1 ମେହ୍ଦୁ, ର଼ ରାଜା ଦାର୍ମୁ ତଲେ ସା଼ଲୱି କିନେସି ଅ଼ଡ଼େ ସା଼ଲୱି କିନାରି ନୀହାଁୟି ତଲେ ସା଼ଲୱି କିନେରି। 2 ଇଞ୍ଜାଁ, ବାରେ ଜା଼ଣା ଗା଼ଲି ତାକି ଜ଼ମିନି ଟା଼ୟୁ ଅ଼ଡ଼େ ପିୟୁ ତାକି ଜ଼ମାଲି, ୱା଼ୟିତି ଟା଼ୟୁତା ଜାର୍ଣା, ୱେ଼ସ୍ତି ବୂମିତା କାଜା ପା଼କାତି ସା଼ୟିଁ ଲେହେଁ ଆ଼ନେରି। 3 ଏ଼ ବେ଼ଲା ମେହ୍ନାରି କାଣ୍କା ମାହ୍ଲି ଆ଼ଉ ଅ଼ଡ଼େ ୱେନାରି କୀର୍କା ମ଼ନ ହୀନୁ। 4 ଅ଼ଡ଼େ, ବୁଦି ହିଲାଆଗାଟାରି ହିୟାଁ ବୁଦି ବେଟାଆ଼ନେ ଅ଼ଡ଼େ ତତ୍ଲାୟାଁ ୱେନ୍ଦରି ସ଼ଜେ ତଲେ ନେହିକିଁ କାତା ଜ଼ଲିନେ। 5 ବୁଦି ହିଲାଆ ଲ଼କୁ ମା଼ନିଗାଟାସି ଅ଼ଡ଼େ ଲାଗେଏତି ମାଣ୍ସି ଅ଼ଡ଼େ ୱେ଼ଙ୍ଗଅସି। 6 ଇଚିହିଁ ଲାଗେଏତି କାମା କିହାଲି ତାକି ଅ଼ଡ଼େ ପ୍ରବୁତି କ଼ପାଟି ନା଼ଡ଼ିକିନି କାତା ଜ଼ଲାଲି ତାକି, ହାକି ଗାଟାଣି ଜୀୱୁତା ତିଞ୍ଜାଲି ହୀଆନା ଅ଼ଡ଼େ ଏ଼ସ୍କି ଗାଟାଣାକି ଏ଼ୟୁ ଗସାଲି ଆ଼ଙ୍ଗିନେସି, ବୁଦି ହିଲାଆ ଗାଟାସି ଲାଗେଏତି କାତା ଏଲେଇନେସି ଅ଼ଡ଼େ ତାନି ହିୟାଁ ଲାଗେଏତାଣି ଅଣ୍ପିନେ। 7 ଅ଼ଡ଼େ, ଲାଗେଏତି ଲ଼କୁତି ଊପେୟି ବାରେ ଲାଗେଏ; ଏ଼ୱାସି ମା଼ନି ମାଣ୍କି ଲ଼କୁଣି, ଇଚିହିଁ, ପା଼ଡ଼ା ଆ଼ତି କାତା ଜ଼ଲିନି ବେ଼ଲା କାର୍ମାଗାଟି ଲ଼କୁଇଁ ମିଚି କାତା ତଲେ ନା଼ସା କିହାଲି ତାକି ଲାଗେଏତି ଅଣ୍ପୁ ଅଣ୍ପିନେସି। 8 ସାମା ମା଼ନିଗାଟାସି ମା଼ନିତି ଅଣ୍ପୁ ଅଣ୍ପିନେସି ଅ଼ଡ଼େ ଏ଼ୱାସି କାଜା ଅଣ୍ପୁ ତଲେ ତୀରି ଡ଼ୟିନେସି।
9 ଏ଼ ସୁକୁଗାଟି ଆୟାସିକା, ମୀରୁ ନିଙ୍ଗାହାଁ ନା଼ ଗିୟାଁତି ୱେଞ୍ଜୁ, ଏ଼ ଅଣ୍ପାଆଗାଟି ମା଼ସ୍କା, ନା଼ ବ଼ଲୁତା କିର୍ୟୁଁ ଅଡାଦୁ। 10 ଏ଼ ଅଣ୍ପାଆଗାଟି ଆୟାସିକା, ମୀରୁ ର଼ ବାର୍ସାତି ଲାକ ଏଚର ଦିନା କିଲିବିଲି ଆ଼ଦେରି; ଇଚିହିଁ ଅଙ୍ଗୁରି ପା଼ଡ଼େୟି ମେ଼ଡ଼ା ଆୟେଏ, ପା଼ଡ଼େୟି ଏହ୍ନି କା଼ଲମି ୱା଼ଏ। 