6 ଲାଗିଂ ଏପେଙ୍ଗ୍ ୱାରି କିୟାଟ୍, ଆତିସ୍ପା ନଂ ଅଲପ୍ ସମୁ କାଜିଂ ବାର୍ବିନି ପରିକ୍ୟା ହୁଦାଂ ଦୁକ୍ବଗ୍ କିନାକା ମି ପାକ୍ୟାତ ଲଡ଼ା ଆନାତ୍, 7 ମି ପାର୍ତିନି ହାର୍ଦାକା ପରିକ୍ୟା କିନାକା ଇ ସବୁନି ଉଦେସ୍ । ଜିରାତି ହନା ନାଣିତ ପରିକ୍ୟା କିୟାନାତ୍ । ମି ପାର୍ତି ହନା ବାଟା ଆଦିକ୍ ବେସିମଲ୍ ଆତିଲେ ପରିକ୍ୟା ହୁଦାଂ ହାର୍ଦାକା କୁନି ଲଡ଼ା । ହେଦାଂ ଆତିସ୍, ଜିସୁ କ୍ରିସ୍ଟ ହତି ୱାଡ଼ାଲିଂ, ଏପେଙ୍ଗ୍ ୱାରି, ଜାଜ୍ମାଲ୍ ଆରି ସନ୍ମାନ୍ ଲାବ୍ କିନାଦେର୍ । 8 ଏପେଙ୍ଗ୍ ହେୱାନିଂ ହୁଡ଼୍ୱାଦାଂ ଜିଉନନାଦେରା, ଆରେ, ନଂ ପା ହୁଡ଼୍ୱିତିସ୍ପା ହେୱାନ୍ତାକେ ପାର୍ତି କିଜ଼ି ଇନ୍ୱିକାତା ଆରି ଜାଜ୍ମାଲ୍ ମିହା ୱାରିତ ୱାରିୟା ଆନାଦେରା । 9 ୱାରି ଆଜ଼ି ମି ପାର୍ତିନି ପାଡ଼୍ ଜେ ୱାସ୍କିନି ମୁକ୍ତି, ହେଦାଂ ପାୟାନାଦେରା । ବେଣ୍ବାକ୍ଣାୟ୍କିନାକାର୍ ମି କାଜିଂ ବାଚିକିତି ଉପ୍କାର୍ ବିସ୍ରେ ବେଣ୍ବାକ୍ଣାୟ୍ କିୟାଟ୍ ।