ଗାର୍ବୁ କିନି ବିରୁଦ୍ତାନ୍ ଜାଗାର୍ତା
13 ଇଲେଇ ୱେନ୍ଡ୍ରୁ, ଆମାକାର୍ ୱେର୍ସିନାର୍, "ନେରୁ ସିଲ୍ତିଙ୍ଗ୍ ୱିଗେ ମାପ୍ ଆୟା ଗାଡ଼୍ତୁ ସନାପ୍ ମାରି ଆବେନୁ ଉନ୍ଡ୍ରି ବାର୍ସେକ୍ ସାନ୍ଧି ତେବାଜି ବେପାର୍ କିଜି ନାଣ୍ତ୍ ଡାବୁଙ୍ଗ୍ ଉଣ୍ତା କିନାପ୍ ।" 14 ମାତର୍ ୱିଗେରିଙ୍ଗ୍ ମି ଜିବନ୍ତୁ ଇନିକା ଗଟାଆନାତ୍, ଆକା ମିର୍ ନେସ୍ଇଦେର୍ ! ମି ଜିବନ୍ ଦୁରି ୱାଜା, ସାଣେକ୍ତିଙ୍ଗ୍ ତରାୟ୍ଆଜି ମାରିସାଣେକ୍ତିଙ୍ଗ୍ ତରାୟ୍ଆଏତ୍ । 15 ଆଦେଙ୍ଗ୍ ମିର୍ ୱେର୍ନିକା ମାନାତ୍, "ପ୍ରବୁଦି ବଦା ଆତିଙ୍ଗ୍, ମାପ୍ ଜିବନ୍ ମାନ୍ଞ୍ଜି ଇକା କିନାପ୍ ମାରି ଆକା କିନାପ୍ ।" 16 ମାତର୍ ଇଲେଇ ମିର୍ ଆକାର୍ ଆଜି ଗର୍ବ କିଜିନିଦେର୍; ଇୟାୱାଜା ଗର୍ବ ତାଗ୍ଇକା ଆନାତ୍ ।
17 ମନେ ଇଡ୍ଦୁ, ଆମା ଲୋକ୍ ଇନି ସତ୍ପାଣି କିନିକା ମାନାତ୍ ଇଜି ନେସ୍ସି ବା ଆକା କିଏନ୍, ୱାନ୍ ପାପ୍ କିନାନ୍ ।