1 ପ୍ରବୁ ଈ କାତା ଏଲେଇଞ୍ଜି ମାନେସି,
"ନା଼ନୁ ଏମିନି ଆ଼କୁ ତଲେ ମୀ ତାଲିନି ପିସାମାଇଁ,
ଏ଼ଦାନି ଏ଼ ପିସ୍ତି ହେଲ ଟାକା ଏମ୍ବିୟା ?
ଅ଼ଡ଼େ ନା଼ ବେ଼ବାରା ଗାଟାରି ବିତ୍ରା ଆମ୍ବାଆରି ତା଼ଣା ମିଙ୍ଗେ ପା଼ର୍ଚାମାଞ୍ଜାଇଁ ?
ମେହ୍ଦୁ ମୀରୁ ଜାହାରା ଦ଼ହ ତାକି ପା଼ର୍ପି ଆ଼ହାମାଚେରି
ଅ଼ଡ଼େ ମୀ ଲାଗେଏତି କାମା ତାକି ମୀ ତାଲି ପିସ୍ପି ଆ଼ହାମାଚେ।
2 ଏଚିବେ଼ଲା ନା଼ନୁ ୱା଼ତେଏଁ ଏ଼ନାଆଁତାକି ଆମ୍ବାଆସି ହିଲାଆତେସି ?
ନା଼ନୁ ଏଚିବେ଼ଲା ହା଼ଟାତେଏଁ ଏ଼ନାଆଁତାକି ଆମ୍ବାଆସି ଜ଼ଲାନାସି ହିଲାଆତେସି ?
ନା଼ କେୟୁ କି ଇଚାୟି ସ଼ଟୁ ଆ଼ହାମାନେ କି,
ଏ଼ଦାଣି ଗେଲ୍ପାଲି ଆ଼ଡେଏ ? ଅ଼ଡ଼େ ଗେଲ୍ପାଲି ତାକି ନା଼ ବା଼ଡ଼୍ୟୁ ହିଲେଏ ?
ମେହ୍ଦୁ ନା଼ନୁ ଦାକା ହୀହାଁ ସାମ୍ଦୁରିତି ୱା଼ୟିକିଇଁ,
ଅ଼ଡ଼େ କାଡାତି ବାଃଲି ବାଟା କିଇଁ;
ଏମ୍ବାତି ମୀଣ୍କା ଏ଼ୟୁ ହିଲାଆକି ଏ଼ସ୍କି ଆ଼ହାଁ ହା଼ହାହାନୁ ଇଞ୍ଜାଁ ଗାନ୍ଦା ଆ଼ନୁ।
3 ନା଼ନୁ ହା଼ଗୁପା଼କାତି କା଼ଡ଼ିନି ହିମ୍ବରି
ଅ଼ଡ଼େ ଗ଼ଣି ବାସ୍ତା ଏ଼ ବାରେ ପର୍ୱି କିଇଁ।"
4 ନା଼ନୁ ଏ଼ନିକିଁ ୱା଼ହୁଗାଟି ଲ଼କୁଇଁ ବ଼ଲୁ ତଲେ ସୁସ୍ତି ହୀହାଲି ଆ଼ଡିଇଁ,
ଏ଼ଦାଆଁତାକି ପ୍ରବୁ ନାଙ୍ଗେ ଜା଼ପ୍ନାରି ୱେନ୍ଦରି ହୀହାମାଞ୍ଜାନେସି;
ଏ଼ୱାସି ବାରେ ଦିନା ୱେ଼ୟା ଲା଼ଇଏ ନିକ୍ହାନେସି,
ଅ଼ଡ଼େ ଜା଼ପିନି ଲ଼କୁ ୱେନି ଲେହେଁ ଏ଼ୱାସି ନା଼ କୀର୍କା ଦେତାନେସି।
5 ପ୍ରବୁ ମାହାପୂରୁ ନା଼ କୀର୍କା ଦେଚାମାଞ୍ଜାନେସି,
ଇଞ୍ଜାଁ ନା଼ନୁ ଏ଼ୱାଣି କ଼ପାଟି ଆ଼ହାହିଲଅଁ କି ଡା଼ୟୁ ଗୁଚା ଆ଼ହାହିଲଅଁ।
