1 ଇୟାୱେନେକା ଇଲିୟାସିବ ପେରିଜାଜକ ନି ୱାନି ଜାଜକ ତଡ଼ାନ୍କୁ ନିଙ୍ଗିଁଜି ମେଣ୍ତେଙ୍ଗ୍ ସେର୍ଲା ତିଆର୍ କିତାର୍; ୱାର୍ ଆକା ପବିତ୍ର କିଜି ଆବେଣି ସେର୍ଲେଙ୍ଗ୍ ୱିଜୁ ତିଆର୍ କିତାର୍; ହମ୍ମେୟା କଟା ନି ହନନେଲ ମୁଣ୍ତା ସାନ୍ଧି ୱାର୍ ପବିତ୍ର କିତାର୍ ।
2 ୱାନି ଲାକ୍ତୁ ଜିରିହୋଦି ଲୋକୁ ତିଆର୍ କିତାର୍ ମାରି ୱାରି ଲାକ୍ତୁ ଇମ୍ରିଦି ମାରିନ୍ ସକ୍କୁର ପୁନା ତିଆର୍ କିତାନ୍ ।
3 ହସନାୟଦି ମାରିନ୍କୁ ମିନୁକୁ ସେର୍ଲା ତିଆର୍ କିତାର୍; ୱାର୍ ଆବେଣି ଲୁହାଦି ଦୁଲାମ୍କୁ ଏକିସ୍ତାର୍ ମାରି ଆବେଣି ସେର୍ଲା ନି ସିକିଣି ନି ଗାଡ଼ା ୱିଜୁ ଆସ୍ସିସ୍ତାର୍ ।
4 ମାରି, ୱାରି ଲାକ୍ତୁ ହକ୍କୋସ୍ଦି ନାତି ଊରିୟଦି ମାରିନ୍ ମରେମୋତ୍ ତିଆର୍ କିତାନ୍ । ମାରି, ୱାରି ଲାକ୍ତୁ ମଶେସବେଲ୍ଦି ନାତି ବେରିଖିୟଦି ମାରିନ୍ ମଶୁଲ୍ଲମ୍ ତିଆର୍ କିତାନ୍ । ମାରି, ୱାରି ଲାକ୍ତୁ ବାନାଦି ମାରିନ୍ ସାଦୋକ ତିଆର୍ କିତାନ୍ ।
5 ମାରି, ୱାରି ଲାକ୍ତୁ ତକୋୟ ଗାଡ଼୍ତି ଲୋକୁ ତିଆର୍ କିତାର୍; ମାତର୍ ୱାରି ପାଣି କିବିସ୍କିନିକାର୍ ନିଜେଦି ନେତାରି ପାଣି କିଦେଙ୍ଗ୍ ରାଜି ଆଏତାର୍ ।
6 ମାରି, ପାସେହଦି ମାରିନ୍ ଜିହୋୟାଦା ନି ବସୋଦିୟାଦି ମାରିନ୍ ମଶୁଲ୍ଲମ୍ ପାଡ଼ିଇ ସେର୍ଲା ତିଆର୍ କିତାନ୍; ୱାର୍ ଆବେଣି ଲୁହାଦି କଡ଼ି ଏକିସ୍ତାର୍, ମାରି ଆବେଣି ସେର୍ଲା, କିଡ଼ା ନି ଗାଡ଼ା ୱିଜୁ ଆସ୍ପିସ୍ତାର୍ ।
7 ମାରି, ୱାରି ଲାକ୍ତୁ ଗିବିୟୋନିୟ ମଲାଟିୟ ନି ମେରୋଣୋତିୟ ଯାଦୋନ ଲୋକୁ ତିଆର୍ କିତାର୍, ୱାର୍ ଗିବିୟୋନ୍ ନି ମିସ୍ପା ଗାଡ଼୍ତି ପେରିକାନ୍ ମାର୍ହାନ୍, ପରାତ୍ ଗାଡା ଆୟାପାଡ଼ାକାଦି ମିସ୍ପା ଦେସ୍ତି ପେରିୱାନି ବାଡି ମାର୍ହାତ୍ ।
