1 ମାରି, ଲୋକା ଅଦିପତିର୍ ଜିରୁସାଲମତୁ ବାସା କିତାର୍; ବା ତେବାତି ଲୋକୁ ପବିତ୍ର ଗାଡ଼୍ ଜିରୁସାଲମତୁ ବାସା କିନି ଉଣ୍ତିଙ୍ଗ୍ ଦାସ୍ ଲୋକା ଲୋଇରାନ୍ ଅରେନ୍ ୱାନିଙ୍ଗ୍ ଆୟା ବାଡିଦୁ ତାନି ଉଣ୍ତିଙ୍ଗ୍ ମାରି ଆଇ ନୋ ଲୋକାଙ୍ଗ୍ ଆଇଆଇ ଗାଡ଼୍କାଙ୍ଗ୍ ବାସା କିନି ଉଣ୍ତିଙ୍ଗ୍ କୁଡ଼ୁକୁଡ଼ି କିତାର୍ । 2 ମାରି, ଏମେକାର୍ ଜିରୁସାଲମତୁ ବାସା କିଦେଙ୍ଗ୍ ନିଜେଦି ବଦାଦାନ୍ ନିଜେଦିୱାରିଙ୍ଗ୍ ସପ୍ରେ କିତାର୍, ଲୋକୁ ୱାରି ଦନ୍ୟବାଦ୍ କିତାର୍ । 3 ଦେସ୍ତୁ ଇୟା ପେରିଲୋକାଙ୍ଗ୍ ଜିରୁସାଲମତୁ ବାସା କିତାର୍; ମାତର୍ ଜିହୁଦାଦି ଆଇଆଇ ଗାଡ଼୍କାଙ୍ଗ୍ ଲୋକୁ, ଇସ୍ରାଏଲ, ଜାଜକର୍ ନି ଲେବିୟର୍ ନି ନଥିନିୟର୍ ନି ଶଲୋମନଦି ଦାସ୍କା ମାରିନ୍କୁ ୱିଜେରେ ନିଜେ ନିଜେଦି ଅଦିକାର୍ତାନ୍ ନିଜେ ନିଜେଦି ଗାଡ଼୍ତୁ ବାସା କିତାର୍ । 4 ମାରି, ଜିହୁଦାଦି ମାରିନ୍କା ମାଣାନ୍ ନି ବିନ୍ୟାମିନ୍ଦି ମାରିନ୍କା ମାଣାନ୍ ଏସ ଲୋକ୍ ଜିରୁସାଲମତୁ ବାସା କିତାର୍ । ଜିହୁଦାଦି ମାରିନ୍କା ଲୋଇରାନ୍ ଉସିୟଦି ମାରିନ୍ ଅତାୟ, ଆୟା ଉସିୟ ଜିକରିୟଦି ମାରିନ୍, ଜିକରିୟ ଅମରିୟଦି ମାରିନ୍, ଅମରିୟ ଶପଟିୟଦି ମାରିନ୍, ଶପଟିୟ ମହଲଲେଲଦି ମାରିନ୍, ମହଲଲେଲ ପେରସ ମାରିନ୍କା ଲୋଇରାନ୍ ଅରେନ୍; 5 ମାରି, ବାରୁକ୍ଦି ମାରିନ୍ ମାସେୟ, ଆୟା ବାରୁକ୍ କଲ୍ହୋସିଦି ମାରିନ୍, କଲ୍ହୋସି ହସାୟଦି ମାରିନ୍, ହସାୟ ଅଦାୟାଦି ମାରିନ୍, ଅଦାୟା ଯୋୟାରିବ୍ଦି ମାରିନ୍, ଯୋୟାରିବ୍ ଜିକରିୟଦି ମାରିନ୍, ଜିକରିୟ ଶିଲୋନିଦି ମାରିନ୍ ।
6 ପେରସଦି ମାରିନ୍କୁ ୱିଜେରେ ସାରିସ ସାଟେ ଆଟ୍ ଲୋକ୍ ମେମାର୍ଙ୍ଗୁଁ ଜିରୁସାଲମତୁ ବାସା କିତାର୍ ।
