1 ଏଚିବେ଼ଲାତା ଜିରୁସାଲମଟି ପାରୁସିୟାଁ ଇଞ୍ଜାଁ ମେ଼ରାପୁନାରି ଜୀସୁ ତା଼ଣା ୱା଼ହାଁ ଏଲେଇଚେରି, 2 "ନୀ ସୀସୁୟାଁ ଏ଼ନାଆଁତାକି ତଲିତି ଆକୁ ଆ଼ବାୟାଁ ଜା଼ପ୍ହି ମେ଼ରା ମା଼ନି କିହିହିଲଅରି ? ଇଚିହିଁ ରା଼ନ୍ଦା ତିନାଟି କେସ୍କା ନର୍ଅରି ।" ପା଼ଣା ପା଼ଟୁତି ମା଼ନି କିନାୟି
3 ଜୀସୁ ଏ଼ୱାରାଇଁ ଏଲେଇଚେସି, "ଏ଼ନାଆଁତାକି ମୀରୁ ଜିକେଏ ମୀ ପା଼ଣାପା଼ଟୁ ମେ଼ରାତାକି ମାହାପୂରୁତି ହୁକୁମି ମା଼ନୱି ଆ଼ହି ହିଲଅତେରି ?" 4 ମାହାପୂରୁ ଏଲେଇଞ୍ଜା ମାନେସି ଇୟା ଆ଼ବାଇଁ ମା଼ନି କିଦୁ, ଇଞ୍ଜାଁ ଆମ୍ବାଆସି ଇୟା କି ଆ଼ବାଇଁ ବା଼କା ଇଟିନେସି ଏ଼ୱାସି ହା଼ନି ଡଣ୍ତ ବେଟା ଆ଼ନେସି । 5 ସାମା ମୀରୁ ଏଲେଇଞ୍ଜିମାଞ୍ଜେରି, ଆମ୍ବାଆସି ଆ଼ପେସି ତାମି ଇୟା କି ଆ଼ବାଇଁ ଏଲେଇନେସି, ନା଼ ତା଼ଣାଟି ମିଙ୍ଗେ ଏ଼ନାଆଁ ହିୟାତିହିଁ ନେହେଁ ଆ଼ତେମା, ଏ଼ ବାରେ ମାହାପୂରୁକି ହେର୍ପି ଆ଼ହାମାନେ, 6 ଏ଼ୱାସି ସାତେଏ ତାମି ଇୟା ଆ଼ବାଇଁ ମା଼ନି କିଅସି । ଇଲେକିହିଁ ମୀରୁ ମୀ ପା଼ଣାପା଼ଟୁ ମେ଼ରା ତଲେ ମାହାପୂରୁ କାତା ଉଜେଏ କିହିମାଞ୍ଜେରି । 7 ଆଡ଼େ କୁଟୁ ଗାଟାତେରି, ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନି ଜିସାୟ ମିଙ୍ଗେତାକି ନେହିକିଁ ଈ କାତା ୱେସାମାନେସି ।
8 ଈ କୂଡ଼ାତାରି ୱାର୍ଇ ଗୂତି ତଲେ ସେ଼ବା କିୟାନେରି,
ସାମା ଏ଼ୱାରି ହିୟାଁ ନା଼ ତା଼ଣାଟି ହେକ ଡ଼ୟିନେ ।
9 ଏ଼ୱାରି ମାଣ୍ସି କେ଼ପିତି ପା଼ଣା ପା଼ଟୁତି ଦାର୍ମୁତି ନେହିଁ କାତା ଇଞ୍ଜିଁ ଜା଼ପ୍ହାନା,
ଉଜେଏ ନାଙ୍ଗେ ସେ଼ବା କିହିମାଞ୍ଜାନେରି ।
10 ଅ଼ଡ଼େ ଜୀସୁ ଲ଼କୁଣି ଡାଗେ ହା଼ଟାହାଁ ଏ଼ୱାରାଇଁ ଏଲେଇଚେସି, "ୱେଞ୍ଜୁ ଇଞ୍ଜାଁ ପୁଞ୍ଜୁ ।" 11 ମାଣ୍ସି ଗୂତି ବିତ୍ରା ଏ଼ନାୟି ହ଼ଡ଼୍ନେ ଏ଼ଦି ଏ଼ୱାଣାଇଁ ଲାଗେଏ କିଏ, ସାମା ଗୂତି ବିତ୍ରାଟି ଏ଼ନାୟି ହ଼ନେ ଏ଼ଦି ମାଣ୍ସିଇଁ ଲାଗେଏ କିନେ ।
12 ଏଚିବେ଼ଲା ସୀସୁୟାଁ ଜୀସୁ ତା଼ଣା ୱା଼ହାଁ ଏଲେଇଚେରି, ପାରୁସିୟାଁ ଈ କାତା ୱେଞ୍ଜାହାଁ କସ୍ତ ବେଟାଆ଼ହି ମାନେରି ଈଦାଆଁ ନୀନୁ ପୁଞ୍ଜା ମାଞ୍ଜିକି ?
