16 ମାରି, ନାନ୍ ବୁବେଙ୍ଗ୍ ମାଡ଼ିସ୍କିନା, ମାରି ମି ୱାଲେ ୱିଜୁଦିନ୍ତିଙ୍ଗ୍ ମାନି ଉଣ୍ତିଙ୍ଗ୍ ୱାନ୍ ମିଙ୍ଗିଁ ମାରି ଅରେନ୍ ସାହାଜ୍ୟକିନିୱାନିଙ୍ଗ୍ ସିନାନ୍ 17 ମାରି ୱାଦ୍ ଆଜିନାତ୍ ସତ୍ତି ଆତ୍ମା । ଇୟା ଜଗତ୍ ୱାନିଙ୍ଗ୍ ମାନାଦେଙ୍ଗ୍ ଆଟ୍ଏତ୍, ଇରିଙ୍ଗ୍ ଜଗତ୍ ୱାନିଙ୍ଗ୍ ସୁଡ଼ୁଏତ୍ କି ନେସେତ୍; ମାତର୍ ମିର୍ ୱାନିଙ୍ଗ୍ ନେସ୍ନିଦେର୍, ଇରିଙ୍ଗ୍ ୱାନ୍ ୱାଲେ ତେବାନାନ୍, ମାରି ୱାନ୍ ମି ଜିବନ୍ତୁ ତେବାନାନ୍ ।
18 ନାନ୍ ସର୍ଇ ୱେନ୍କା, ନାନ୍ ମିଙ୍ଗିଁ ଟୁରା କଡ଼ କିଜ ଡ଼ିସ୍ସୋ ସଲ୍ଏ, ନାନ୍ ମି ଲାକ୍ତୁ ଡ଼େସିୱାନା ।