7 ବିନ୍ୟାମିନ୍ଦି ମାରିନ୍କୁ, ମଶୁଲ୍ଲମ୍ଦି ମାରିନ୍ ସଲ୍ଲୁ, ଆୟା ମଶୁଲ୍ଲମ୍ ଯୋୟେଦ୍ଦି ମାରିନ୍, ଯୋୟେଦ୍ ପଦାୟଦି ମାରିନ୍, ପଦାୟ କୋଲାୟାଦି ମାରିନ୍, କୋଲାୟା ମାସେୟଦି ମାରିନ୍, ମାସେୟ ଇତିୟେଲଦି ମାରିନ୍, ଇତିୟେଲ ଯିଶାୟାହଦି ମାରିନ୍ । 8 ମାରି, ଆକା ଡ଼ିସ୍ତିଙ୍ଗ୍ ଗବ୍ବୟ, ସଲ୍ଲୟ ୱିଜେରେ ନୋଅସ୍ କଡ଼େ ଆଟ୍ ଲୋକ୍ । 9 ମାରି, ସିଖ୍ରଦି ମାରିନ୍ ଯୋୟେଲ ୱାରି ପେରିକାନ୍ ମାର୍ହାନ୍ ମାରି ହସନୁୟେଦି ମାରିନ୍ ଜିହୁଦା ଗାଡ଼୍ତି ମାରିଅରେନ୍ ପେରିକାନ୍ ମାର୍ହାନ୍ ।
10 ଜାଜକରି ମାଣାନ୍, ଯୋୟାରିବ୍ଦି ମାରିନ୍ ଯିଦୟିୟ, ଯାଖିନ୍, 11 ହିଲ୍କିୟଦି ମାରିନ୍ ସରାୟ, ଆୟା ହିଲ୍କିୟ ମଶୁଲ୍ଲମଦି ମାରିନ୍, ମଶୁଲ୍ଲମ୍ ସାଦୋକଦି ମାରିନ୍, ସାଦୋକ ମରାୟୋତଦି ମାରିନ୍, ମରାୟୋତ୍ ଅହିଟୁବଦି ମାରିନ୍ ଅହିଟୁବ ମାପୁରୁଦି ଇଲୁଦି ନେତା ମାର୍ହାନ୍ । 12 ଇଲୁଦୁ ପାଣିକିନି ୱାରି ତଡ଼ାନ୍କୁ ଆଟ୍ସ କଡ଼େ ରିଏର୍ ଲୋକ୍ ମାର୍ହାନ୍; ମାରି, ଯିରୋହମ୍ଦି ମାରିନ୍ ଅଦାୟା, ଆୟା ଯିରୋହମ୍ ପଲଲିୟଦି ମାରିନ୍, ପଲଲିୟ ଅମ୍ସିଦି ମାରିନ୍, ଅମ୍ସି ଜିକରିୟଦି ମାରିନ୍, ଜିକରିୟ ପଶ୍ହୁରଦି ମାରିନ୍, ପଶ୍ହୁର ମଲ୍କିୟଦି ମାରିନ୍, 13 ମାରି, ଅଦାୟାଦି ତଡ଼ାନ୍କୁ ଦୁଇସ ସାଲିସ୍ ରିଏର୍ ଡକ୍ରାଦାଦାରି କୁଟୁମ୍ତୁ ପେରିକାନ୍ ମାର୍ହାନ୍; ଅସରେଲ୍ଦି ମାରିନ୍ ଅମସୟ, ଆୟା ଅସରେଲ୍ ଅହସୟଦି ମାରିନ୍, ଅହସୟ ମଶିଲ୍ଲେମୋତ୍ଦି ମାରିନ୍, ମଶିଲ୍ଲେମୋତ୍ ଇମ୍ମେରଦି ମାରିନ୍, 14 ମାରି, ୱାରି ତଡ଼ାନ୍କୁ ସହେ କଡ଼େ ଆଟ୍ ଲୋକ୍ ପେରିଡାଟ୍ତି ମେମାରି ମାର୍ହାନ୍ ମାରି ହଗ୍ଦୋଲିମ୍ଦି ମାରିନ୍ ସବ୍ଦିୟେଲ ୱାରି ନେତା ମାର୍ହାନ୍ ।
