1 ଇୟାୱେନେକା ଜିହୁଦିୟ ତଡ଼ାନ୍କା ବିରୁଦ୍ତାନ୍ ଲୋକା ନି ୱାରି ଆଡ଼ିସିକ୍ ଆଉଲି ଆଜି ନିଦା କିତେ । 2 ଇରିଙ୍ଗ୍ ଏନ୍ ଏନ୍ ଇର୍ହାର୍, "ମାଡୁ, ମା ମାରିନ୍ ନି ଗାଡ଼ିକ୍ ୱିଜୁ ନାଣ୍ତ ଲୋକୁ; ଆଦେଙ୍ଗ୍ ମାଡୁ ପାସି ଅସି ଆକା ତିନିଞ୍ଜି ଜିନାଟ୍ ।"
3 ମାରିବା ଏନ୍ ଏନ୍ ଇର୍ହାର୍, "ମାଡୁ ନିଜେ ନିଜେଦି ପାସି କିଡ଼ିଇ ନି ଅଙ୍ଗୁର୍ ଡଡି ମାରି ଇଲୁ ବାନ୍ଧା ଇଟ୍ତାମାନାପ୍, ଏଣ୍ତେସ୍ ଉଣ୍ତେଙ୍ଗ୍ ପୁଟ୍ଇ ବେଡ଼ାଦୁ ମାଙ୍ଗିଁ ପାସି ପୁଟିତ୍ ।"
4 ମାରିବା, ଏସଲୋକ୍ ଇର୍ହାର୍, "ମାଡୁ ରାଜା ସିସୁଟୁ ସିନି ଉଣ୍ତିଙ୍ଗ୍ ନିଜେ ନିଜେଦି ପାସି କିଡ଼ିଇ ମାରି ଅଙ୍ଗୁର୍ ଡଡି ବାନ୍ଧା ଇଡ୍ଜି ଅଦୁଲି ୱାଡି କିତାମାନାପ୍ ।" 5 ମାତର୍ ମା ମେନ୍ଦଲ ମା ତଡ଼ାନ୍କା ମେନ୍ଦଲ ସାମାନ୍, ମା ମାରିନ୍କା ୱାରି ମାରିନ୍କା ସାମାନ୍; ମାରିବା ସୁଡ଼ୁଦୁ, ମାଡୁ ନିଜେ ନିଜେଦି ମାରିନ୍ ନି ଗାଡ଼ିସିକାଙ୍ଗ୍ ସାକର୍ ଆନି ଉଣ୍ତିଙ୍ଗ୍ ପର୍ତା ମାନାଟ୍, ମାରି ମା ଗାଡ଼ିକା ଲୋଇରାନ୍ ଏଦ୍ ଏଦ୍ ସାକରାଣି ଆତେ ୱିଜିତେନି; ମାରି ଇନି ଦର୍କାର୍ ସିଲେ; ଇରିଙ୍ଗ୍ ଆଇ ଲୋକୁ ମା ପାସି କିଡ଼ିଇ ନି ଅଙ୍ଗୁର୍ ଡଡି ଅଦିକାର୍ କିତାମାନାର୍ ।
6 ନାସ୍ତିୱାଲେ ନାନୁ ୱାରି ଆଡ଼ାବାନିକା ମାରି ଇୟା ମାଟାୱିଜୁ ୱେନ୍ଞ୍ଜି ନାଣ୍ତ ରିସା ଆତା । 7 ମାରି, ନାନୁ ନିଜେଦି ମନ୍ତୁ ଏତ୍ କିତା, ମାରି ପେରିୱାରି ମାରି ନେତାରି ୱାଲେ ମାଟାଦିଙ୍ଗ୍ମାଟା ଆଜି ୱାରିଙ୍ଗ୍ ଇର୍ହା, "ମିରୁ ୱିଜିଦେର୍ ନିଜେ ନିଜେଦି ତଡ଼ାନ୍ତି ମାଣାନ୍ ୱାଡି ଅସିନିଦେର୍ ।" ଆବେଟ୍ ନାନୁ ୱାରି ବିରୁଦ୍ତାନ୍ ୱେର୍ତା । 8 ମାରି, ନାନୁ ୱାରିଙ୍ଗ୍ ଇର୍ହା, "ମା ଜିହୁଦିୟ ତଡ଼ାନ୍କୁ ଆଇ ଦେସ୍ତିୱାରି ଲାକ୍ତୁ ପରାୟ୍ ଆତାମାର୍ହାର୍, ମାପୁ ୱାରିଙ୍ଗ୍ ନିଜେଦି ସାକ୍ତିଦାନ୍ ମୁକୁଡ଼ା କିତାମାନାପ୍, ଇଲେଇ ମିରୁ ଇନିକା ନିଜେଦି ତଡ଼ାନ୍କାଙ୍ଗ୍ ପର୍ନିଦେର୍ ? ମାରି ୱାର୍ ଇନିକା ମା ଲାକ୍ତୁ ପରାୟ୍ ଆନାର୍ ?" ଆବେଟ୍ ୱାର୍ ଆଲେତାର୍, ଇନିକାବା ଇଡ୍ରେଙ୍ଗ୍ ଆଟ୍ଏତାର୍ ।
