ଜୀସୁ କ଼ପାଟି ପାରୁ ପାରିନାୟି
1 ଜୀସୁ ଈ ବାରେ କାତା ରା଼ପ୍ହାଁ ତାନି ସୀସୁୟାଁଇଁ ଏଲେଇଚେସି, 2 "ରୀଇନି ଜେ଼ଚ ପିସ୍ପିଆ଼ନି ପାର୍ବୁ ଆ଼ନେ, ଈଦାଆଁ ମୀରୁ ପୁଞ୍ଜାମାଞ୍ଜେରି, ଇଞ୍ଜାଁ ମାଣ୍ସି ମୀର୍ଏସି ପା଼ସି ମୁଣ୍ତାତା ହା଼ୟାଲି ହେର୍ପିଆ଼ନେସି ।"
3 ଏଚିବେ଼ଲାତା କାଜା ପୂଜେରାଙ୍ଗା ଅ଼ଡ଼େ ଲ଼କୁତି କାଜାରି କୟାପା ଦ଼ରୁଗାଟି କାଜା ପୂଜେରା ଆଂଗେଣିତା ରୁଣ୍ତା ଆ଼ତେରି, 4 ଅ଼ଡ଼େ ଜୀସୁଇଁ ଆସାହାଁ ପା଼ୟାଲି ପାରୁ ପାରିତେରି; 5 ସାମା ଏ଼ୱାରି ଏଲେଇଚେରି, "ପାର୍ବୁ ବେ଼ଲାତା ଆ଼ଏ ଇଚିହିଁ ଏଚେ଼ତା ଲ଼କୁ ଗଡ଼୍ହା କିନେରି ।"
ବେତନିୟାଁତା ଜୀସୁ ତା଼ର୍ୟୁଁତା ନିୟୁଁ ୱା଼କ୍ନାୟି
6 ଜୀସୁ ବେତନିୟାଁତା କାଜା ର଼ଗଗାଟି ସିମନ ଇଜ ତିଞ୍ଜାଲି କୁଗାମାଚାଟି, 7 ୨୬:୭ ଲୂକ ୭:୩୭,୩୮ର଼ ଇୟା ର଼ ଗା଼ଜୁତା ହା଼ରେକା ଦାରାଗାଟି ଗାନ୍ଦା ନିୟୁଁ ତାଚାହାଁ ଜୀସୁ ତା଼ର୍ୟୁଁତା ୱା଼କ୍ହେ । 8 ସାମା ଏ଼ଦାଆଁ ମେସାହାଁ ସୀସୁୟାଁ କ଼ପା ଆ଼ହାଁ ଏଲେଇଚେରି, "ଇଚେକା ଉଜେଏ ଏ଼ନାଆଁତାକି କାର୍ଚୁ ? 9 ଈଦାଆଁ ହା଼ରେକା ଟାକାୟାଁତାକି ପାର୍ପି ଆ଼ହାଁ କା଼କୁଲି ଗାଟାରାକି ହିୟାଲି ଆ଼ତେମା ।"
10 ଜୀସୁ ଏ଼ଦାଆଁ ପୁଞ୍ଜାହାଁ ଏ଼ୱାରାଇଁ ଏଲେଇଚେସି, "ଈ ଇୟାନି ଏ଼ନାଆଁତାକି କସ୍ତ ହୀହିମାଞ୍ଜେରି ? ଏ଼ଦି ନାଙ୍ଗେତାକି ହା଼ରେକା ନେହିଁ କାମା କିହାମାନେ । 11 କା଼କୁଲି ଗାଟାରି କା଼ଲେଏ ମୀ ତା଼ଣା ମାନେରି, ସାମା ନା଼ନୁ କା଼ଲେଏ ମୀ ତା଼ଣା ମାନଅଁ । 12 ଇଞ୍ଜାଁ ଏ଼ଦି ନା଼ ଆଙ୍ଗାତା ନ଼କେଏ ନିୟୁଁ ୱା଼କ୍ହାଁ ମୁସାଲି ତାକି ନ଼କେଏ ତିୟାରା କିହିମାନେ । 13 ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ବାରେ ଦାର୍ତିତା ଆମିନି ଟା଼ୟୁତା ଈ ନେହିଁ କାବ୍ରୁ ୱେ଼ପ୍କି ଆ଼ନେ, ଏମ୍ବାଆଁ ଏ଼ ଇୟାନି ଅଣ୍ପାଲି ଏ଼ଦାନି ଈ କାମା ଜିକେଏ ୱେସ୍ପି ଆ଼ନେ ।"
