3 ଜିସୁ ୱାନିଙ୍ଗ୍ ଇର୍ହାନ୍, "ସତ୍ ସତ୍ ନାନ୍ ନିଙ୍ଗିଁ ଇଜିନା, ମାରିଡ଼େସି ଜନମ୍୩:୩ ମାରିଡ଼େସି ଜନମ୍ ମାପୁରୁ ମାଣାନ୍ ପୁନି ଜିବନ୍ ପଇନିକା ଆଏତିଙ୍ଗ୍ ଏନ୍ ମାପୁରୁଦି ରାଜି ସୁଡ଼ୁଦେଙ୍ଗ୍ ଆଟ୍ଏନ୍ ।"
4 ନିକଦିମ ଜିସୁଙ୍ଗୁଁ ୱେନ୍ବାତାନ୍, "ଡକ୍ରା ଆତିଙ୍ଗ୍ ଲୋକୁ ଏଣ୍ତେସ୍ କିଜି ଜନମ୍ ଆଦେଙ୍ଗ୍ ଆଟ୍ନାନ୍ ? ୱାନ୍ ଇନିକା ରିଜା ନିଜେଦି ଆଇସି ପଟାଦୁ ଡ଼ୁଗୁଜି ଜନମ୍ ଆନାନ୍ ?"
5 ଜିସୁ ଇର୍ଆନ୍, ସତ୍ ସତ୍ ନାନ୍ ନିଙ୍ଗିଁ ଇଜିନା, "ଏର୍ ନି ଆତ୍ମାଦାନ୍ ଜନମ୍ ଆଏତିଙ୍ଗ୍ ଏନ୍ ମାପୁରୁଦି ରାଜିଦୁ ଡ଼ୁଗୁଦେଙ୍ଗ୍ ଆଟ୍ଏନ୍ । 6 ମେନ୍ଦଲ୍ତାନ୍ ଆମାକା ଜନମ୍, ଆକା ମେନ୍ଦଲ୍ତିକା; ମାରି, ଆତ୍ମାଦାନ୍ ଆମାକା ଜନମ୍, ଆକା ଆତ୍ମାଦିକା । 7 ନିଙ୍ଗିଁ ଜେ ମାରିଡ଼େସି ଜନମ୍ ଆଦେଙ୍ଗ୍ ଆନାତ୍ ଇଜି ନାନ୍ ଜେ ନିଙ୍ଗିଁ ଇର୍ଆ, ଆବେନ୍ କାବା ଆମା । 8 ଗାଲି ଆମା ତରିନ୍ ବଦାକିନାତ୍, ଆୟା ତରିନ୍ ସନାତ୍, ମାରି ମିର୍ ତାନି ବଲ୍ ୱେନିଦେର୍, ମାତର୍ ଆକା ଆମାଟ୍କୁ ୱାନାତ୍ ମାରି ଏମେ ସନାଟ୍, ଆକା ନେସ୍ଇଦେର୍; ଆତ୍ମାଦାନ୍ ଜନମ୍ ଆତି ୱିଜେରି ଲୋକୁ ଆୟାୱାଜା ।"