ଇତି ବାଡିଦୁ ଉର୍କୁନିକା
12 ନାନ୍ ଜେ ଇଲେଇ ଆୟାୱିଜୁ ପୟ୍ତା ମାନା ମାରି ପୁରା ପୟ୍ତା ମାନା, ଆକା ସିଲେ, ମାତର୍ ନାନ୍ କ୍ରିସ୍ତ ଜିସୁଦି ମାଣ୍କୁ କୁକାୟ୍ ଆତିମାନିଙ୍ଗ୍ ଆକା ଆସିନି ଉଣ୍ତିଙ୍ଗ୍ ଉର୍କୁସିନା । 13 ଏ ତଡ଼ାନ୍କୁ ନି ତାଙ୍ଗିଁକି, ଇୟାସାନ୍ଧି ନାନ୍ ଇତି ବାଡିଦୁ ଇଏନେ, ମାତର୍ ଉନ୍ଡ୍ରି ପାଣିଦୁ ପୁରାମାନ୍ଞ୍ଜି, ୱେନ୍କା ଡ଼ିସ୍ତିୱାତିମାନି ବିସୟ୍କୁୱିଜୁ ମୋନ୍ତାନ୍ ଆକ କିଜି ଆଗ୍ଡ଼ି ମାନି ବିସୟ୍କୁ ପୟ୍ନି ଉଣ୍ତିଙ୍ଗ୍ ସାନିଜିନିୱାଜା ସେସ୍ଟା କିଜିନା । 14 ଆଦେଙ୍ଗ୍ କ୍ରିସ୍ତ ଜିସୁଦି ୱାଲେ ଆମା ମୁସ୍କୁପୁର୍ତି ଜିବନ୍ ପୟ୍ନି ଉଣ୍ତିଙ୍ଗ୍ ମାପୁରୁ ନାଙ୍ଗିଁ କୁକ୍ତାମାନାନ୍, ଆୟା ପୁରସ୍କାର୍ତି ଉଣ୍ତିଙ୍ଗ୍ ଆସା ଇଡ୍ଜି ନାନ୍ ଇତି ବାଡିଦୁ ଉର୍କୁସିନା । 15 ମାରି, ମା ଲୋଇ ଏସଲୋକ୍ ଆତ୍ମାଦାନ୍ ଜିଣାତିମାନିକା, ୱାରି ଇୟାୱାଜା ମୋନ୍ଅଡ଼୍ବିନିକା ତେବାନିକା ନେଗେତ୍, ମାରି ଜଦି ଇନି ବିସୟ୍ତୁ ମି ଅଡ଼୍ବିନିକା ଅଲଗା ନାନିକା ମନ୍ଅଡ଼୍ବିନିକା ମାନାତ୍, ଆର୍ତିଙ୍ଗ୍ ମାପୁରୁ ମିଙ୍ଗିଁ ୱିଜୁ ମାଟା ନେସ୍ନିୱାଜା ୱେର୍ନାନ୍ ।