେତ୍ହାନେସି; ଇଚିହିଁ ନୀନୁ ନୀ ସା଼ୱୁକାରି ଇଲୁତି ମା଼ନି ହିଲାଆଗାଟାତି, ଏମ୍ବାଆଁ ନୀନୁ ହା଼ଦି ଅ଼ଡ଼େ ଏମ୍ବାଆଁ ନୀ ଗା଼ୱୁରମିତି ରାତାୟାଁ ଡ଼ୟିନୁ, 19 ଇଞ୍ଜାଁ, ନା଼ନୁ ନିଙ୍ଗେ ନୀ ପା଼ଣାଟି କୁତ୍ହାଇଁ ଅ଼ଡ଼େ ଏ଼ୱାସି ନିଙ୍ଗେ ନୀ ଟା଼ୟୁଟି ରେଜା ତାଚାହାଁ ଡ଼଼ଇ ମେତ୍ହାନେସି।"
20 ଅ଼ଡ଼େ, ନା଼ନୁ ଏ଼ ଦିନା ନା଼ ହ଼ଲେଏଣାଇଁ, ହିଲ୍କିୟତି ମୀର୍ଏସି ଇଲିୟାକିମ୍ଇଁ ହା଼ଟିଇଁ; 21 ଇଞ୍ଜାଁ, ନା଼ନୁ ନୀ ସକା ଏ଼ୱାଣାକି ତୁର୍ୱିକିଇଁ ଅ଼ଡ଼େ ନୀ ବୁଡ଼୍ପାମା଼ଡ଼ା ତଲେ ଏ଼ୱାଣାଇଁ ଆ଼ଟ୍ୱା କିଇଁ ଅ଼ଡ଼େ ନିଙ୍ଗେ ହୀହାମାଞ୍ଜାନି ପା଼ଣା ଏ଼ୱାଣି କେୟୁତା ହେର୍ପିଇଁ; ଏଚେଟିଏ ଏ଼ୱାସି ଜିରୁସାଲମ ଅ଼ଡ଼େ ଜୀହୁଦା କୂଲୁତି ତାଞ୍ଜି ଆ଼ନେସି। 22 ଇଞ୍ଜାଁ, ନା଼ନୁ ଦାୱୁଦ କୂଲୁତି କୁଚି ଏ଼ୱାଣି ବମିତା ଇଟିଇଁ, ଏ଼ୱାସି ଦେତିସାରେ ଆମ୍ବାଆସି ସୁଣ୍ତାଲି ଆ଼ଡଅସି ଅ଼ଡ଼େ ଏ଼ୱାସି ସୁଣ୍ତିସାରେ ଆମ୍ବାଆସି ଦେଚାଲି ଆ଼ଡଅସି। 23 ଅ଼ଡ଼େ ନା଼ନୁ କୁଟି ସମାନା ର଼ ଆ଼ଟ୍ୱା ଟା଼ୟୁତା ଏ଼ୱାଣାଇଁ ୱେ଼ଇଁ ଅ଼ଡ଼େ ଏ଼ୱାସି ତାମି ତାଞ୍ଜି କୂଲୁତି ଗା଼ୱୁରମିତି ସିଂଗାସାଣି ସମାନା ଆ଼ନେସି।
24 ଇଞ୍ଜାଁ ଲ଼କୁ ତାମି ତାଞ୍ଜି କୂଲୁତି ବାରେ ଗା଼ୱୁରମି, ମୀର୍କା ମା଼ସ୍କା ଅ଼ଡ଼େ ଗହ୍ନି ସ଼ଲାଟିଏ ଡ:କା ପାତେକା ଊଣା ଊଣା ଆ଼ସ୍ତି ଏ଼ଦାନି ଲାକ ଲେନେରି। 25 ବା଼ଡ଼୍ୟୁଗାଟି ପ୍ରବୁ ଏଲେଇଞ୍ଜି ମାନେସି, "ଏମିନି କୁଟି ଆ଼ଟ୍ୱା ଟା଼ୟୁତା ୱେପି ଆ଼ହାମାଚେ; ଏ଼ଦି ଏ଼ ଦିନା ଉଗ୍ଡ଼ା ଆ଼ନେ ଅ଼ଡ଼େ ରେୱିଆ଼ହାଁ ଡ଼଼ଇକା ରିନେ, ଇଞ୍ଜାଁ ଏ଼ଦାନି ଲାକ ମାନି ବ଼ଜୁଗାଟାଇ ରିହାଁ ନସ୍ତ ଆ଼ନୁ, ଇଚିହିଁ ପ୍ରବୁ ଈ କାତା ଏଲେଇଞ୍ଜା ମାନେସି।"