15 ଲେବିୟରି ମାଣାନ୍, ହଶୁବ୍ଦି ମାରିନ୍ ସମୟିୟ, ଆୟା ହଶୁବ୍ ଅସ୍ରିକାମଦି ମାରିନ୍, ଅସ୍ରିକାମ ହଶବିୟଦି ମାରିନ୍, ହଶବିୟ ବୁନ୍ନିଦି ମାରିନ୍; 16 ମାରିବା, ଲେବିୟ ପେରିୱାରି ମାଣାନ୍ ଶବ୍ବଥୟ ନି ଯୋସାବଦ୍ ମାପୁରୁଦି ଇଲୁଦୁ ଆତ୍ରେରି ପାଣିଦି ନେତା ମାର୍ହାନ୍; 17 ମାରି, ଆସପଦି କୁଟୁମ୍ତୁ ଜନମ୍ଆତି ସବ୍ଦିଦି ନାତି ମିକାଦି ମାରିନ୍ ମତ୍ତନିୟ ପାର୍ତନା କିନିମାନୁ ଦନ୍ୟବାଦ୍ ଆରାମ୍ କିଦେଙ୍ଗ୍ ପେରିକାନ୍ ମାର୍ହାନ୍ ମାରି ୱାନି ତଡ଼ାନ୍କା ଲୋଇରାନ୍ ବକ୍ବୁକିୟ ମାରିଅରେନ୍ ମାର୍ହାନ୍; ମାରି, ଯିଦୁଥୁନ କୁଟୁମ୍ତୁ ଜନମ୍ଆତି ଗାଲଲ୍ଦି ନାତି ଶମ୍ମୁୟଦି ମାରିନ୍ ଅବ୍ଦ ।
18 ପବିତ୍ର ଗାଡ଼୍ତି ଲେବିୟର୍ ୱିଜେରେ ଦୁଇସ ଅସେ ନାଲ୍ଏର୍ ଲୋକ୍ ମାର୍ହାର୍ ।
19 ମାରିବା, ମନ୍ଦିର୍ତୁ କାପ୍କିନିକାର୍ ଅକ୍କୁବ, ଟଲ୍ମୋନ ମାରି ଗାଡ଼୍ତି ଗେଟ୍ ଆଗ୍ଡ଼ି କାପ୍କିନିପାଣିକିନିକାର୍ ୱାରି ତଡ଼ାନ୍କୁ ସହେ ସତୁରି ରିଏର୍ ମାର୍ହାର୍ ।
20 ମାରି, ଇସ୍ରାଏଲଦି, ଜାଜକରି, ଲେବିୟରି ତେବାତି ଲୋକୁ ଜିହୁଦାଦି ୱିଜୁ ଗାଡ଼୍କାଙ୍ଗ୍ ୱିଜେରେ ନିଜେ ନିଜେଦି ଜାଗାଦୁ ତେବାତାର୍ । 21 ମାପୁରୁଦି ପାର୍ତନା ଇଲୁଦୁ ସେବା କିଜିମାନି ଲୋକୁ ଜିରୁସାଲାମ୍ତି ଓପଲଦୁ ବାସା କିତାର୍; ମାରି, ସିହ ନି ଗିଷ୍ପ ସେବାକିନିୱାରି ପେରିକାନ୍ ମାର୍ହାନ୍ ।
22 ଆସପ କୁଟୁମ୍ତି ପାଟାପାର୍ନିୱାରି ଲୋଇରାନ୍ ମିକାଦି ଡକ୍ରା ନାତି, ମତ୍ତନିୟଦି ନାତି, ହଶବିୟଦି ନାତି, ବାନିଦି ମାରିନ୍ ଉସି ଜିରୁସାଲମତୁ ଲେବିୟରି ପେରିକାନ୍ ମାର୍ହାନ୍, ୱାନ୍ ବା ମାପୁରୁଦି ପାର୍ତନା ଇଲୁ ପାଣିଦୁ ଜାତୁନ୍ ଅତାନ୍ । 23 ଇରିଙ୍ଗ୍ ୱାରି ବିସୟ୍ତାନ୍ ରାଜାଦି ମାଟା ମାର୍ହାତ୍ ମାରି ଦିନାମିଦି ଦର୍କାର୍ ଇସାବ୍ତାନ୍ ପାଟାପାର୍ନିୱାରିଙ୍ଗ୍ ଉନ୍ଡ୍ରି ବାଗ୍ ସିଆୟ୍ଆତାତ୍ ।