13 ସାମା ଜୀସୁ ଏଲେଇଚେସି, "ନା଼ ଲାକପୂରୁତି ଆ଼ବା ଆମିନି ମା଼ର୍ନୁ ଉହା ହିଲଅସି ଏ଼ ବାରେ ରେୱି ଆ଼ନୁ ।" 14 ପାରୁସିୟାଁ କାତା ୱେନାଆଦୁ, ଏ଼ୱାରି କା଼ଣାୟାଁ ଆ଼ହାଁ କା଼ଣାୟାଁଇଁ ଜିରୁ ତ଼ହ୍ନେରି, ଇଞ୍ଜାଁ କା଼ଣା ଅ଼ର କା଼ଣାଇଁ ଜିରୁ ତ଼ସ୍ତିହିଁ ରିଆରି ଜିକେଏ ଗା଼ଡ୍ୟୁତା ତର୍ଗିନେରି ।
15 ପିତର ଏଲେଇଚେସି, "ଏ଼ ପୁଣ୍ମ୍ବିକିନି କାତା ମାଙ୍ଗେ ୱେସ୍ତାମୁ ।"
16 ଜୀସୁ ଏଲେଇଚେସି, "ମୀରୁ ଜିକେଏ ନୀଏଁ ପାତେକା ପୁନାଆ ଗାଟାତେରି ?" 17 ଏ଼ନାୟି ଗୂତିଟି ହ଼ଡ଼୍ନେ ଏ଼ଦି ବାଣ୍ତିତା ହାଜାହାଁ ଏ଼ଦି ବାଣ୍ତିହାନିଲେହେଁ ହ଼ଚା ହାନେ, ଈଦାଆଁ ପୁଞ୍ଜି ହିଲଅତେରି ? 18 ସାମା ଗୂତିଟି ଏ଼ନାୟି ହ଼ଚିମାନେ ଏ଼ଦି ହିୟାଁଟି ହ଼ଚିମାନେ ଏ଼ଦିଏ ମାଣ୍ସିଇଁ ଲାଗେଏ କିହିମାନେ । 19 ଇଚିହିଁ ହିୟାଁଟି ଲାଗେଏତି ଅଣ୍ପୁ ହ଼ନେ, ଇଚିହିଁ ଲ଼କୁଣି ପା଼ୟିନାୟି, ଦା଼ରି କାମା କିୟାଲି, ଲାଗେଏ ପ଼ଲେଏ କାମା କିହାଲି, ସ଼ରୁ କାମା କିହାଲି, ମିଚି ସା଼କି ହୀହାଲି ଇଞ୍ଜାଁ ନିନ୍ଦା କାତା ଜ଼ଲାଲି; 20 ଈ ବାରେ କାମା ମାଣ୍ସିଇଁ ଲାଗେଏ କିନେ, ସାମା କେୟୁ ନର୍ଆନା ତିନାୟି ମାଣ୍ସିଇଁ ଲାଗେଏ କିଏ ।
21 ଜୀସୁ ଏ଼ ଟା଼ୟୁ ପିସାହାଁ ସ଼ର ଅ଼ଡ଼େ ସିଦନ ରା଼ଜିତା ହାଚେସି । 22 ଅ଼ଡ଼େ ମେହ୍ଦୁ ଏ଼ ହାନ୍ଦିଟି କିଣାନ ଦେ଼ସାତି ର଼ ଇୟା ୱା଼ହାଁ କାଜା ଗିୟାଁତଲେ ଏଲେଇଚେ, "ଏ଼ ପ୍ରବୁ ଦାୱୁଦ ମୀର୍ଏଣାତି ନାଙ୍ଗେ କାର୍ମା ମେସ୍ତାମୁ ଇଚିହିଁ ନା଼ ମା଼ଙ୍ଗାନି ହା଼ରେକା ଆଜିହ଼ପେତି ବୂତୁ ଆସାହାଁ କସ୍ତ ଆ଼ହିମାନେ ।"
