39 ଆବେଟ୍ ଜିସୁ ନିଂଇତାନ୍ନୋ ଗାଲିଦିଙ୍ଗ୍ ଆଦ୍ରିସ୍ କିଜି ଉଲକାଏର୍ତିଙ୍ଗ୍ ଇର୍ଆନ୍, "ତିର୍ ଆଆ" ତେବାଆ । ଆବେଟ୍ ଗାଲି ଉଣାଆତାତ୍ ମାରି ୱିଜୁ ତିର୍ଆତାତ୍ । 40 ଆୟାୱେନ୍କା ଜିସୁ ସିସୁରିଙ୍ଗ୍ ଇର୍ଆନ୍, "ମିର୍ ଇନ୍ଦାନିଙ୍ଗ୍ ନିସା ତିଲାଜିନିଦେର୍ ? ଇକା ଇନିକା ! ଇୟାସାନ୍ଦି ମି ବିସ୍ବାସ୍ ସିଲେତ୍ ନୋ ?"
41 ଆବେଟ୍କୁ ସିସୁର୍ ନାଣ୍ତ ତିଲାତାରୋ ୱାରି ୱାରି ଲୋଇ ୱାର୍ଗିଜି ସାତାର୍, "ଇୟା ଲୋକ୍ ଏନ୍ ଜେ, ଗାଲି ନି ଏରୁ ବା ୱାନି ମାଟା ମାନାନେ ?"