24 ମାରି, ଜିହୁଦାଦି ମାରିନ୍ ସେରହଦି କୁଟୁମ୍ତୁ ଜନମ୍ଆତି ମଶେସବେଲ୍ଦି ମାରିନ୍ ପଥାହିୟ ଲୋକା ୱିଜୁ ପାଣି ବିସୟ୍ତାନ୍ ରାଜାଦି ଲାକ୍ତୁ ମାର୍ହାତ୍ ।
25 ମାରି, ଜିହୁଦାଦି ମାରିନ୍କା ଲୋଇରାନ୍ ଏସ ଆଇଆଇ ନାର୍କୁ ନି ଆବେଣି କିଡ଼ିଇଦୁ, ମାରି, କିରିୟତ ଅର୍ବ ମାରି ଆବେଣି ଇସ୍ରି ଗାଡ଼୍ତୁ, ଦିବୋନ୍ ନି ଆବେଣି ଇସ୍ରି ନାର୍ତୁ, ଯିକବ୍ସେଲ୍ ନି ଆବେଣି ନାଟ; 26 ମାରି ଜେସୁୟଦୁ, ମୋଲାଦାଦୁ ମାରି ବେଥ୍ ପେଲଟଦୁ; 27 ମାରି ହତ୍ସର-ଶୁୟାଲ୍ଦୁ, ବେର୍ସେବା ନି ଆବେଣି ଇସ୍ରି ନାର୍ତୁ; 28 ମାରି ସିକ୍ଲଗ୍ଦୁ, ମକୋନା ନି ଆବେଣି ଇସ୍ରି ନାର୍ତୁ; 29 ମାରି ଐନ୍ ରିମ୍ମୋଣଦୁ, ସରାୟଦୁ ନି ଜର୍ମୁତଦୁ; 30 ସାନୋହ, ଅଦୁଲ୍ଲମ ନି ଆବେଣି ନାଟ, ଲାଖିଶ୍ ନି ଆବେଣି କିଡ଼ିଇଦୁ, ଅସେକା ନି ଆବେଣି ଇସ୍ରି ନାର୍ତୁ ବାସା କିତାର୍ । ଇୟାୱାଜା ୱାର୍ ବେର୍ସେବାଦାନ୍ ହିନ୍ନୋମ ବାଟା ସାନ୍ଧି ଗୁଡ଼େଙ୍ଗ୍ କିତାର୍ । 31 ବିନ୍ୟାମିନ୍ ମାରିନ୍କୁ ବା ଗେବାଦାନ୍ ଆଗ୍ଡ଼ି, ମିକ୍ମସ ନି ଅୟାଦୁ, ବେତେଲ୍ ନି ଆବେଣି ଇସ୍ରି ନାର୍ତୁ; 32 ଅନାଥୋତ୍, ନୋବ ନି ଅନନିୟାଦୁ; 33 ହାସୋର, ରାମା, ଗିତୟିମଦୁ; 34 ହାଦିଦ୍, ସବୋୟିମ, ନବଲ୍ଲାଟଦୁ; 35 ଲୋଦ୍ ନି ଓନୋ, କାଲୁ ନି ମାରାକ୍ ପାଣିକିନିକାର୍ ବାଟାଦୁ ବାସା କିତାର୍ । 36 ମାରି, ଜିହୁଦା ମିସାବିଡ଼ାନି ଆଇଆଇ ପାଲି ଇସାବ୍ତାନ୍ ଏସ ଲେବିୟ ଲୋକ୍ ବିନ୍ୟାମିନ୍ ୱାଲେ ମିସାତାର୍ ।