15 ମାରି, ୱାନ୍ ୱାରିଙ୍ଗ୍ ଇର୍ଆନ୍, ଜାଗ୍ରାତା, ୱିଜୁଜାତିଦି ଆସାଦାନ୍ ନିଜେ ନିଜେଦିଙ୍ଗ୍ ଆକ ଇଡ୍ଦୁ, ଇରିଙ୍ଗ୍ ଅରେନ୍ ଲୋକ୍ତି ଜିବନ୍ ୱାନି ଦନ୍ ସମ୍ପତ୍ତି ମୁସ୍କୁ ଆସାଏନ୍ ।
16 ମାରି ୱାନ୍ ୱାରିଙ୍ଗ୍ ଇୟା କାତା ଇର୍ଆନ୍, ଅରେନ୍ ମାଜନ୍ ଲୋକ୍ତି କିଡ଼ିଇଦୁ ନାଣ୍ତ ପାସି ଆତାତ୍ । 17 ଆବେଟ୍ ୱାନ୍ ମନ୍ତୁ ମନ୍ତୁ ଅଡ଼୍ବିଜି ଇର୍ଆନ୍, ଇନିକା କିନା ? ଇରିଙ୍ଗ୍ ନା ପାସି ଉଣ୍ତା କିଜି ଇଡ୍ଦେଙ୍ଗ୍ ବାଡି ସିଲେତ୍ । 18 ମାରି, ୱାନ୍ ଇର୍ଆନ୍, ଇକା କିନା; ନାନ୍ ଆଗିଡ଼ି ଇଡ୍ନି କଲ୍କି ରୁକ୍ସି ପେରି ପେରି କଲ୍କିଙ୍ଗ୍ଁ କିଜି ତିଆର୍ କିନା ମାରି ଆୟାୱିଜୁ ମାନୁ ନା ପାସି ଉଣ୍ତା କିଜି ଇଡିନା, 19 ମାରି ନାନ୍ ନା ଜିବନ୍ତିଙ୍ଗ୍ ଇନା, ରେ ଜିବନ୍, ଏସ ବାର୍ସେକ୍ତି ଉଣ୍ତିଙ୍ଗ୍ ନି ଉଣିତିନିକା ନାଣ୍ତ ପାସି ଉଣ୍ତାତାମାନାତ୍, ରମ୍ଆ, ଉଣୁଆ, ୱେଡ଼ିକା କିଆ; 20 ମାତର୍ ମାପୁରୁ ୱାନିଙ୍ଗ୍ ଇର୍ଆନ୍, ଏ ବୁଦି ସିଲିକିନ୍ଦା, ନେର୍ ନାଡ଼ା ନି ଜିବନ୍ ନିବାଣାକୁ ଅନା; ଆବେଟ୍କୁ ନିନ୍ ଆମାକା ଆମାକା ନିଜେଦିଙ୍ଗ୍ ଉଣ୍ତା କିତିମାନି, ଆୟାୱିଜୁ ଏନ୍ଧି ଆନାତ୍ ?
21 ଏନ୍ ନିଜେଦି ଉଣ୍ତିଙ୍ଗ୍ ଦନ୍ ଉଣ୍ତା କିନାନ୍, "ମାତର୍ ମାପୁରୁଦି ଆଗ୍ଡ଼ି ମାଜନ୍ ଆଏନ୍, ୱାନି ଉଣ୍ତିଙ୍ଗ୍ ଇୟାୱାଜା ଗଟେଆନାତ୍ ।"