23 ସାମା ଜୀସୁ ଏ଼ଦାନି ର଼ ପଦୁ ଜିକେଏ ଜ଼ଲାଆତେସି । ଇଞ୍ଜାଁ ତାନି ସୀସୁୟାଁ ୱା଼ହାଁ ଏ଼ୱାଣାଇଁ ଏଲେଇଚେରି, "ଈଦାନି ହେଲ ହୀହାଁ ପାଣ୍ତାତୁହ୍ମୁ, ଏ଼ନାଆଁତାକି ଇଚିହିଁ ଈଦି ମା଼ ଜେ଼ଚ କା଼ଲୱି ଆ଼ହିମାନେ ।"
24 ସାମା ଜୀସୁ ଏଲେଇଚେସି, "ନା଼ନୁ ଇସ୍ରାୟେଲ କୂଡ଼ାତା ଜା଼ଙ୍ଗାମାନି ମେ଼ଣ୍ତାୟାଁ ପିସ୍ପେ ଅ଼ଡ଼େ ଆମ୍ବାଆରି ତା଼ଣା ପାଣ୍ତ୍ୱି ଆ଼ହାହିଲଅଁ ।"
25 ଏ଼ ଇୟା ୱା଼ହାଁ ଜହରା କିହାଁ ଏଲେଇଚେ, "ଏ଼ ପ୍ରବୁ ନାଙ୍ଗେ କାର୍ମା ମେସ୍ତାମୁ ।"
26 ସାମା ଜୀସୁ ଏଲେଇଚେସି, "ମୀର୍କା ମା଼ସ୍କା କା଼ଦି ଅ଼ହାଁ ନେସ୍କା ଡାଗେ ମେତ୍ନାୟି ନେହେଁ ଆ଼ଏ ।"
27 ଏ଼ ଇୟା ଏଲେଇଚେ, "ହାଅ ପ୍ରବୁ ଇଚିହିଁ ନେସ୍କା ତାମି ସା଼ୱୁକାରିୟାଁ ତା଼ଣାଟି ତର୍ଗାମାନି ଜୁଟା ରା଼ନ୍ଦା ପେର୍ହା ତିନୁ ।"
28 ଏଚେଟିଏ ଜୀସୁ ଏ଼ ଇୟାନି ଏଲେଇଚେସି, "ଏ଼ ଇୟା ନୀଦି ହା଼ରେକା କାଜା ନାମୁ ନୀ ମ଼ନ ଲେହେଁଏ ନିଙ୍ଗ ଆୟାପେ ।" ଏ଼ ଦେବୁଣିଏ ତାନି ମା଼ଙ୍ଗା ନେହେଁ ଆ଼ତେ ।
29 ଜୀସୁ ଏମ୍ବାଟିଏ ହାଜାହାଁ ଗାଲିଲି ସାମ୍ଦୁରି ଡାଗେ ୱା଼ତେସି, ଅ଼ଡ଼େ ହ଼ରୁ ଲାକ ହାଜାହାଁ କୁଗିତେସି । 30 ଅ଼ଡ଼େ ହା଼ରେକା ଲ଼କୁ ସଟାୟାଁ, ଟୁଡୁୱାୟାଁ, କା଼ଣାୟାଁ, ଗୁଲାୟାଁ, ହା଼ରେକା ଲ଼କୁଇଁ ତାମିତଲେ ତାଚାହାଁ ଜୀସୁ କଡାଁ ଡ଼଼ଇ ଇଟିତେରି, ଅ଼ଡ଼େ ଏ଼ୱାସି ଏ଼ୱାରାଇଁ ନେହିଁ କିତେସି । 31 ଇଲେକିହିଁ ବେବ୍ଡ଼ାୟାଁ ଜ଼ଲିମାନେରି, ଟୁଡୁୱାୟାଁ ନେହିଁ ଆ଼ହିମାନେରି, ସଟାୟାଁ ତା଼କି ମାନେରି ଅ଼ଡ଼େ କା଼ଣାୟାଁ ମେସିମାନେରି; ଈ ବାରେ ମେସାହାଁ ଲ଼କୁ କାବା ଆ଼ତେରି, ଇଞ୍ଜାଁ ଇସ୍ରାୟେଲତି ମାହାପୂରୁଇଁ ଜହରା କିତେରି ।