11 ଏ଼ ସୁକୁଗାଟି ଆୟାସିକା, ମୀରୁ ତୀର୍ଗାଦୁ; ଏ଼ ଅଣ୍ପାଆଗାଟି ଆୟାସିକା, ମୀରୁ କିଲିବିଲି ଆ଼ଦୁ; ମୀ ହିମ୍ବରିକା ହୁକ୍ଦୁ ଅ଼ଡ଼େ ମୀ ଟେଡେଲିତା ବାସ୍ତା ରୂପା କଡାଦୁ। 12 ଦୁକୁ ତାକି ବକତା ୱେ଼ଚା କଡିନୁ ଇଚିହିଁ ଗାତା ବୂମି ଅ଼ଡ଼େ ଅଙ୍ଗୁରି ତାକି। 13 ନା଼ ଲ଼କୁତି ବୂମି ହା଼ପ୍କା ଅ଼ଡ଼େ ହା଼ପ୍କା ପା଼ଡ଼େୟି ମା଼ର୍କା ଆ଼ନୁ; ହାଅ, ରା଼ହାଁତି ଜୀୱୁ ନ଼ନି ଗା଼ଡ଼ାତି ବାରେ ରା଼ହାଁତି ଇଲୁ ଏ଼ଦିଏ ଆ଼ନେ। 14 ଇଚିହିଁ ରାଜାଗା଼ଡ଼ା ପିସ୍ପି ଆ଼ନେ ଅ଼ଡ଼େ ଲ଼କୁ ନେଞ୍ଜାମାନି ଗା଼ଡ଼ା ଲ଼କୁ ହିଲାଆ ଗାଟାୟି ଆ଼ନେ; ହ଼ର୍କା ଅ଼ଡ଼େ କା଼ଃନାରି ଇଲ୍କା କା଼ଲେଏ ତାକି ପା଼ୱୁୟାଁ, ଜା଼ଡ଼ାତି ଗା଼ଡ଼୍ଦେୟାଁତି ରା଼ହାଁତି ବୂମି ଅ଼ଡ଼େ ଜ଼ନ୍ତ ମେୟିଁନି ଟା଼ୟୁ ଆ଼ନେ।
15 ଏଚିବେ଼ଲା ପାତେକା ନା଼ ଲାକ ଜୀୱୁ ୱା଼କ୍ପି ଆ଼ଏ, ଅ଼ଡ଼େ ଜା଼ଡ଼ା ପା଼ଡ଼େୟି ଆ଼ୟିନି ବା଼ଡ଼ା ଆ଼ଏ, ଅ଼ଡ଼େ ପା଼ଡ଼େୟି ଆ଼ୟିନି ଟା଼ୟୁ ୱେଣ୍ତେ ଜା଼ଡ଼ା ଇଞ୍ଜିଁ ୱେ଼ଙ୍ଗେଏ। 16 ଏଚିବେ଼ଲା ଜା଼ଡ଼ାତା ନୀହାଁୟି ବିଚାରା ବାସା କିନେ ଅ଼ଡ଼େ ଏ଼ ପା଼ଡ଼େୟି ଆ଼ୟିନି ବୂମିତା ଦାର୍ମୁ ବାସା କିନେ। 17 ଇଞ୍ଜାଁ ଦାର୍ମୁତି କାମା ହିତ୍ଡ଼ି ଗାଟାୟି ଆ଼ନେ; ଅ଼ଡ଼େ ଦାର୍ମୁତି ପା଼ଡ଼େୟି କା଼ଲେଏ ତୀରି ଅ଼ଡ଼େ ଆଜାଆ ଗାଟାୟି ଆ଼ନେ। 18 ଇଞ୍ଜାଁ, ନା଼ ଲ଼କୁ ହିତ୍ଡ଼ିତି ଟା଼ୟୁତା, ଆ଼ଟ୍ୱା ବାସା ଟା଼ୟୁତା ଅ଼ଡ଼େ ସୁସ୍ତି ତଲେ ଜ଼ମିନି ଟା଼ୟୁତା ବାସା କିନେରି। 19 ସାମା ଜା଼ଡ଼ା ନା଼ସା ଆ଼ନି ତା଼ଣା ଆ଼ଜିୟାଁ ରିନୁ ଅ଼ଡ଼େ ଗା଼ଡ଼ା ବାରେ ନା଼ସା ଆ଼ନେ। 20 ଏ଼ୟୁ ମାନି ଟା଼ୟୁତା ବିଚା ମାଟିମାଞ୍ଜରି ଅ଼ଡ଼େ କ଼ଡିୟାଁ ଗା଼ଡ଼୍ଦେୟାଁ ପାଙ୍ଗାତା ପାଣ୍ତିମାଞ୍ଜେରି ମୀରୁ, ମୀରୁ ନେହେଁ।