ଜିରୁସାଲମତା ଜୀସୁ ରା଼ହାଁଟି ହ଼ଡ଼୍ନାୟି
1 ଏଚିବେ଼ଲା ଜୀସୁ ଅ଼ଡ଼େ ତାନି ସୀସୁୟାଁ ଜିରୁସାଲମ ଡାଗେ ଆ଼ହାଁ ଜୀତ ଇନି ହ଼ରୁ ଦାରିତି ବେତ୍ପାଗି ଏଜାଲିଏ ଏଚିବେ଼ଲା ଜୀସୁ ତାନି ରୀ ସୀସୁୟାଁଣି ଏଲେଇଞ୍ଜା ପାଣ୍ତିତେସି । 2 "ମୀରୁ ନ଼କିତା ମାନି ନା଼ୟୁଁତା ହାଜୁ, ଇଞ୍ଜାଁ ହାଲ୍ୱନିଏ ଦସାମାନି ର଼ ଗା଼ଡ଼୍ଦେ ଇଞ୍ଜାଁ ଡା଼ଲୁ ମେହ୍ଦେରି; ଏ଼ୱାଆଁ ହୁକ୍ହାଁ ନା଼ ତା଼ଣା ତାଦୁ । 3 ଅ଼ଡ଼େ ଆମ୍ବାଆରି ଏ଼ନାଆଁ ଇଞ୍ଜାତିହିଁ, ୱେହ୍ଦୁ, ଈୱାସିକା ତା଼ଣା ମା଼ ପ୍ରବୁକି ଲ଼ଡ଼ାମାନେ, ଏ଼ ଦେବୁଣିଏ ଏ଼ୱାସିକାଣି ପାଣ୍ତାନେସି ।"
4 ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି କାତା ଏ଼ନିକିଁ ସାତା ଆ଼ନେ, ଏ଼ଦାଆଁତାକି ଈ ବାରେ ଆ଼ତେ;
5 "ସିୟନତି ଗା଼ଡ଼ାଇଁ ୱେହ୍ଦୁ
ମେହ୍ମୁ ନୀ ରାଜା ନୀ ତା଼ଣା ୱା଼ହିମାନେସି,
ଏ଼ୱାସି ସୁଦୁଗାଟାସି ଇଞ୍ଜାଁ ଗା଼ଡ଼୍ଦେ ଲାକ କୁଗାମାନେସି
ଇଚିହିଁ ଗା଼ଡ଼୍ଦେ ଡା଼ଲୁ ଲାକ କୁଗାମାନେସି ।"
6 ଏମ୍ବାଟିଏ ସୀସୁୟାଁ ହାଜାହାଁ ଜୀସୁ ୱେସ୍ତିଲେହେଁ କାମା କିତେରି, 7 ଅ଼ଡ଼େ ଗା଼ଡ଼୍ଦେ ଇଞ୍ଜାଁ ଡା଼ଲୁତି ତାଚାହାଁ ଏ଼ୱାସିକା ଲାକ ହିମ୍ବରିକା ପା଼ସ୍ତେରି, ଇଞ୍ଜାଁ ଜୀସୁଇଁ କୁଗିକିତେରି । 8 ଅ଼ଡ଼େ ହା଼ରେକା ଲ଼କୁ ତାମି ହିମ୍ବରିକା ଜିରୁତା ପା଼ସ୍ତେରି, ଅ଼ଡ଼େ ଏଚେକା ଲ଼କୁ ମା଼ର୍କାତି ଗଚାୟାଁ ତାଚାହାଁ ଜିରୁତା ପା଼ସ୍ତେରି । 9 ଅ଼ଡ଼େ ଜୀସୁତି ଡା଼ୟୁତା ନ଼କିତା ହାଜିମାଚି ଲ଼କୁ ବାରେ କାଜା ଗିୟାଁତଲେ ଏଲେଇଚେରି, "ହ଼ସାନା ଦାୱୁଦ ମୀର୍ଏସି! ମାହାପୂରୁ ଦ଼ରୁଟି ୱା଼ହିମାନେସି ନେହାସି! ମାହାପୂରୁ ଏ଼ୱାଣାଇଁ ବ଼ର ହୀପାସି, ଲାକପୂରୁ ହ଼ସାନା ।"
10 ଅ଼ଡ଼େ ଏ଼ୱାସି ଜିରୁସାଲମତା ହ଼ଡାଲିଏ, ଗା଼ଡ଼ାତାରି ବାରେଜା଼ଣା "ଈୱାସି ଆମ୍ବାଆସି ?" ଇଞ୍ଜିଁ କାବାଆ଼ହାନା ଏଲେଇଚେରି ।
11 ଏଚେଟିଏ ବାରେ ଲ଼କୁ ଏଲେଇଚେରି, "ଈୱାସି ଗାଲିଲି ଦେ଼ସାତା ମାନି ନା଼ଜରିତତି ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନି ଜୀସୁ ।"