ଜିସୁ ଅରେନ୍ କୁସ୍ତ ରୋଗିଙ୍ଗ୍ ନେଗେଣ୍ତ୍ କିତାନ୍
40 ଜିସୁଦି ଲାକ୍ତୁ ଅରେନ୍ କୁସ୍ଟରୋଗ୍ ଆତି ମାରିକାନ୍ ୱାତାନ୍ ନୋ ୱାନି ଆଗ୍ଡ଼ି ମେଣ୍ତେଙ୍ଗ୍ ଗଟ୍ କିତାନ୍ନୋ ଇର୍ଆନ୍, "ନିନ୍ ଜଦି ବଦା କିନି, ନାଙ୍ଗିଁ ନେଗେଣ୍ତ୍୧:୪୦ କୁସ୍ତ ରୋଗ୍ତି ଉଣ୍ତିଙ୍ଗ୍ ଅରେନ୍ ଯିହୁଦି ଲୋକୁ ମାପୁରୁତି ପୁଜା କିଦେଙ୍ଗ୍ ଆଟ୍ଏଜି ମାର୍ଆନ୍, ଇରିଙ୍ଗ୍ କୁସ୍ତ ରୋଗ୍ତିଙ୍ଗ ଜିହୁଦି ଲୋକୁ ତାଗିଇକା ଇଜି ଅଡ଼ବିଜି ମାର୍ଆର୍ । କିଦେଙ୍ଗ୍ ଆଟ୍ନି ।"
41 ଜିସୁ ଦୟା ତର୍ତାନ୍ନୋ କିୟୁ ପେର୍ଜି ୱାନିଙ୍ଗ୍ ମୁଟ୍ସି ଇର୍ହାନ୍, ନାନ୍ ବଦା କିଜିନା, "ନିନ୍ ନେଗେଣ୍ତ୍ ଆଆ ।" 42 ଆୟାଦାପ୍ରେନେ କୁସ୍ଟରୋଗ୍ ୱାନି ମାଣାନ୍ ଡ଼ିସ୍ତା ସର୍ଆତ୍ ମାରି ୱାଣ୍ତ୍ରୁ ନେଗେଣ୍ତ୍ ଆତାନ୍ ।