ହାର୍ସୁ ପା଼ଡ଼େୟିତି ପୁଣ୍ମ୍ବିକିନାୟି
31 ଜୀସୁ ଏ଼ୱାରାଇଁ ଅ଼ଡ଼େ ର଼ ପୁଣ୍ମ୍ବିକିନି କାତା ୱେସ୍ତେସି, ଲାକପୂରୁ ରା଼ଜି ର଼ ହାର୍ସୁ ପା଼ଡ଼େୟି ଲେହେଁତାୟି, ଏ଼ଦାଆଁ ଅ଼ହାଁ ରଅସି ତାନି ବା଼ଡ଼ାତା ମାଟିତେସି । 32 ଏ଼ ପା଼ଡ଼େୟି ବାରେ ପା଼ଡ଼େୟିକା କିହାଁ ଊଣା, ସାମା ଏ଼ଦି ପାଡା ଆ଼ତିସାରେ ବାରେ କୁଚା କିହାଁ କାଜାୟି ଆ଼ହାଁ ଇଲେତି ମା଼ର୍ନୁ ଆ଼ନେ, ଇଞ୍ଜାଁ ହା଼ଗୁତା ଊମ୍ବିମାନି ପଟାୟାଁ ୱା଼ହାଁ ଏ଼ଦାନି କମାତା ବ଼ଣ କିହାଁ ବାସା କିନୁ ।