8 ୱାନି ଲାକ୍ତୁ ବାଙ୍ଗାରାମ୍ ରସ୍ନିକାର୍, ହର୍ହୟଦି ମାରିନ୍ ଉସିୟେଲ ତିଆର୍ କିତାନ୍ । ମାରି, ୱାନି ଲାକ୍ତୁ ବାସ୍ନା ଜିନିସ୍ ବେପାର୍କିନିୱାରି ଲୋଇରାନ୍ ହନାନିୟ ତିଆର୍ କିତାନ୍, ମାରି ୱାର୍ ଅସାର୍ତି ଗଡା ସାନ୍ଧି ଜିରୁସାଲମ ଡାଟ୍ କିତାର୍ ।
9 ୱାରି ଲାକ୍ତୁ ଜିରୁସାଲମତି ଦେସ୍ତି ଆଦା ବାଗାତି ପେରିକାନ୍ ହୁରଦି ମାରିନ୍ ରଫାୟ ତିଆର୍ କିତାନ୍ ।
10 ମାରି, ୱାରି ଲାକ୍ତୁ ହରୁମଫଦି ମାରିନ୍ ଯିଦାୟ ନିଜେଦି ଇଲୁ ଆଗ୍ଡ଼ି ତିଆର୍ କିତାନ୍ । ଆୟା ଡାଗୁରୁ ହସ୍ବନିୟଦି ମାରିନ୍ ହଟୁଶ୍ ତିଆର୍ କିତାନ୍ ।
11 ହାରିମଦି ମାରିନ୍ ମଲ୍କିୟ ନି ପହତ୍ ମୋୟାବଦି ମାରିନ୍ ହଶୁବ୍ ଆଇ ଉଡ୍ରି ବାଗ୍ ନି ସିସୁଗୁଟା କଟାଦିଙ୍ଗ୍ ତିଆର୍ କିତାନ୍ ।
12 ଆୟା ଡାଗୁରୁ ଜିରୁସାଲମ ଦେସ୍ତି ଆଦା ବାଗ୍ତି ପେରିକାନ୍ ହଲୋହେଶଦି ମାରିନ୍ ଶଲ୍ଲୁମ୍ ନି ୱାନି ଆଇଲିକ୍ ତିଆର୍ କିତାର୍ ।
13 ହାନୁନ୍ ନି ସାନୋହ ବାଡିଦିକାର୍ ବାଟା ସେର୍ଲା ତିଆର୍ କିତାର୍; ୱାର୍ ଆକା ରସ୍ତାର୍ ମାରି ଆବେଣି ସେର୍ଲା, ସିକିଣି ନି ଗାଡ଼ା ୱିଜୁ ଆସ୍ପିସ୍କିତାର୍, ମାରି ଗାତାମ୍ଗୁଟା ସେର୍ଲା ସାନ୍ଧି ଗଡାଦି ଏକ୍ ଆଜାର୍ ମୁରେଙ୍ଗ୍ ଡାଟ୍ କିତାର୍ ।
14 ମାରି, ବେଥ୍ ହକ୍କେରମ୍ ଦେସ୍ତି ପେରିକାନ୍ ରେଖବଦି ମାରିନ୍ ମଲ୍କିୟ ଗାତାମ୍ ଗୁଟା ସେର୍ଲାଦିଙ୍ଗ୍ ତିଆର୍ କିତାନ୍; ୱାନ୍ ଆକା ରସ୍ତାନ୍ ମାରି ଆବେଣି ସେର୍ଲା, ସିକିଣି ନି ଗାଡ଼ା ୱିଜୁ ଆସ୍ପିସ୍କିତାନ୍ ।
15 ମାରି, ମିସ୍ପା ଦେସ୍ତି ପେରିକାନ୍ କଲ୍ହୋସିଦି ମାରିନ୍ ଶଲ୍ଲୁନ୍ ଜଲାଏରୁ ସେର୍ଲା ତିଆର୍ କିତାନ୍; ୱାନ୍ ଆକା ରସ୍ସି ପିଡ଼ିକ୍ତାନ୍ ମାରି ଆବେଣି ସେର୍ଲା, ସିକିଣି ନି ଗାଡ଼ା ୱିଜୁ ଆସ୍ପିସ୍ତାନ୍, ମାରି ଦାଉଦ ଗାଡ଼୍ତାନ୍ ଆଡିଗି ସନି ପାଉଛ ସାନ୍ଧି ରାଜାଦି ଡଡି ଲାକ୍ତୁ ଶେଲା ବାନ୍ଦୁ ଗଡା ତିଆର୍ କିତାନ୍ ।