9 ମାରିବା ନାନୁ ଇର୍ହା, "ମିରୁ ଏମେ ପାଣି କିଜିନିଦେର୍, ଆକା ନେଗେତ୍ ସିଲେ, ମା ସାତ୍ରୁ ଆଇ ଦେସ୍ତିୱାରି ପାଣିଦିଙ୍ଗ୍ ଇଡ୍ନି ଉଣ୍ତିଙ୍ଗ୍ ମା ମାପୁରୁଦି ଉଣ୍ତିଙ୍ଗ୍ ତିୟେଲ୍ତାନ୍ ସାଲାବୁଲା କିଦେଙ୍ଗ୍ ଇନିକା ମିଙ୍ଗିଁ ନେଗେତ୍ ସିଲେ ?" 10 ମାରିବା ନାନୁ, ନା ତଡ଼ାନ୍କୁ ନି ନା ଦାସକୁ ୱାଡିଦାନ୍ ୱାରିଙ୍ଗ୍ ଅଦୁଲି ନି ପାସି ରୁଣୁ ସିଜିନାପ୍ । ମାତର୍ ମାଡୁ ଇୟା ୱାଡି ମୁସ୍କୁ ଅଡି ଅନିକା ବନ୍ଦ୍ କିନିକା ନେଗେତ୍ । 11 ମିରୁ ୱାରି ପାସି କିଡ଼ିଇ, ୱାରି ଅଙ୍ଗୁର୍ ଡଡି, ୱାରି ଜିତ କିଡ଼ିଇ ମାରି ୱାରି ଇଲୁ, ମାରିବା ୱାରିମାଣାନ୍ ଅଦୁଲି ନି ପାସି ଅଙ୍ଗୁର୍ରସ୍ ନି ନିୟୁଦି ବାଗ୍ ଆମା ଅଡି ମିରୁ ଅତିମାନିଦେର୍, ଆକା ନେରୁ ୱାରିଙ୍ଗ୍ ଡ଼େପ୍ସି ସିଦୁ ।
12 ଆବେଟ୍ ୱାର୍ ଇର୍ହାର୍, "ମାଡୁ ଆମାକା ଅତିମାରିଇକା ଆକା ଡ଼େପ୍ସି ସିନାପ୍ ମାରି ୱାରିଙ୍ଗ୍ ଇନିକା ଲସ୍ଏପ୍; ନିନୁ ଏଣ୍ତେସ୍ ଇଜିନି, ମାପୁ ଆୟାୱାଜା କିନାପ୍ ।" ଆବେଟ୍ ନାନୁ ଜାଜକରିଙ୍ଗ୍ କୁକ୍ସି ଇୟା ପାର୍ମାଣ୍ ଇସାବ୍ତାନ୍ ୱାର୍ ଏଣ୍ତେସ୍ ପାଣି କିନାର୍, ଇୟାଉଣ୍ତିଙ୍ଗ୍ ୱାରିଙ୍ଗ୍ ପାର୍ମାଣ୍ କିବିସ୍ତା । 13 ମାରିବା ନାନୁ ନିଜେଦି ଅଟି ସାଡ଼ିସି ଇର୍ହା, "ଏନ୍ ଇୟା ପାର୍ମାଣ୍ ମାନାଏନ୍, ମାପୁରୁ ୱାନି ଇଲୁ ନି କାସ୍ଟୁପାଣିଦି ପଲ୍ତାନ୍ ୱାନିଙ୍ଗ୍ ଇୟାୱାଜା ସାଡ଼ିସୋ ସିପିନ୍; ୱାନ୍ ଇୟାୱାଜା ସାଡ଼ାପିନ୍ ମାରି ୱାରିକା ଆପିନ୍ ।" ଆବେଟ୍ ୱିଜୁ କୁଟୁମ୍ ଇର୍ହାର୍ "ଆମେନ୍" ମାରି ପ୍ରବୁଦି ଦନ୍ୟବାଦ୍ କିତାର୍ । ଇୟାୱେନେକା ଲୋକୁ ଇୟା ପାର୍ମାଣ୍ ଇସାବ୍ତାନ୍ ପାଣି କିତାର୍ ।
