ଆତ୍ମାଦାନ୍ ଜିବନ୍
1 ଏମେକାର୍ କ୍ରିସ୍ତ ଜିସୁଦି ୱାଲେ ମିସାଜି ଜିନାର୍, ୱାରିଙ୍ଗ୍ଁ ମାରି ଦଣ୍ତ୍ ସିଲେତ୍ । 2 ପବିତ୍ରଆତ୍ମା ଆମା ନିୟମ୍ତାନ୍ ମାଙ୍ଗିଁ କ୍ରିସ୍ତ ଜିସୁଦି ୱାଲେ ମିସା କିଜି ନିଜେଦି ଜିବନ୍ ସିତାମାନାନ୍, ଆବେଣାନ୍ ମାଡ୍ ପାପ୍ ନି ସାନି ନିୟମ୍ତାନ୍ ମୁକ୍ଡ଼ାତି ମାନିକା । 3 ଇୟା ଲୋକା ଗୁଣ୍ ୱିଜୁ ଲିଡ଼ଲାଡ଼ା ଉଣ୍ତିଙ୍ଗ୍ଁ ମସା ସିତିମାନି ନିୟମ୍ ଆମାକା କିଦେଙ୍ଗ୍ଁ ଆଟ୍ଏତାତ୍, ମାପୁରୁ ଆକା କିତାମାନାନ୍ । ଲୋକା ଜିବନ୍ତୁ ପାପ୍ତିଙ୍ଗ୍ଁ ନାସ୍ଟୁ କିଦେଙ୍ଗ୍ଁ ଇଜି ୱାନ୍ ନିଜେଦି ମାରିସିଙ୍ଗ୍ଁ ପାପି ଲୋକୁ ୱାଜା ପକ୍ତାନ୍ ମାରି କ୍ରିସ୍ତ ଜିସୁ ପାପ୍ତି ସାକ୍ତି ନାସ୍ଟୁ କିତାମାନାନ୍ । 4 ଆଦେଙ୍ଗ୍ଁ ଇଲେଇ ମାଡ୍ ଲୋକ୍ ଗୁଣ୍ତି ଆଡ୍ଗି ତେବାଏଜି ଆତ୍ମାଦି ମାଣାନ୍ ସାଲାଜିନିକା ମାରି ତେନି ମାଣାନ୍ ମାଡ୍ ନିୟମ୍ତି ଟିକ୍ ଦାବି ପୁରା କିଜିନିକା ।