16 ଆୟା ଡାଗୁରୁ ବେଥ୍ ସୁର ଜିଲାଦି ଆଦା ବାଗ୍ତି ପେରିକାନ୍ ଅସ୍ବୁକଦି ମାରିନ୍ ନିହିମିୟା ଦାଉଦଦି ମୁସ୍ତି ବାଡି ସାମାନା ସାନ୍ଧି ମାରି ତିଆର୍କିତି ସେରୁ ସାନ୍ଧି ମାରି ସନ୍ୟରି ଇଲୁ ସାନ୍ଧି ପୁନା ତିଆର୍ କିତାନ୍ ।
17 ଆୟା ଡାଗୁରୁ ଲେବିୟର୍, ମାରି, ବାନିଦି ମାରିନ୍ ରହୁମ୍ ତିଆର୍ କିତାନ୍ । ଆୟା ଲାକ୍ତୁ କିୟିଲା ଜିଲାଦି ଆଦା ବାଗ୍ତି ପେରିକାନ୍ ହଶବିୟ ନିଜେଦି ଦେସ୍ତି ତରିନ୍ ପୁନା ତିଆର୍ କିତାନ୍ ।
18 ଆୟା ଡାଗୁରୁ ୱାରି ତଡ଼ାନ୍କୁ, ମାରି, କିୟିଲା ଜିଲାଦି ଆଦା ବାଗ୍ତି ପେରିକାନ୍ ହେନାଦଦ୍ଦି ମାରିନ୍ ବବୟ ପୁନା ତିଆର୍ କିତାନ୍ ।
19 ଆୟା ଲାକ୍ତୁ ମିସ୍ପାଦି ପେରିକାନ୍ ଜେସୁୟଦି ମାରିନ୍ ଏସର୍ ଗଡାଦି ବାଙ୍କ୍ଦି ଡାଗୁରୁଦି ସାଜୁସୁଜା ଇଡ୍ନି ଇଲୁ ଗାଟି ସାରି ଆଗ୍ଡ଼ିରି ଆଇ ଉନ୍ଡ୍ରି ବାଗ୍ତିଙ୍ଗ୍ ପୁନା ତିଆର୍ କିତାନ୍ ।
20 ଆୟା ଡାଗୁରୁ ସବ୍ବୟଦି ମାରିନ୍ ବାରୁକ୍ ଜାତୁନ୍ କିଜି ଗଡାଦି ଡେଣାଦାନ୍ ଇଲିୟାସିବ ପେରି ଜାଜକଦି ଇଲୁଦି ସେର୍ଲା ସାନ୍ଧି ଆଇ ଉଡ୍ରି ବାଗ୍ତିଙ୍ଗ୍ ପୁନା ତିଆର୍ କିତାନ୍ ।
21 ଆୟାୱେନେକା ହକ୍କୋସ୍ଦି ନାତି ଊରିୟଦି ମରେମୋତ୍ ଇଲିୟାସିବଦି ଇଲୁଦି ସେର୍ଲାଦାନ୍ ଇଲିୟାସିବଦି ଇଲୁଦି ୱେନ୍କା ସାନ୍ଧି ଆଇ ଉଡ୍ରି ବାଗ୍ତିଙ୍ଗ୍ ପୁନା ତିଆର୍ କିତାନ୍ ।
22 ମାରି, ଆବେନୁ ବାସାକିନି ଜାଜକର୍ ପୁନା ତିଆର୍ କିତାର୍ ।
23 ୱାରି ୱେନେକା ବିନ୍ୟାମିନ୍ ନି ହଶୁବ୍ ନିଜେଦି ଇଲୁ ଆଗ୍ଡ଼ି ତିଆର୍ କିତାର୍ । ୱାରି ୱେନେକା ଅନନିୟାଦି ନାତି ମାସେୟଦି ମାରିନ୍ ଅସରିୟ ନିଜେଦି ଇଲୁ ଡାଗୁରୁ ପୁନା ତିଆର୍ କିତାନ୍ ।