32 ଅ଼ଡ଼େ ଜୀସୁ ତାନି ସୀସୁୟାଁଇଁ ଡାଗେ ହା଼ଟାହାଁ ଏଲେଇଚେସି, "ଈ ବାରେ ଲ଼କୁତାକି ନାଙ୍ଗେ କାର୍ମା ହ଼ଚିମାଞ୍ଜାନେ, ଏ଼ନାଆଁତାକି ଇଚିହିଁ ଈୱାରି ତୀନିଦିନା ଆ଼ତେରିଏ ନା଼ ତଲେ ମାଞ୍ଜାମାନେରି, ଅ଼ଡ଼େ ଈୱାରି ତା଼ଣା ଏ଼ନାୟିୱା ତିଞ୍ଜାଲି ହିଲେଏ; ଈୱାରି ହାନାଟି ଜୀୱୁ ହ଼ଚା ହା଼ତିଲେହେଁ ଜିରୁତା ତର୍ଗିନେରି, ଏ଼ଦାଆଁତାକି ହାକିଟି ପାଣ୍ତାଲି ନା଼ ମ଼ନ ହିଲେଏ ।"
33 ସୀସୁୟାଁ ଏ଼ୱାଣାଇଁ ଏଲେଇଚେରି, "ଇଚେକା ଲ଼କୁତାକି ବାଣ୍ତି ପାଞ୍ଜିକିହାଲି ଈ ଏ଼ନାଆଁ ହିଲାଆ ଟା଼ୟୁତା ଏମ୍ବିଟି ରୂଟି ପା଼ଣ୍ନାୟି ।"
34 ଜୀସୁ ଏ଼ୱାରାଇଁ ୱେଚେସି, "ମୀ ତା଼ଣା ଏଚରଗଟା ରୂଟି ମାନୁ ?"
ଏ଼ୱାରି ଏଲେଇଚେରି, "ସା଼ତାଗଟା ଇଞ୍ଜାଁ ଏଚରଗଟା ଊଣା ମୀଣ୍କା ମାନୁ ।"
35 ଏଚେଟିଏ ଜୀସୁ ଲ଼କୁଣି ବୂମିତା କୁଗାଲି ହୁକୁମି ହୀତେସି, 36 ଅ଼ଡ଼େ ଜୀସୁ ଏ଼ ସା଼ତାଗଟା ରୂଟି ଇଞ୍ଜାଁ ମୀଣ୍କାଣି ମାହାପୂରୁ ତା଼ଣା ଜହରା କିହାଁ ସୀସୁୟାଁକି ହୀତେସି; ଏ଼ୱାରି ଲ଼କୁତାକି ହୀତେରି । 37 ଅ଼ଡ଼େ ଲ଼କୁ ତିଞ୍ଜାହାଁ ପାଞ୍ଜିତି ଡା଼ୟୁ, ଡୀଗିତି ରୂଟି ସା଼ତା ଡାଲି ହା଼ରିତାଣି କୂଡ଼ି କିତେରି । 38 ରୂଟି ତିଚି ଲ଼କୁ ଇୟାସିକା ଅ଼ଡ଼େ ଊଣା କକାରି ପ଼ଦାଁଣି ପିସାହାଁ ସା଼ରି ମା଼ଣା ଆ଼ବାୟାଁ ମାଚେରି ।
39 ଏଚେଟିଏ ଏ଼ୱାସି ଲ଼କୁଣି ହେଲ ହୀହାଁ ଡଂଗତା ହ଼ଚାହାଁ ମଗଦାନ ହାନ୍ଦିତା ୱା଼ତେସି ।