ଜିସୁ ଜିରୁସାଲାମ୍ତୁ ଜିଣାଜି ସନିକା
28 ଜିସୁ ଇୟା ମାଟା ୱେର୍ତି ୱିସ୍ତି ୱେନ୍କା ସିସୁରି ଆଗ୍ଡ଼ି ଆଗ୍ଡ଼ି ଜିରୁସାଲାମ୍ ତରିନ୍ ସନ୍ଡ଼୍ରେଙ୍ଗ୍ ଆସ୍ତାନ୍ । 29 ମାରି, ଏସ୍ତିୱାଲେ ଜିସୁ ଜୀତ ଗରନ୍ ଲାକ୍ତୁରି ବେତ୍ପାଗି ନି ବେତନିୟା ଲାକ୍ତୁ ଇତାନ୍, ନାସ୍ତିୱାଲେ ୱାନ୍ ୱାନି ସିସୁରି ଲୋଇ ରିଏରିଙ୍ଗ୍ ଇୟା ମାଟା ୱେର୍ସି ପୋକ୍ତାନ୍, 30 ମି ଆଗ୍ଡ଼ିରି ଆୟା ନାଟ ସାନ୍ଡ୍ରୁ; ଆବେ ଇତି ଦାପ୍ରେ, ଆମାତାନି ମୁସ୍କୁ ଏସାଙ୍ଗ୍ ଏନ୍ ବାସ୍ଏନ୍, ଇୟାୱାଜା ଉଣ୍ତ୍ରି ଗଦପିଲାଦିଙ୍ଗ୍ ତର୍ନି ମାନିକା ସୁଡ଼ୁନିଦେର୍; ତାନେଙ୍ଗ୍ କୁତ୍ସ ତାଗାଟ୍ । 31 ମାରି, ଏନ୍ ଜଦି ମିଙ୍ଗିଁ ଏନ୍ଦା କୁତ୍ସି ଅସିନିଦେର୍ ଇଜି ୱେନ୍ବାନାନ୍, ମିର୍ ଇୟାୱାଜା ଇନିଦେର୍, ଇରିଙ୍ଗ୍ ତେନେମାନୁ ପ୍ରବୁଙ୍ଗୁଁ ଦର୍କାର୍ ମାନାତ୍ ।
32 ଆବେଟ୍ ଆୟା ରିଏର୍ ସିସୁର୍ ନାର୍ତୁ ସରଆର୍, ମାରି ପ୍ରବୁ ୱାରିଙ୍ଗ୍ ଏଣ୍ତେସ୍ ଇର୍ଆ ମାର୍ଆନ୍, ଆୟାୱାଜାନେ ସୁଡ଼ୁତାର୍ । 33 ମାରି, ୱାର୍ ଗଦପିଲାଦିଙ୍ଗ୍ କୁତ୍ନିୱାଲେ ଗଦପିଲାଦି ମାଲିକ୍କୁ ୱାରିଙ୍ଗ୍ ୱେନ୍ବାତାନ୍, ଏନ୍ଦା ଗଦପିଲାଦିଙ୍ଗ୍ କୁତ୍ସିନିଦେର୍ ?
34 ୱାର୍ ଇର୍ହାର୍, ତେନେମାନୁ ପ୍ରବୁଙ୍ଗ୍ ଦର୍କାର୍ ମାନାତ୍ । 35 ମାରି, ୱାର୍ ଗଦପିଲାଦିଙ୍ଗ୍ ଜିସୁ ଲାକ୍ତୁ ଆୟା ଗଦ ମୁସ୍କୁ ନିଜେ ନିଜେଦି ୱାତିଙ୍ଗ୍ ପାର୍ସି ଜିସୁଙ୍ଗୁଁ ବାସ୍ସିତାର୍ । 36 ମାରି, ୱାନ୍ ସନିୱାଲେ ଲୋକୁ ରାସ୍ତାଦୁ ନିଜେ ନିଜେଦି ୱାତିଙ୍ଗ୍ ପାର୍ସି ସିଦେଙ୍ଗ୍ ଆସ୍ତେ ।
37 ମାରି, ୱାନ୍ ଏସ୍ତିୱାଲେ ଜୀତ ଗରନ୍ତି ଗାଡ଼୍ଗାଡ଼ା ବାଡି ଲାକ୍ତୁ ଇତାନ୍, ନାସ୍ତିୱାଲେ ୱିଜେରେ ସିସୁର୍ ସୁଡ଼୍ତି ମାର୍ଇ ୱିଜୁ ସାକ୍ତିଦି ପାଣି ଉଣ୍ତିଙ୍ଗ୍ ୱେଡ଼ିକାଦାନ୍ ନାଣ୍ତ ଆଉଲି ଆଜି ମାପୁରୁଦି ଦନ୍ୟବାଦ୍ କିଜି କିଜି ଇର୍ହାର୍, 38 ପ୍ରବୁ ଦର୍ତାନ୍ ଆମା ରାଜା ୱାଜିନାନ୍, ୱାନ୍ ଦନ୍ୟ । ମୁସ୍କୁପୁର୍ତୁ ସାନ୍ତି ମାରି ଗୌରବ୍ ମାପୁରୁଦି ଦନ୍ୟବାଦ୍ ଆପିତ୍ ।
39 ଆବେଟ୍କୁ ଲୋକା ଲୋଇ ଏସୋ ପାରୁସିର୍ ଜିସୁଙ୍ଗୁଁ ଇର୍ହାର୍, "ଏ ଗୁରୁ, ନି ସିସୁରିଙ୍ଗ୍ ଆଲ୍ଜ ମାନ୍ଡ଼୍ରେଙ୍ଗ୍ ଇନ୍ଆଁ ।"
40 ଜିସୁ ଇର୍ଆନ୍, "ନାନ୍ ମିଙ୍ଗିଁ ସତ୍ ଇଜିନା, ଇକାର୍ ଆଲେତି ମାର୍ରିଙ୍ଗ୍, କାଲ୍କୁ ଆଉଲି ଆନେ ।"