ଆଣ୍ଡ୍ରାଙ୍ଗ୍ ଆରି କଗ୍ଲେତି ହିକ୍ୟା
1 ହେ ଲାକେ, ଏ କଗ୍ଲେକ୍, ଏପେଙ୍ଗ୍ ଜାର୍ ଜାର୍ ଡକ୍ରାର୍ତି ତଲ୍ୟା ଆଡୁ । ଇନେସ୍ ହେୱାର୍ ବିତ୍ରେତାଂ ଇନେର୍ ଇନେର୍ ବଚନ୍ନି ବଲ୍ ମାନିକିୱି ଆତିସ୍ ପା ଏପେଙ୍ଗ୍ ପାଣ୍ଡ୍ରା ଆୱାଦାଂ ନିତ୍ରେବେବାର୍ ହୁଡ଼୍ଜି ବଚନ୍ ପିସ୍ସି ଜାର୍ ଜାର୍ ଟଣ୍ଡେନ୍ ବେବାର୍ ହୁଦାଂ ବାଦ୍ଲା ଆନାତ୍ । 2 ଇନେସ୍ ହେୱାର୍ ବିତ୍ରେତାଂ ଇନେ ଇନେର୍ ବଚନ୍ନି ବଲ୍ମାନି କିତିସ୍ପା ଏପେଙ୍ଗ୍ ପାଣ୍ଡ୍ରୁ ଆୱାଦାଂ ସମାନ୍ ବେବାର୍ ହୁଡ଼୍ଜି ବଚନ୍ ପିସ୍ତି ଜାର୍ ଜାର୍ ଡକ୍ରିନି ବେବାର୍ ହୁକେ ବାଦ୍ଲା ଆନାର୍ । 3 ୩:୩ ୧ ତିମତି ୨:୯.ଆରେ ତେମୁଲ୍ ବେସ୍, ହନା ହାସ୍କୁ ତୁସ୍ନାକା ଆରି ହାର୍ଦି ହେନ୍ଦ୍ରା ଉସ୍ପାନାକା, ଏଲେଙ୍ଗ୍ ଇମ୍ଣି ବାର୍ତାକା ଆର୍ପାନାକା, ହେଦାଂ ଏପେଙ୍ଗ୍ ଆର୍ପାନାକା ହାର୍ ଆକାୟ୍, 4 ହାତ୍ପା ହଲ୍ନାକା ନେ ମାନ୍ତ ଇମ୍ଣି କଁଆଣ୍ ଆରି ସୁସ୍ତାମିହା ଡ଼ୁକ୍ତି ମାନ୍ବାବ୍ନା ଇସ୍ୱର୍ତି ମୁମ୍ଦ ବେସିମଲ୍, ହେଦାଂ ନେ ମି ଜିରାୱି ହାରାଂ ଆଏତ୍ । 5 ଇନେକିଦେଂକି ଆଗେକାଡ଼୍ଦ ଦାର୍ମିନି ପୁଇପୁୟା କଗ୍ଲେକ୍ ପା ଇସ୍ୱର୍ତି ତାକେ ବାର୍ସି ଇଡ଼୍ଜି ଜାର୍ ଜାର୍ ଡକ୍ରାତି ତଲ୍ୟା ଆଜ଼ି ଇ ବାନି ଜାର୍ ଜାର୍ତିଂ ତୁସ୍ଜ଼ି ମାଚିକ୍ । 6 ସାରା ହେ ଲାକେ ର କଗ୍ଲେ ମାଚାତ୍ । ହେଦେଲ୍ ଅବ୍ରାହାମ୍ ତଲ୍ୟା ଆଜ଼ି ହେୱାନିଂ ମାପ୍ରୁ ଇଞ୍ଜି ଇଞ୍ଜି ମାଚାତ୍ । ଏପେଙ୍ଗ୍ ନଂ ହେୱାନ୍ତି ଗାଡ଼୍ଚେକ୍ । ଜଦି ହାର୍ ବେବାର୍ କିତିସ୍, ତା ଆତିସ୍ ଇମ୍ଣି ବିସ୍ରେ ମିଙ୍ଗେଙ୍ଗ୍ ଆରେ ପାଣ୍ଡ୍ରୁ କିଦେଙ୍ଗ୍ ଆଡ଼୍ଦୁର୍ ।