14 ମାରିବା, ନାନୁ ଜିହୁଦା ଦେସ୍ତୁ ୱାରି ପେରି ପଦ୍ତୁ ତେବାତିମାନି ଦିନ୍ତାନ୍, ମାରି, ଅର୍ତ୍ତକ୍ଷସ୍ତ ରାଜାଦି ସାସନ୍ତି କଡ଼େ ବାର୍ସେକ୍ତାନ୍ ତିରିସ୍ ଦୁଇ ବାର୍ସେକ୍ ସାନ୍ଧି ବାର ବାର୍ସେକ୍ ସାନ୍ଦି, ନାନୁ ନି ନା ତଡ଼ାନ୍କୁ ଦେସ୍ତି ପେରିୱାନି କାଦି ଉଣ୍ଏତାପ୍ । 15 ମାତର୍ ନା ଆଗ୍ଡ଼ିରି ଦେସ୍ତି ପେରିୱାରି ବଜୁ ଲୋକାଙ୍ଗ୍ ପିଣ୍ତିଦେଙ୍ଗ୍ ପଡ଼ାତାତ୍, ମାରି ୱାର୍ ସାଲିସ୍ ଗୋଟା ୱେଣ୍ତି ଅଦୁଲିଙ୍ଗ୍ ଲୋକାମାଣାନ୍ କାଦି ନି ଅଙ୍ଗୁର୍ରସ୍ ଅତାର୍; କେବଲ୍ ଆକା ସିଲେ, ୱାରି ଦାସକୁ ଲୋକା ମୁସ୍କୁ କାସ୍ଟୁ ସିତାର୍, ମାତର୍ ମାପୁରୁଦି ଉଣ୍ତିଙ୍ଗ୍ ତିୟେଲ୍ତି ଉଣ୍ତିଙ୍ଗ୍ ନାନୁ ଆୟାୱାଜା କିଏତା । 16 ମାରିବା, ନାନୁ ଇୟା ଗଡାଦି ପାଣିଦୁ କାସ୍ତା ତେବାତା ମାରି ମାପୁ ଇନି ବୁମି କଡ଼୍ଏତାପ୍; ମାରି, ନା ଦାସକୁ ୱିଜେରେ ଆବେନୁ ପାଣିଦୁ ଉଣ୍ତାତାର୍ । 17 ମାରିବା ମା ସାରିବେଡ଼ିତି ଆଇ ଦେସ୍ତିୱାରି ଲୋଇରାନ୍ ମା ଲାକ୍ତୁ ୱାଜିନି ଲୋକାଙ୍ଗ୍ ଡ଼ିସ୍ସି ଜିହୁଦି ନି ପେରିକାର୍ ସୋଏ ପଚାସ୍ ଲୋକୁ ନାନୁ ଉଣିମାନୁ ବାସ୍ତାର୍ । 18 ଆୟାବେଡ଼ାଦୁ ୱିଜୁଦିନ୍ ଉଡ୍ରି କଡି ନି ସୋଅ ଗୋଟା ନେଗି ମେଣ୍ତେଙ୍ଗ୍ ୱାର୍ତାର୍; ମାରିବା ନା ଉଣ୍ତିଙ୍ଗ୍ ଏସ ପଟିଙ୍ଗ୍ ୱାର୍ତାର୍ ମାରି ଦାସ୍ ଦିନ୍ତାନ୍ ଅର୍ସୁ ୱିଜୁଜାତିଦି ଅଙ୍ଗୁର୍ରସ ତିଆର୍ କିତାର୍; ମାରିବା ନାନୁ ଇୟା ୱିଜୁ ଉଣ୍ତିଙ୍ଗ୍ ଦେସ୍ତି ପେରିୱାନି କାଦି ବେସ୍ଏତା, ଇରିଙ୍ଗ୍ ଇୟା ଲୋକା ମୁସ୍କୁ ଦାସତି ବଜୁ ନାଣ୍ତ ଆତା ମାର୍ହାତ୍ ।
19 ଏ ନା ମାପୁରୁ, ନାନୁ ଇୟା ଲୋକା ଉଣ୍ତିଙ୍ଗ୍ ଏମେ ଏମେ ପାଣି କିତାମାନା, ନା ତରିନ୍ ନେଗି ଉଣ୍ତିଙ୍ଗ୍ ଆୟାୱିଜୁ ଏତ୍କିଆ ।