ଜିସୁ ନାଲ୍ଗି ହାଜାର୍ ଲୋକାଙ୍ଗ୍ ଉଟ୍ପିସ୍କିତାନ୍
1 ଆୟାୱାଲେ ଅର୍ଲେନ୍ ମାରିଡ଼େସି ନାଣ୍ତ ଲୋକୁ ଜିସୁମାନୁ ଉଣ୍ତାତାର୍, ନାସ୍ତିୱାଲେ ୱାରିମାନୁ ଉଣିତିନିକା ସିଲେତାତ୍ ଆକା ଜିସୁ ୱାନି ସିସୁରିଙ୍ଗ୍ ଲାକ୍ତୁ କୁକ୍ତାନ୍ନୋ ୱାରିଙ୍ଗ୍ ଇର୍ଆନ୍, 2 "ଇୟା ଲୋକା ଉଣ୍ତିଙ୍ଗ୍ ନା ଜିବନ୍ ଦୟା ଆଜିନାତ୍, ଇରିଙ୍ଗ୍ ଇକାର୍ ମୁନେନ୍ ଆତାତ୍ନି ନାୱାଲେ ମାନାର୍ ମାରି ୱେରିମାନୁ ଉଣ୍ତେଙ୍ଗ୍ ଇନିକା ବା ସିଲେତ୍ । 3 ଜଦି ନାନୁ ୱାରିଙ୍ଗ୍ ତାମେ ଇଲ୍କାଙ୍ଗ୍ ଉଟ୍ପିସ୍କିଏଣ୍ତା ପୋକ୍ନା, ନାସ୍ତିୱାଲେ ୱାର୍ ସାର୍ଦୁ ସନାରୋ ମେଡ଼୍ନାର୍; ଇରିଙ୍ଗ୍ ୱାରିମାଣାନ୍ ଏସୋ ଲୋକୁ ନାଣ୍ତ ଆକଣାନ୍ ୱାତାମାନାର୍ ।"
4 ସିସୁର୍ ଜିସୁଙ୍ଗୁଁ ଇର୍ହାର୍, "ଇୟା ସିମ୍ରା ବାଡିଦୁ ଏନ୍ ଆମାବାଣ୍କୁ ରୁଟି ତାସ ୱେରିଙ୍ଗ୍ ପଟାବର୍ତି ଉଟ୍ପିସ୍କିଦେଙ୍ଗ୍ ଆଟ୍ନାନ୍ ?"
5 ଜିସୁ ୱାରିଙ୍ଗ୍ ୱେନ୍ବାତାନ୍, ମି ଲାକ୍ତୁ ଏସଗୋଟା ରୁଟିଙ୍ଗ୍ ମାନେ ? ୱାର୍ ଇର୍ହାର୍, "ସାତ୍ଗୋଟା ରୁଟିଙ୍ଗ୍ ।"
6 ଜିସୁ ଲୋକାଙ୍ଗ୍ ବୁମି ମୁସ୍କୁ ବାସ୍ତେଙ୍ଗ୍ ଆଦେସ୍ ସିତାନ୍; ମାରି, ୱାଣ୍ତ୍ରୁ ଆୟା ସାତଗୋଟା ରୁଟିଙ୍ଗ୍ ଅତାନ୍ନୋ ମାପୁରୁଦିଙ୍ଗ୍ ଧନ୍ୟବାଦ ସିଜି ରୁଟିଙ୍ଗ୍ ମକା ମକା କିଜି ରୁକ୍ସି ବାଟା କିଜି ସିଦେଙ୍ଗ୍ ୱାନି ସିସୁରିଙ୍ଗ୍ ସିତାନ୍ ମାରି ୱାର୍ ଲୋକାଙ୍ଗ୍ ଆୟା ରୁଟିଙ୍ଗ୍ ବାଟାକିଜି ସିତାର୍ । 7 ମାରି ୱାରିମାନୁ ଏସୋ ଇସ୍ରି ମିନ୍କୁବା ମାର୍ହେ; ଜିସୁ ଆୟା ମିନ୍କାଙ୍ଗ୍ ମାପୁରୁଦିଙ୍ଗ୍ ଦନ୍ୟବାଦ୍ ସିଜି ବାଟା କିଜି ଲୋକାଙ୍ଗ୍ ସିଦେଙ୍ଗ୍ ଇର୍ଆନ୍ । 8 ୱିଜେରେ ତିନ୍ଞ୍ଜି ପଟା ପାଜିତାର୍ ମାରି ସାତ୍ଗୋଟା ଡାଡ଼ିଦୁ ଏଜିତି ରୁଟି ମକେଙ୍ଗ୍ ଡାଡ଼ିଦୁ ବର୍ତି କିତାର୍ । 9 ଇୟା ଉଟି ଲୋକୁ ନାଲ୍ଗି ହାଜାର୍ ମାର୍ଆର୍ ।