38 ଅ଼ଡ଼େ ଏ଼ ମାନ୍ଦା ଲ଼କୁ ବିତ୍ରାଟି କାଜା ଗିୟାଁତଲେ ହା଼ଟାହାଁ ଏଲେଇଚେସି, "ଏ଼ ଗୂରୁ ନା଼ନୁ ବାତିମା଼ଲି ମାଞ୍ଜାଇଁ ନା଼ ମୀର୍ଏଣାଇଁ କାର୍ମା ଆ଼ମୁ, ଇଚିହିଁ ଏ଼ୱାସି ନା଼ ରଣ୍ତିଏ ମୀର୍ଏସି; 39 ଏ଼ୱାଣାଇଁ ର଼ ବୂତୁ ଆଲ୍ଗିମାନେ, ଇଞ୍ଜାଁ ଏ଼ୱାସି ପେଦ୍ରାହାଁ ଦେବୁଣିଏ କିର୍ଡ଼ି ମାନେସି, ଇଞ୍ଜାଁ ଏ଼ୱାଣାଇଁ ଇଲେକିଁ ବୂମିତା ତ୍ରକ୍ହାନା ଗୂତିଟି ପମ୍ବଲି ହ଼ପ୍ହି ମାନେ, ଇଞ୍ଜାଁ ଏ଼ୱାଣାଇଁ ଗାଡି ବା଼ଦା କିହାଁ ଏ଼ୱାଣି ତା଼ଣାଟି କା଼କୁଲିଟି ହ଼ଚାହାନେ । 40 ନା଼ନୁ ବୂତୁତି ପିସ୍ପି କିହାଲି ନୀ ସୀସୁୟାଁଣି ବାତିମା଼ଲିତେଏଁ, ସାମା ଏ଼ୱାରି ପିସ୍ପି କିହାଲି ଆ଼ଡାଆତେରି ।"
41 ଜୀସୁ ଏଲେଇଚେସି, "ଆଡ଼େ ନାମାଆଗାଟି ଏଟ୍କା ଜିରୁ ଆହ୍ନି କୂଡ଼ା, ନା଼ନୁ ଅ଼ଡ଼େ ଏଚେକା ମୀ ତଲେ ମାଞ୍ଜାହାଁ ମୀ କାତା ଅ଼ର୍ହାଇଁ ? ନୀ ମୀର୍ଏଣାଇଁ ଇମ୍ବାଆଁ ତାମୁ ।"
42 ବୂତୁ ଆଲ୍ଗାମାଚି କକାସି ୱା଼ହିମାଚାଟି ବୂତୁ ଏ଼ କକାଣାଇଁ ବୂମିତା ଡାଡ଼ି କିହାଁ ତ୍ରେପ୍ହାତୁସ୍ତେ, ସାମା ଜୀସୁ ଏ଼ ପ଼ଲ୍ଆ ବୂତୁତି ଦାକା ହୀତେସି ଇଞ୍ଜାଁ କକାଣାଇଁ ନେହିଁ କିହାଁ ତାମି ଆ଼ବା କେୟୁତା ହେର୍ପିତେସି । 43 ଏଚେଟିଏ ବାରେ ଲ଼କୁ ମାହାପୂରୁତି ବା଼ଡ଼୍ୟୁ ମେସାହାଁ ଜାଗ୍ଲା ଆ଼ତେରି । ସାମା ଏ଼ୱାସି କିହାମାନି ବାରେ କାମାତାକି ଜାଗ୍ଲା ଆ଼ହିମାଚାକି ଜୀସୁ ତାନି ସୀସୁୟାଁଇଁ ଏଲେଇଚେସି ।