6 ନା଼ନୁ ୱେ଼ନାରାକି ନା଼ ଜେ଼ନୁ ଅ଼ଡ଼େ ହ଼ଡ଼ାୟାଁ ରେନାରାକି ନା଼ ଗେଏଲା ଅଡାହୀତେଏଁ;
ନା଼ନୁ ହୀଣି କିୟାନାରାକି ଅ଼ଡ଼େ ହୂପିନାରାକି ନା଼ ମୂମ୍ବୁ ଡ଼ୁକ୍ହା ହିଲଅଁ।
7 ଇଚିହିଁ ପ୍ରବୁ ମାହାପୂରୁ ନା଼ ସା଼ୟେମି କିୟାନେସି;
ଏ଼ଦାଆଁତାକି ନା଼ନୁ କିଲିବିଲି ଆ଼ହା ହିଲଅଁ;
ଏ଼ଦାଆଁତାକି ନା଼ନୁ ମିଣ୍ସିମାନି ୱାଲି ଲେହେଁ ନା଼ ମୂମ୍ବୁ କିହାମାଇଁ,
ଅ଼ଡ଼େ ନାଙ୍ଗେ ଲାଜା ଆ଼ହାଲି ଆ଼ଏ, ଈଦାଆଁ ପୁଞ୍ଜାମାଇଁ।
8 ଆମ୍ବାଆସି ନାଙ୍ଗେ ଦାର୍ମୁଗାଟାସି କିୟାନେସି,
ଏ଼ୱାସି ନା଼ ଡାଗେ ମାନେସି; ଆମ୍ବାଆସି ନା଼ କ଼ପାଟି ୱା଼ନେସି ?
ୱା଼ଦୁ ମା଼ର ରହେଁଏ ନିନ; ନା଼ ସାତ୍ରୁ ଆମ୍ବାଆସି ?
ଏ଼ୱାସି ନା଼ ଦାରି ୱା଼ପେସି।
9 ମେହ୍ଦୁ, ପ୍ରବୁ ମାହାପୂରୁ ନା଼ ସା଼ୟେମି କିୟାନେସି;
ନାଙ୍ଗେ ଆମ୍ବାଆସି ଦ଼ହ କିୟାନେସି ?
ମେହ୍ଦୁ ଏ଼ୱାରି ବାରେ ହିମ୍ବରିକା ଲେହେଁ ପ୍ଣାଃଆରି ଆ଼ନେରି;
ଲୀମ୍ବୁ ଏ଼ୱାରାଇଁ ନା଼ସା କିନେ।
10 ଆମ୍ବାଆସି ପ୍ରବୁଇଁ ଆଜିନେସି ଅ଼ଡ଼େ ତାନି ସେ଼ବା କିନାଣି କାତା ମା଼ନୱି ଆ଼ନେସି,
ମୀ ବିତ୍ରା ଇଲେତି ମାଣ୍ସି ଆମ୍ବାଆସି ମାନେସି ?
ଆମିନି ଗାଟାସି ଆନ୍ଦେରିତା ତା଼କିନେସି ଅ଼ଡ଼େ ଉଜେଡ଼ି ବେଟାଆ଼ଅସି,
ଏ଼ୱାସି ପ୍ରବୁତି ଦ଼ରୁତା ନାମାପେସି ଅ଼ଡ଼େ ତାନି ମାହାପୂରୁ ତା଼ଣା ବା଼ର୍ସୁ ଇଟାପେସି।
11 ମେହ୍ଦୁ ମୀରୁ ବାରେ ହିଚୁ ଡ଼ୀସିମାଞ୍ଜେରି,
ଅ଼ଡ଼େ ହିଚୁ କୁଡୁଲି ଟେଡେଲିତା ଦସାକଡିମାଞ୍ଜେରି!
ମୀରୁ ବାରେ ମୀ ଡ଼ୀଞ୍ଜିମାନି ହିଚୁ କୁଡୁଲିକା ଲାକ ତା଼କାଦୁ।
ନା଼ ତା଼ଣାଟି ଈ ବାରେ ମୀରୁ ବେଟାଆ଼ଦେରି; ମୀରୁ ଦୁକୁଟି ଡୂରିଦେରି।