24 ହେନାଦଦ୍ଦି ମାରିନ୍ ବିନ୍ନୁୟି ଅସରିୟଦି ଇଲୁଦାନ୍ ଗଡାଦି ବାଙ୍କ୍ ନି କନା ସାନ୍ଧି ଆଇ ଉଡ୍ରି ବାଗ୍ତିଙ୍ଗ୍ ପୁନା ତିଆର୍ କିତାନ୍ ।
25 ଉସୟଦି ମାରିନ୍ ପାଲାଲ୍ ଗଡାଦି ବାଙ୍କ୍ ଆଗ୍ଡ଼ି କାପ୍କିନି ଇଲୁଦି ଡାଗୁରୁ ପେରି ରାଜା ଇଲୁଦି ସାମ୍ନାଦି ଆତ୍ରେରି ପେରି ମୁଣ୍ତା ଲାକ୍ତୁ ତିଆର୍ କିତାନ୍ । ୱାନି ୱେନେକା ପରିୟୋଶଦି ମାରିନ୍ ପଦାୟ ତିଆର୍ କିତାନ୍ । 26 ଇୟା ବେଡ଼ାଦୁ ଓପଲଦୁ ବାସା କିଜିମାନି ସେବାକିନିକାର୍ ଏରୁ ସେର୍ଲାଦି ଆଗ୍ଡ଼ି ତରିଟି ସାମାନା ସାନ୍ଧି ମାରି ଆତ୍ରେରି ପେରି ମୁଣ୍ତା ସାନ୍ଧି ପୁନା ତିଆର୍ କିତାନ୍ ।
27 ଆୟା ୱେନେକା ତକୋୟିୟର୍ ଆତ୍ରେରି ପେରି ମୁଣ୍ତା ଆଗ୍ଡ଼ିରାନ୍ ଓପଲଦି ଗଡା ସାନ୍ଧି ଆଇ ଉଡ୍ରି ବାଗ୍ତିଙ୍ଗ୍ ପୁନା ତିଆର୍ କିତାନ୍ ।
28 ଜାଜକର୍ ୱିଜେରେ ନିଜେ ନିଜେଦି ଇଲୁ ଆଗ୍ଡ଼ି ଗଡ଼ା ସେର୍ଲାଦି ମୁସ୍କୁରି ବାଗ୍ତାନ୍ ପୁନା ତିଆର୍ କିତାର୍ ।
29 ୱାରି ୱେନେକା ଇମ୍ମେରଦି ମାରିନ୍ ସାଦୋକ ନିଜେଦି ଇଲୁ ଆଗ୍ଡ଼ି ପୁନା ତିଆର୍ କିତାନ୍,
ମାରି ଆୟା ୱେନେକା ଆଗ୍ଡ଼ିରି ଦୁୱାର୍ ସେର୍ଲା ଶଖନିୟଦି ମାରିନ୍ ଶମୟିୟ ପୁନା ତିଆର୍ କିତାନ୍ ।
30 ଆୟାୱେନେକା ଶେଲିମିୟଦି ମାରିନ୍ ହନାନିୟ ନି ସାଲଫଦି ସୋଅ ନମ୍ୱର୍ତି ମାରିନ୍ ହାନୁନ୍ ଆଇ ଉଡ୍ରି ବାଗ୍ତିଙ୍ଗ୍ ପୁନା ତିଆର୍ କିତାନ୍ ।
ଆୟାୱେନେକା ବେରିଖିୟଦି ମାରିନ୍ ମଶୁଲ୍ଲମ୍ ନିଜେଦି ବାକ୍ରା ଆଗ୍ଡ଼ି ପୁନା ତିଆର୍ କିତାନ୍ ।
31 ଆୟାୱେନେକା ମଲ୍କିୟ ଦରୁଦି ଅରେନ୍ ସୁନାରି ହମିପ୍କଦ୍ ସେର୍ଲାଦି ଆଗ୍ଡ଼ିରି ସେବାକିନିୱାରି ମାରି ବେପାର୍ କିନିୱାରି ଇଲୁ ସାନ୍ଧି, ମାରି କନାଦି ପେରାତି ସାନ୍ଧି ପୁନା ତିଆର୍ କିତାନ୍ ।
32 ମାରି, କନାଦି ପେରାତିକା ନି ମେଣ୍ତେଙ୍ଗ୍ ସେର୍ଲା ଲୋଇ ସୁନାରି ନି ବେବାର୍ କିନିକାର୍ ପୁନା ତିଆର୍ କିତାର୍ ।