କାର୍ମା ମେହ୍ଆ ହ଼ଲେଏଣି କାତା ପୁଣ୍ମ୍ବିକିନାୟି
21 ୧୮:୨୧ ଲୂକ ୧୭:୩,୪ ଏଚିବେ଼ଲା ପିତର ଜୀସୁ ଡାଗେ ୱା଼ହାଁ ୱେଚେସି, "ଏ଼ ପ୍ରବୁ ନା଼ ତାୟି ଏଚର ପା଼ଲି ନା଼ କ଼ପାଟି ପା଼ପୁ କିତିସାରେ ନା଼ନୁ ଏ଼ୱାଣି ପା଼ପୁ ମ୍ଣେକ୍ଇଁ ?"
22 ସା଼ତା ଦେବା ପାତେକା କି ? ଜୀସୁ ଏ଼ୱାଣାଇଁ ଏଲେଇଚେସି, ୱାର୍ଇ ସା଼ତା ଦେବା ପାତେକା ଆ଼ଏ, ସାତା ଗୂଣୁ ତୀନିକ଼ଡ଼ି ଦସ ଦେବା ପାତେକା ମ୍ଣେକ୍ନାୟି ମାନେ । 23 ଇଚିହିଁ ଲାକପୂରୁ ରା଼ଜି ତାନି ହ଼ଲିୟାଙ୍ଗା ତଲେ ରୀଣା ଲେକା କିନି ର଼ ରାଜା ଲେହେଁତାୟି । 24 ଏ଼ୱାସି ଲେକା କିହାଲି ମା଼ଟ୍ହାଲିଏ, ତୀନି ଗାର୍ହା ଦସ ମା଼ଣା ଟାକାୟାଁ ରୀଣା ଆ଼ହାମାନି ର଼ ହ଼ଲେଏଣାଇଁ ଏ଼ୱାଣି ତା଼ଣା ତାତେରି । 25 ସାମା ଏ଼ ବାରେ ଡିକ୍ହାଲି ଏ଼ୱାଣି ତା଼ଣା ଏ଼ନାୟି ହିଲାଆତାକି ଏ଼ ସା଼ୱୁକାରି ଏ଼ୱାଣାଇଁ ଅ଼ଡ଼େ ତାନି ଡକ୍ରିନି ଇଞ୍ଜାଁ ତାନି କକାରି ପ଼ଦାଁଣି ଇଞ୍ଜାଁ ତାନି ଇଲୁତି ଆ଼ସ୍ତି ପାର୍ଚାହାଁ ରୀଣା ଡିକ୍ହାଲି ହୁକୁମି ହୀତେସି । 26 ଏଚେଟିଏ ଏ଼ ହ଼ଲେଏସି ମେଣ୍ତାକୁତାନା ଜହରା କିହାଁ ଏଲେଇଚେସି, ନୀନୁ କାର୍ମାମେସାନା କା଼ତାମୁ, ନା଼ନୁ ନିଙ୍ଗେ ବାରେ ଡିକ୍ହା ତୁସ୍ତାଇଁ । 27 ଏଚେଟିଏ ସା଼ୱୁକାରି ଏ଼ ହ଼ଲେଏଣାଇଁ କାର୍ମାମେସାନା ତାନି ରୀଣା ପିସ୍ପି କିୱିଆ଼ତେ ଇଞ୍ଜାଁ ତାନି ରୀଣା ମେଣ୍ଙ୍ଗାହାଚେ ।
28 ସାମା ଏ଼ ହ଼ଲେଏସି ଏମ୍ବାଟି ପାଙ୍ଗାତା ହାଜାହାଁ ତାନିତା଼ଣାଟି ରୀ କ଼ଡ଼ି ଦସଟାକା ରୀଣା ଅ଼ହାମାନି ତାନି ତଲେତି ର଼ ହ଼ଲେଏଣାଇଁ ମେସାହାଁ ଏ଼ୱାଣି ହେର୍କିତା ଆସାହାଁ ଏଲେଇଚେସି, ନୀନୁ ଅ଼ହାମାନି ରୀଣା ଡିକ୍ହା ତୁସ୍ତାମୁ । 29 ଏଚେଟିଏ ତାନି ତଲେତି ହ଼ଲେଏସି ମେଣ୍ତାକୁତାନା ଜହରା କିହିଁ ଏଲେଇଚେସି, ନୀନୁ ନାଙ୍ଗେ କାର୍ମାମେସାନା କା଼ତାମୁ ନା଼ନୁ ନିଙ୍ଗେ ବାରେ ଡିକ୍ହାଇଁ 30 ସାମା ଏ଼ୱାସି ରା଼ଜି ଆ଼ଆତେସି, ଇଞ୍ଜାଁ ରୀଣା ଡିକ୍ଆ ପାତେକା ଏ଼ୱାଣାଇଁ କା଼ୟିଦି ଇଲୁତା ସୁଣ୍ତିତେସି । 31 ଇଞ୍ଜାଁ ତାନି ତଲେତି ହ଼ଲିୟାଙ୍ଗା ଏ଼ଦାଆଁ ମେସାହାଁ ହା଼ରେକା ଦୁକୁ କିତେରି ଅ଼ଡ଼େ ହାଜାହାଁ ସା଼ୱୁକାରିଇଁ ବାରେ କାତା ୱେସ୍ତେରି । 32 ଏମ୍ବାଟିଏ ସା଼ୱୁକାରି ଏ଼ୱାଣାଇଁ ଡାଗେ ହା଼ଟାହାଁ ଏଲେଇଚେସି, ଆଡ଼େ କାମାତା ୱା଼ଆଗାଟି ହ଼ଲେଏଣାତି ନୀନୁ ନାଙ୍ଗେ ବାତିମା଼ଲାଲିଏ ନା଼ନୁ ନୀ ବାରେ ରୀଣା ପିସ୍ତାତେଏଁ; 33 ନା଼ନୁ ଏ଼ନିକିଁ ନିଙ୍ଗେ କାର୍ମା ଆୟାତେଏଁ, ଏଲେକିହିଁଏ ନୀନୁ ଜିକେଏ ନୀ ତଲେତି ହ଼ଲେଏଣାଇଁ କାର୍ମାମେହ୍ନାୟି ମାଚେ । 34 ଅ଼ଡ଼େ ତାନି ପ୍ରବୁ ହା଼ରେକା କ଼ପା ଆ଼ହାଁ ବାରେ ରୀଣା ଡିକ୍ଆ ପାତେକା ଏ଼ ହ଼ଲେଏଣାଇଁ କସ୍ତ ହୀନି ଲ଼କୁ କେୟୁତା ହେର୍ପିତେସି ।
35 ମୀରୁ ବାରେତେରି ମୀ ବାରେ ହିୟାଁଟି ମୀ ତାୟିଇଁ ତାମି ପା଼ପୁ ମ୍ଣେକ୍ଆତିହିଁ ଲାକପୂରୁତି ମୀ ଆ଼ବା ଜିକେଏ ମିଙ୍ଗେ ଏଲେ କିୟାନେସି ।