ଜୀହୁଦା ଜୀସୁଇଁ ଆସ୍ପି କିହାଲି ରା଼ଜି ଆ଼ନାୟି
14 ଏଚିବେ଼ଲା ବା଼ରଜା଼ଣା ବିତ୍ରାଟି ଇସ୍କାରିୟତ ଜୀହୁଦା ଦ଼ରୁଗାଟାସି କାଜା ପୂଜେରାଙ୍ଗା ତା଼ଣା ହାଜାହାଁ ଏଲେଇଚେସି, 15 "ନାଙ୍ଗେ ଏ଼ନାଆଁ ହିୟାଦେରି ୱେସ୍ତାଦୁ ? ନା଼ନୁ ଜୀସୁଇଁ ଆସ୍ପି କିୟାଇଁ ।" ଏମ୍ବାଟିଏ ଏ଼ୱାରି ଏ଼ୱାଣାକି କଡ଼େଦସ ଗଟା ୱେଣ୍ତି ଟାକାୟାଁ ଏଜିକିହାଁ ହୀତେରି । 16 ଅ଼ଡ଼େ ଏ଼ ଦିନାଟିଏ ଏ଼ୱାସି ଜୀସୁଇଁ ଏ଼ୱାରିତା଼ଣା ହେର୍ପାଲି ତାକି ପାରୁ ପାରାଲି ମା଼ଟ୍ହେସି ।
ଜୀସୁ ଅ଼ଡ଼େ ସୀସୁୟାଁ ପିସ୍ପିଆ଼ନି ପାର୍ବୁ କିନାୟି
17 ଡା଼ୟୁ ପୁଲାଏ଼ୟୁ ଆଣ୍ତାଆତି ରୂଟି ତିନି ପାର୍ବୁତି ତଲିତି ଦିନାତା ସୀସୁୟାଁ ଜୀସୁ ତା଼ଣା ୱା଼ହାଁ ୱେଚେରି, "ମା଼ମ୍ବୁ ଆମିନି ଟା଼ୟୁତା ନିଙ୍ଗେତାକି ପିସ୍ପିଆ଼ନି ପାର୍ବୁତି ବ଼ଜି କିନମି ଇଞ୍ଜିଁ ନୀନୁ ଅଣ୍ପିମାଞ୍ଜି ?"
18 ଜୀସୁ ଏଲେଇଚେସି, "ମୀରୁ ଗା଼ଡ଼ାତା ପାଲାଣା ଗାଟାଣି ତା଼ଣା ହାଜାହାଁ ଏଲେଇଞ୍ଜୁ, ମା଼ ଗୂରୁ ଏଲେଇଞ୍ଜି ୱେସା ପାଣ୍ତାତେସି, ନା଼ କାଟୁ ଏଦାତେୟିଏ, ନା଼ନୁ ନା଼ ସୀସୁୟାଁ ତଲେ ମୀ ଇଜ ପିସ୍ପିଆ଼ନି ପାର୍ବୁତି ବ଼ଜି କିନମି ।"
19 ଏମ୍ବାଟିଏ ସୀସୁୟାଁ ଜୀସୁତି ହୁକୁମି ତଲେ କାମା କିହାଁ ପିସ୍ପିଆ଼ନି ପାର୍ବୁତି ବ଼ଜି କିତେରି ।
20 ଡା଼ୟୁ ମିଡ଼୍ଅଲା ଆୟାଲିଏ ଜୀସୁ ବା଼ରଜା଼ଣା ସୀସୁୟାଁ ତଲେ ବ଼ଜିତା କୁଗିତେସି । 21 ଏ଼ୱାରି ତିଞ୍ଜିମାଚି ବେ଼ଲାତା ଜୀସୁ ଏଲେଇଚେସି, "ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ମୀ ବିତ୍ରାଟି ରଅସି ନାଙ୍ଗେ ସାତ୍ରୁୟାଁ କେୟୁତା ହେର୍ପାନେସି ।"
22 ଏମ୍ବାଟିଏ ଏ଼ୱାରି ହା଼ରେକା ଦୁକୁ ଆ଼ହାଁ ରଅ ରଅସି ଜୀସୁଇଁ ୱେଚେରି, "ଏ଼ ପ୍ରବୁ ଏ଼ୱାତେଏଁ ନା଼ନୁ କି ?"
