5 ସାମା ମୀ ବିତ୍ରା ଆମ୍ବାଆରାକି ବୁଦି ଊଣା ମାଚିସାରି, ଆମିନି ମାହାପୂରୁ ଦ଼ହ ଆହ୍ଆନା ବାରେତାକି ହା଼ରେପୂରେ କେୟୁ ଦେଚାହାଁ ଦା଼ନା କିନେସି, ଏ଼ୱାଣି ତା଼ଣା ପ୍ରା଼ତାନା କିପାସି, ଏମ୍ବାଟିଏ ଏ଼ୱାଣାକି ହୀପ୍କିଆ଼ନେ । 6 ସାମା ଏ଼ୱାସି ଇଚାଣି ଆନାମାନା ଆ଼ଆନା ନାମୁତଲେ ପ୍ରା଼ତାନା କିପାସି, ଇଚିହିଁ ଆମ୍ବାଆସି ଆନାମାନା ଆ଼ନେସି, ଏ଼ୱାସି ଗା଼ଲି ତଲେ ଇତାଲା ଆତାଲା ଆ଼ହିମାନି ସାମ୍ଦୁରିତି ତୀରି ଆ଼ଆଗାଟି ଏ଼ୟୁ ଉଣ୍ତା ଲେହେଁତାସି । 7 ଏଲେତି ଲ଼କୁ ପ୍ରବୁ ତା଼ଣାଟି ଏ଼ନାଆଁ ବେଟାଆ଼ଇଁ ଇଞ୍ଜିଁ ଆ଼ସା କିଆପେସି; 8 ଏ଼ୱାସି ରୀ ମ଼ନ ଗାଟାସି, ଇଞ୍ଜାଁ ତାନି ବାରେ କାମାତା ତୀରି ଆ଼ଆଗାଟାସି ।