1 ଅହ଼ତା, ଏଟ୍କା ଦେ଼ସାତାରି ଏ଼ନିକିହିଁ ନୀ ନ଼କିତା ତୀର୍ଗିନେରି, ଈଦାଆଁତାକି ନିଙ୍ଗେ ବିରଦ ଗାଟାରାଇଁ ନୀ ଦ଼ରୁ ପୁଣ୍ମ୍ବି କିହାଲି ତାକି, 2 ହିଚୁ ଜା଼ଟିତି ଡ଼ୀଞ୍ଜିକିନେ ଲେହେଁ, ହିଚୁ ଏ଼ୟୁ ଡ଼ାଗିକିନେ ଲେହେଁ ଏଲେକିହିଁ ନୀନୁ ହା଼ଗୁପା଼କା ଗେସାହାଁ ରେ଼ଚାୱା଼ଦି; ଅ଼ଡ଼େ ହ଼ର୍କା ନୀ ନ଼କିତା ତୀର୍ଗିତୁମା। 3 ଏଚିବେ଼ଲା ନୀନୁ ଇଲେତି କାବାଆ଼ନି କାମା କିତି କି ମା଼ ଆ଼ସା ହିଲାଆ କିହାଁ କାଜାୟି ମାଚେ, ଏଚିବେ଼ଲା ନୀନୁ ରେ଼ଚା ୱା଼ତି, ହ଼ର୍କା ବାରେ ନୀ ନ଼କିତା ତୀର୍ଗିତୁ। 4 ଇଚିହିଁ ଆମ୍ବାଆସି ତାଙ୍ଗେ କା଼ଚାମାନାଣାକି କାମା ପୂରା କିନେସି, ଲ଼କୁ ତଲି କା଼ଲାଟିଏ ନୀ ପିସ୍ପେ ଏଟ୍କାତି ମାହାପୂରୁ କାତା ୱେଞ୍ଜାହିଲଅରି, ଅ଼ଡ଼େ କିର୍ୟୁଁତା ୱେଞ୍ଜା ହିଲେଏ କି କାନୁ ମେସା ହିଲେଏ। 5 ଆମିନିଗାଟାସି ରା଼ହାଁଟି ଦାର୍ମୁତି କାମା କିନେସି, ଆମିନିଗାଟାରି ନୀ ଜିରୁତା ନିଙ୍ଗେ ଅଣ୍ପାନେରି, ନୀନୁ ଏ଼ୱାରି ତଲେ କାତା ଆ଼ହିମାଞ୍ଜି; ମେହ୍ମୁ ନୀନୁ କାର୍ବି ମାଚି, ଅ଼ଡ଼େ ମା଼ମ୍ବୁ ପା଼ପୁ କିତମି; ମା଼ମ୍ବୁ ହା଼ରେକା କା଼ଲା ଏମ୍ବାଆଁ ଡ଼ୟାମାନମି, ମା଼ମ୍ବୁ କି ଗେଲ୍ପିନାଣି ବେଟାଆ଼ନମି ? 6 ଇଚିହିଁ ମା଼ମ୍ବୁ ବାରେ ସୁଦୁ ହିଲାଆ ଲ଼କୁ ଲେହେଁ ଆ଼ହାମାନମି, ଅ଼ଡ଼େ ମା଼ ଦାର୍ମୁତି କାମା ବାରେ ସୁଦୁ ଆ଼ଆତି ବାସ୍ତେରି ଲେହେଁ ଅ଼ଡ଼େ ମା଼ମ୍ବୁ ବାରେ ଆ଼କୁ ଲେହେଁ ୱା଼ଡ଼ା ହାଜାମାନମି; ଅ଼ଡ଼େ, ମା଼ ଦ଼ହ ବାରେ ଗା଼ଲି ଲେହେଁ ମାଙ୍ଗେ ଊପ୍ହା ଅୟାନେ। 7 ଇଞ୍ଜାଁ, ଆମ୍ବାଆସି ନୀ ଦ଼ରୁଟି ପ୍ରା଼ତାନା କିନେସି, ଆମ୍ବାଆସି ନିଙ୍ଗେ ଆସାଲି ଜାହାରାଇଁ ଜାଗ୍ରାତା କିନେସି, ଇଲେକିଁ ଆମ୍ବାଆସି ହିଲଅସି; ଇଚିହିଁ ନୀନୁ ମା଼ ତା଼ଣାଟି ନୀ ମୂମ୍ବୁ ଡ଼ୁକ୍ହାମାଞ୍ଜି ଅ଼ଡ଼େ ମା଼ ଦ଼ହ ତଲେ ମାଙ୍ଗେ ଲାଗେଏତି ତା଼ଣା ପିସାମାଞ୍ଜାଦି।
8 ଏ଼ ପ୍ରବୁ, ହା଼ରେକା କାର୍ବି ଆ଼ଆନି, ଅ଼ଡ଼େ କା଼ଲେଏ ମା଼ ଦ଼ହ ନୀ ମ଼ନତା ଇଟାଆନି; ମା଼ମ୍ବୁ ବାତିମା଼ଲି ମାଞ୍ଜାନମି, ମାଙ୍ଗେ ଅଣ୍ପାମୁ ମା଼ମ୍ବୁ ବାରେ ନୀ ଲ଼କୁତମି। 9 ନୀ ସୁଦୁ ଗା଼ଡ଼ା ପା଼ଡ଼ୁ ଆ଼ହାମାନେ, ସିୟନ ଜିକେଏ ପା଼ଡ଼ୁ ଆ଼ହାମାନେ, ଅ଼ଡ଼େ ଜିରୁସାଲମ ନା଼ସା ଆ଼ହାମାନେ। 10 ସାମା ନୀଏଁ ଏ଼ ପ୍ରବୁ, ନୀନୁ ମା଼ ତାଞ୍ଜିତି; ମେହ୍ମୁ ମା଼ମ୍ବୁ ଇର୍ଆତମି ଅ଼ଡ଼େ ନୀନୁ ମା଼ କୁମ୍ବ୍ରେଏଣାତି; ଇଞ୍ଜାଁ ମା଼ମ୍ବୁ ବାରେ ନୀ କେୟୁ ତଲେ କିୱି ଆ଼ତାତମି। 11 ମା଼ ଆକୁ ଆ଼ବାୟାଁ ଆମିନି ଟା଼ୟୁତା ନିଙ୍ଗେ ଜହରା କିୟାତେରି, ମା଼ ଏ଼ ସୁଦୁ ଅ଼ଡ଼େ ଅ଼ଜିତି ଇଲୁ ହିଚୁ ତଲେ ୱେହାମାନେ, ଅ଼ଡ଼େ ମା଼ ମ଼ନତି ଅଣ୍ପୁ ବାରେ ନା଼ସା ଆ଼ହାମାନେ।
ଏ଼ ପ୍ରବୁ, ଈ ବାରେ ଆ଼ତି ଜିକେଏ ନୀନୁ ଜାହାରାଇଁ ପାଲେଏ କିହାଁ ଇଟିଦି ? ନୀନୁ ପାଲେଏ ଡ଼ୟାହାଁ ମାଙ୍ଗେ ହା଼ରେକା ସା଼ସ୍ତି ହିୟାଦି ?