23 ଜୀସୁ ଏଲେଇଚେସି, "ନା଼ ତଲେ ଆମ୍ବାଆସି ସାଡ଼୍ୱାତା କେୟୁ ପା଼ର୍କି ମାନେସି, ଏ଼ୱାସି ନାଙ୍ଗେ ସାତ୍ରୁୟାଁ କେୟୁତା ହେର୍ପାନେସି । 24 ମାଣ୍ସି ମୀର୍ଏଣି କାତା ଏ଼ନିକିଁ ରା଼ସ୍କି ଆ଼ହାମାନେ ଏଲେକିଁ କିହିମାନେସି ସାତା; ସାମା ଆମିନି ଲ଼କୁ ତା଼ଣାଟି ସାତ୍ରୁ କେୟୁତା ହେର୍ପି ଆ଼ହିମାନେସି, ଆୟ଼ତା ଏଚେକା ଡଣ୍ତ ବେଟା ଆ଼ନେସି; ଏ଼ୱାସି ଜାର୍ନା ଆ଼ହାହିଲାଆତିହିଁ ଏ଼ୱାଣାକି ନେହେଁ ଆ଼ତେମା ।"
25 ଏଚେଟିଏ ଆମିନି ଜୀହୁଦା, ସାତ୍ରୁୟାଁ କେୟୁତା ହେର୍ପିତେସି, ଏ଼ୱାସି ଏଲେଇଞ୍ଜି ଇଚେସି, "ଏ଼ ଗୂରୁ ଏ଼ୱାତେଏଁ ନା଼ନୁ କି ?"
ଜୀସୁ ଏ଼ୱାଣାଇଁ ଏଲେଇଚେସି, "ନୀନୁତ ଏଲେ ଇଞ୍ଜିମାଞ୍ଜି ।"
ପ୍ରବୁତି ବ଼ଜି
26 ଅ଼ଡ଼େ ଏ଼ୱାରି ତିଞ୍ଜିମାଚି ବେ଼ଲାତା, ଜୀସୁ ରୂଟି ଅ଼ହାଁ ମାହାପୂରୁଇଁ ଜହରା କିତେସି, ଇଞ୍ଜାଁ ରୂଟି ଡ଼ିକ୍ହାନା ସୀସୁୟାଁକି ହୀହାଁ ଏଲେଇଚେସି, "ଈଦାଆଁ ଅ଼ଦୁ ଇଞ୍ଜାଁ ତିଞ୍ଜୁ ଈଦି ନା଼ ଆଙ୍ଗା ।"
27 ଅ଼ଡ଼େ ଏ଼ୱାସି ଗହ୍ନି ସ଼ଲା ଆସାହାଁ ମାହାପୂରୁଇଁ ଜହରା କିତେସି ଇଞ୍ଜାଁ ସୀସୁୟାଁକି ହୀହାଁ ଏଲେଇଚେସି; "ଈଦାଆଁ ବାରେତେରି ଗହଦୁ" 28 "ଇଚିହିଁ ଆମିନି ନେତେରିତି ରା଼ଜିମା଼ନା ହା଼ରେକା ଲ଼କୁତାକି ପା଼ପୁତି ମ୍ଣେକ୍ହାଲି ୱା଼କ୍ହାମାନି ଈଦି ଏ଼ ନା଼ ନେତେରି ।