ଜିସୁ ନାଲ୍ଗି ହାଜାର୍ ଲୋକାଙ୍ଗ୍ ଉଣ୍ତେଙ୍ଗ୍ ସିତାନ୍
32 ଜିସୁ ନିଜେଦି ସିସୁରିଙ୍ଗ୍ ଲାକ୍ତୁ କୁକ୍ସି ଇର୍ହାନ୍, "ଇୟା ଲୋକା ଉଣ୍ତିଙ୍ଗ୍ ନା ଜିବନ୍ ଆଡ୍ବାଜିନାତ୍, ଇରିଙ୍ଗ୍ ଇୟାକାର୍ ମୁନେନ୍ ଆତାତ୍ନି ନା ୱାଲେ ମାନାର୍ ମାରି ଇୟାୱାରି ମାନୁ ଇନିକା ଉନ୍ଣ୍ତେଙ୍ଗ୍ ସିଲେତ୍ । ୱାର୍ ଉଣୁଏଣ୍ଗା ଇବେଟ୍କୁ ସୋଲିର୍, ଇୟା ମାଟା ନାନ୍ ଅଡ଼୍ବିଏ; ଇରିଙ୍ଗ୍ ଡ଼େସିସୋନିୱାଲେ ସାରିଦୁ ୱାର୍ ୱାନ୍ଦ୍ନା ସନାର୍ ।"
33 ସିସୁର୍ ୱାନିଙ୍ଗ୍ ୱେନ୍ବାତାର୍, "ଇୟା ସିମ୍ରା ବାଡିଦୁ ନିସ ଲୋକାଙ୍ଗ୍ ଉଟ୍ପିସ୍କିଦେଙ୍ଗ୍ ଇଜି ମାଡ୍ ଏମେଟ୍କୁ ନାଣ୍ତ କାଦି ପଇନିକା ?"
34 ଜିସୁ ୱାରିଙ୍ଗ୍ ୱେନ୍ବାତାନ୍, "ମି ଲାକ୍ତୁ ଏସଗୋଟା ରୁଟିଙ୍ଗ୍ ମାନେ ?"
ୱାର୍ ଇର୍ହାର୍, "ସାତ୍ଗୋଟା ରୁଟିଙ୍ଗ୍ ମାରି ଏସ ଇସ୍ରି ମିନ୍କୁ ମାନେ ।"
35 ଜିସୁ ଲୋକାଙ୍ଗ୍ ବୁମି ମୁସ୍କୁ ବାସ୍ତେଙ୍ଗ୍ ଆଦେସ୍ ସିତାନ୍ । 36 ତାନେୱେନ୍କା ୱାନ୍ ଆୟା ସାତଗଟା ରୁଟି ମାରି ମିନ୍କୁ ଅସି ମାପୁରୁଙ୍ଗୁଁ ଦନ୍ୟବାଦ୍ ସିତାନ୍ ମାରି ଆୟାୱାନିକାଙ୍ଗ୍ ମକେଙ୍ଗ୍ ମକେଙ୍ଗ୍ କିଜି ରୁକ୍ସି ସିସୁରିଙ୍ଗ୍ ସିତାନ୍ । ସିସୁର୍ ଆକା ଲୋକାଙ୍ଗ୍ ବାଟାକିତାସିତାର୍ । 37 ମାରି, ୱିଜେରେ ତିନ୍ଞ୍ଜି ପଟା ପାଜିତାର୍ ମାରି ଡ଼ିକ୍ତି ମକାରୁଟିଙ୍ଗ୍ ଏସ ଏଜିତେ, ଆକା ସିସୁର୍ ସାତଗଟା ଡାଡ଼ିଆଙ୍ଗାଁ ବର୍ତି କିତାର୍ । 38 ଉଟି ଲୋକୁ, ଆଇମେକାଙ୍ଗ୍ ନି କଡ଼ରିଙ୍ଗ୍ ଡ଼ିସ୍ସି ନାଲ୍ଗି ହାଜାର୍ ମେମାରୁଙ୍ଗୁଁ ମାର୍ହାର୍ ।