31 "ଈ କା଼ଲାତି ଲ଼କୁଣି ଆମ୍ବାଆରି ତଲେ ତୂକ୍ଇଁ, ଇଞ୍ଜାଁ ଏ଼ୱାରି ଆମ୍ବାଆରି ଲେହେଁ ? 32 ଏମିନି କକାରି ହା଼ଟା ବାଜାରାତା କୁଗାହାଁ ତା଼ମ୍ବୁ ଏଲେଇଣ୍ମ୍ବି ଆ଼ନେରି, ‘ମା଼ମ୍ବୁ ମିଙ୍ଗତାକି ପୀରୁଡ଼ି ଊକିତମି, ମୀରୁ ଏ଼ନ୍ଦାଆତେରି; ମା଼ମ୍ବୁ ଦୁକୁତଲେ ଡ଼ୀତମି ମୀରୁ ଡ଼ୀଆତେରି ।’ ଏ଼ୱାରି ଇଲେତାରି ଇଞ୍ଜିଁ ଜୀସୁ ୱେସ୍ତେସି । 33 ଇଚିହିଁ ବାପ୍ତିସ୍ମ୭:୩୩ ମୁଞ୍ଜିନାୟି ହୀନି ଜହନ ୱା଼ହାଁ ରା଼ନ୍ଦା ତିନାଆତେସି କି ଅଙ୍ଗୁରି ରାସା ଗହ୍ଆତେସି, ଅ଼ଡ଼େ ମୀରୁ ଏଲେଇଚେରି, ‘ଏ଼ୱାଣାଇଁ ବୂତୁ ଆଲ୍ଗାମାଚେ ।’ 34 ମାଣ୍ସି ମୀର୍ଏସି ୱା଼ହାଁ ରା଼ନ୍ଦା ତିଚେସି ଉଟେସି, ଅ଼ଡ଼େ ମୀରୁ ଏଲେ ଇଞ୍ଜିମାଞ୍ଜେରି, ‘ମେହ୍ଦୁ ଈୱାସି ଟିଣ୍ତିକାୱୁ, କାଡ଼ୁବୂତୁ, ସିସ୍ତୁ ରୀହ୍ନାରି ଅ଼ଡ଼େ ପା଼ପୁ ଗାଟାରି ତ଼ଣେଏସି ।’ 35 ମାହାପୂରୁତି ବୁଦି ତାନି ବାରେ ମୀର୍କା ତା଼ଣାଟି ସାତା ଇଞ୍ଜିଁ ତ଼ଞ୍ଜାଆ଼ନେ ।"
ପାରୁସି ସିମନ ଇଜ ଜୀସୁ ହାନାୟି
36 ଅ଼ଡ଼େ ପାରୁସିୟାଁ ବିତ୍ରାଟି ରଅସି ଜୀସୁଇଁ ତାନି ଇଜ ତିଞ୍ଜାଲି ଏଲେଇଚେସି, ଏମ୍ବାଟିଏ ଜୀସୁ ଏ଼ ପାରୁସି ଇଜ ହ଼ଡାହାଁ ରା଼ନ୍ଦା ତିଞ୍ଜାଲି କୁଗିତେସି । 37 ୭:୩୭ ମାତି ୨୬:୭; ମାର୍କ ୧୪:୩; ଜହ ୧୨:୩ମେହ୍ଦୁ ଏ଼ ଗା଼ଡ଼ାତା ପା଼ପୁଗାଟି ର଼ ଇୟା ମାଚେ; ଜୀସୁ ପାରୁସିୟାଁ ଇଜ ତିଞ୍ଜାଲି କୁଗାମାନେସି ଇଞ୍ଜିଁ ପୁଞ୍ଜାହାଁ ଏ଼ଦି ର଼ ଗା଼ଜୁତା ଗାନ୍ଦାଗାଟି ନିୟୁଁ ତାଚାହାଁ,