ଜୀସୁ ବୂତୁୟାଁ ଆଲ୍ଗିତାଣାଇଁ ନେହିଁକିନାୟି
1 ଡା଼ୟୁ ଜୀସୁ ଅ଼ଡ଼େ ସୀସୁୟାଁ ଗାଲିଲି ଆତାଲାତି ଗରାସିୟ୫:୧ କଚେକା ସା଼ସ୍ତେରିତା ଗଦରିୟ ରା଼ସ୍କି ଆ଼ହାମାନେ ରା଼ଜିତା ଏଗାହାଚେରି । 2 ଜୀସୁ ଡଂଗଟି ରେ଼ପନିଏ ର଼ ବୂତୁ ଆଲ୍ଗା ମାଚାସି ମାଡ଼୍ହା ମୁହ୍ନି ଟା଼ୟୁଟି ହ଼ଚାୱା଼ହାନା ଜୀସୁଇଁ ବେଟାଆ଼ତେସି । 3 ଏ଼ୱାସି ମାଡ଼୍ହା ମୁହ୍ନି ଟା଼ୟୁତା ବାସା କିହିମାଚେସି, ଇଞ୍ଜାଁ ଆମ୍ବାଆସି ଜିକେଏ ଏ଼ୱାଣାଇଁ ହିକ୍ଣିୟାଁ ତଲେ ଦସାଲି ଆ଼ଡିହିଲାଆତେରି; 4 ଇଚିହିଁ ଏ଼ୱାଣାଇଁ ହା଼ରେକା ଦେବା ହିକ୍ଣିୟାଁ ତଲେ ଦସାମାଚେରି, ସାମା ଏ଼ ହିକ୍ଣିୟାଁ ଡାପ୍ହାଁ କୁଟୁକୁଟା କିତେସି, ଇଞ୍ଜାଁ ଏ଼ୱାଣାଇଁ ଦସା ଇଟାଲି ଆମ୍ବାଆରାକି ଜିକେଏ ବା଼ଡ଼୍ୟୁ ହିଲାଆତେ । 5 ଏ଼ୱାସି ଲା଼ଆଁୟାଁ ମାଦେନା ବାରେବେ଼ଲା ମାଡ଼୍ହା ମୁହ୍ନି ଟା଼ୟୁତା ଅ଼ଡ଼େ ହ଼ରୁତା ଡ଼ୟାହାଁ କିର୍ଡ଼ି ମାଚେସି, ଇଞ୍ଜାଁ ୱାଲ୍କାତଲେ କତ୍ହା କଡିହିଁ ରା଼ଣାରାକା କିହା କଡିମାଚେସି ।
6 ଏ଼ୱାସି ହେକଟିଏ ଜୀସୁଇଁ ମେସାହାଁ ହଟି ହଟିହିଁ ୱା଼ହାଁ ଏ଼ୱାଣି କଡାଣା ରିହାଁ ଜହରା କିତେସି, 7 ଅ଼ଡ଼େ କାଜା ଗିୟାଁତଲେ କିର୍ଡ଼ିହିଁ ଏଲେଇଚେସି, "ଏ଼ ବା଼ଡ଼୍ୟୁଗାଟି ମାହାପୂରୁ ମୀର୍ଏଣାତି ଜୀସୁ, ନୀ ତଲେ ନାଙ୍ଗେ ଏ଼ନାୟି ମାଚେ ? ନିଙ୍ଗେ ମାହାପୂରୁ ଦ଼ରୁତଲେ ପାର୍ମାଣା କିହିମାଞ୍ଜାଇଁ, ନାଙ୍ଗେ କସ୍ତ ହିୟାଆନି ।" 8 ଏ଼ନାଆଁତାକି ଇଚିହିଁ ଜୀସୁ ଏ଼ୱାଣାଇଁ ଏ଼ନାଆଁ ଇଞ୍ଜାଲି ହାଜିମାଚେସି, "ଏ଼ ପ଼ଲ୍ଆ ବୂତୁତି ଈୱାଣି ତା଼ଣାଟି ହ଼ଚାହାଲାମୁ ।"
9 ଜୀସୁ ଏ଼ୱାଣାଇଁ ୱେଚେସି, "ନୀ ଦ଼ରୁ ଏ଼ନାୟି ?" ଏ଼ୱାସି ଏଲେଇଚେସି, "ନା଼ ଦ଼ରୁ ‘ମାନ୍ଦା’ ଇଚିହିଁ ମା଼ମ୍ବୁ ହା଼ରେକା ଜା଼ଣାତମି ।" 10 ଇଞ୍ଜାଁ ଜୀସୁ ଏ଼ନିକିଁ ଏ଼ ପ଼ଲ୍ଆ ବୂତୁୟାଁଣି ଏ଼ ରା଼ଜିଟି ଅ଼ର ରା଼ଜିତା ପାଣ୍ତଅସି, ଏ଼ଦାଆଁତାକି ଏ଼ୱି ଜୀସୁଇଁ ହା଼ରେକା ବାତିମା଼ଲିତୁ ।
11 ଏମ୍ବାଆଁ ହ଼ରୁ ଦାରିତା ର଼ ମାନ୍ଦା ପାଜିୟାଁ ମେୟିଁମାଚୁ । 12 ଅ଼ଡ଼େ ଏ଼ ବୂତୁୟାଁ ବାତିମା଼ଲିହିଁ ଏଲେଇଚୁ, "ମାଙ୍ଗେ ଏ଼ ପାଜିୟାଁ ମାନ୍ଦାତା ହ଼ଡାଲି ପାଣ୍ତାମୁ ।" 13 ଏ଼ୱାସି ଏ଼ୱାରାଇଁ ହୁକୁମି ହୀହାଲିଏ, ଏ଼ ପ଼ଲ୍ଆ ବୂତୁୟାଁ ଏ଼ୱାଣି ତା଼ଣାଟି ହ଼ଚାହାଁ ପାଜିୟାଁ ମାନ୍ଦା ବିତ୍ରା ହ଼ଟୁ; ଏମ୍ବାଟିଏ ମାନ୍ଦା ପାଜିୟାଁ ତବେ ହଟାହାଁ ଡାଗେ ମାଚି ସାମ୍ଦୁରିତା ମେଦାନା ହା଼ହାହାଚୁ, ବାରେ ରୀ ମା଼ଣା ପାଜିୟାଁ ମାଚୁ ।
14 ଏ଼ ପାଜିୟାଁ ମେଚିମାଚି ଗ଼ଡ଼୍କା ଗା଼ଡ଼ାତା ଅ଼ଡ଼େ ନା଼ସ୍କାଣାଁ ଏ଼ କାତା ୱେସ୍କା ହାଚେରି; ଏମ୍ବାଟିଏ ଲ଼କୁ ଏ଼ନାଆଁ ଆ଼ହାମାନେ ଇଞ୍ଜିଁ ସିନିକିହାଲି ୱା଼ତେରି ।