ଡୁବନ୍ସିନି ଯୋହନତି ପ୍ରଚାର୍କିନିକା
1 ଆୟା କାଡ଼ାଦୁ ଡୁବନ୍ ସିନି ଜୋହନ ଜିହୁଦା ଦେସ୍ତି ବାଲିବୁମିଦୁ ୱାଜି ପ୍ରଚାର୍ କିଦେଙ୍ଗ୍ ଆସ୍ତାନ୍ । 2 ୩:୨ ମାତିଉ ୪:୧୭; ମାର୍କ ୧:୧୫.ୱାନ୍ ଇର୍ହାନ୍, "ପାପ୍ତାନ୍ ମନ୍ତିଙ୍ଗ୍ ଡ଼େପ୍ତୁ, ଇରିଙ୍ଗ୍ ମାପୁରୁଦି ରାଜି ଇଗା ୱାଜିନାତ୍ ।" 3 ବାବବାଦି ଜିସାୟ ଏମେୱାନି ବିସୟ୍ତାନ୍ ଇର୍ହାମାର୍ର୍ହାନ୍, ଯୋହନ ନେ ଆୟା ଲୋକୁ ।
"ବାଲି ବୁମିଦୁ ଏନ୍ ଅରେନ୍ ଆଉଲି ଆଜି ଇଜିନାନ୍,
ପ୍ରବୁଦି ଉଣ୍ତିଙ୍ଗ୍ ସାରି ରସ୍ଆ;
ୱାନି ଉଣ୍ତିଙ୍ଗ୍ ଉଣ୍ତ୍ରି ସାଡ଼ୁକୁ ରାସ୍ତା ତିଆର୍ କିଦୁ ।"
4 ଯୋହନତି ଆଙ୍ଗିଁଙ୍ଗ୍ ଉଟ୍ ବୁର୍ବୁସାଦାନ୍ ତିଆର୍ ଆତାମାର୍ହାତ୍ । ୱାନ୍ ୱାନି ଜୁକିଦୁ ଉଣ୍ତ୍ରି ତଲ୍ତି ନାସ୍ ତରାଜିମାର୍ହାନ୍ । ମାଡ଼ିମାଉ ନି ଗରନ୍ ପୁକି ୱାନି କାଦି ମାର୍ହାତ୍ । 5 ଜିରୁସାଲାମ୍ ଗାଡ଼୍ତାନ୍, ୱିଜୁ ଜିହୁଦା ରାଜିଦାନ୍ ମାରି ଜର୍ଦନ ଗାଡା ଲାକ୍ତୁରି ୱିଜୁ ନାର୍କାଣ୍ ଲୋକୁ ୱାନି ଲାକ୍ତୁ ୱାଜିମାର୍ହାର୍ । 6 ୱାର୍ ନିଜେ ନିଜେଦି ପାପ୍ ୱେର୍ସି ଯୋହନତି ମାଣାନ୍ ଜର୍ଦନ ଗାଡାଦୁ ଡୁବନ୍ ଅସିମାର୍ହାର୍ ।