1 ମତର୍ ଆସେଙ୍ଗ୍ ଡାଣ୍ଡ୍କାତି ରଚ୍ନାସା ଇଞ୍ଜି ୱେନ୍ଜି ସନ୍ବଲ୍ଲଟ୍ ବାନ୍ୟା ଇଚାନ୍ ଆରି ବେସି ରିସାଜ଼ି ଜିହୁଦିୟରିଂ କିଜ୍ରା କିତାନ୍ । 2 ଆରେ, ହେୱାନ୍ ଜାର୍ ଟଣ୍ଡାରିଂ ଆରି ସମରିୟା ମେଲ୍ୟାର୍ଦଲ୍ ମେହାଣ୍ତ ଇ କାତା ଇଚାନ୍, "ଇ ନାଦାର୍ ଜିହୁଦିର୍ ଇନାକା କିନାରା ? ହେୱାର୍ ଇନାକା ଗାଡ଼୍ବନ୍ଦ୍ କିଜ଼ି ମାନାର୍ ? ହେୱାର୍ ଇନାକା ପୁଜା କିନାର୍ ? ହେୱାର୍ ଇନାକା ରଦିନ୍ତିଙ୍ଗ୍ ୱିସ୍ତେଙ୍ଗ୍ ଆଡ୍ନାର୍ ? ହେୱାର୍ ଇନାକା କାତିନି ଟିପ୍ତାଂ କାଡ଼୍ତି କାଲ୍ ଉନ୍ଦି ଜିବୁନ୍ କିନାର୍ ?"
3 ଇ ସମୁତ ଅମ୍ମେନିୟ ଟବିୟ ତା ଲାଗାଂ ମାଚାତ୍, ଆରେ ହେୱାନ୍ ଇଚାନ୍, "ମତର ହେୱାର୍ ଇନାକା ରଚ୍ନାରା, କଲ୍ୟା ଦୁମ୍ଜି ହାଚିସ୍ ହେୱାନ୍ ହେୱାର୍ତି କାଲ୍କୁ ଡାଣ୍ଡ୍କାତି ଡ୍ରିକ୍ନାତ୍ ।"
4 ଏ ପର୍ମେସ୍ୱର୍, ମା କାତା ୱେନା; ଇନେକିଦେଂକି ଆପେଙ୍ଗ୍ କିଜାୟ୍ ଆନାପା; ହେୱାର୍ତି କିଜ୍ରା ହେୱାର୍ତି ନିଜ୍ କାପ୍ଡ଼ାତ ଆରେତ୍ ଆରି ହେୱାରିଂ ବିଦେସ୍ତ ବନ୍ଦ୍ କିଜ଼ି ଚରିକିୟାଦେଂ ହେଲାୟ୍ କିୟା; 5 ଆରେ ହେୱାର୍ତି ଅଦରମ୍ ଡାବାୟ୍ କିମା ଆରି ନି ମୁମ୍ଦାଂ ହେୱାର୍ତି ପାପ୍ କେମା ଆମେତ୍; ଇନେକିଦେଂକି ରଚ୍ନାକାର୍ତି ମେହାଣ୍ତ ହେୱାର୍ ନିଙ୍ଗେଙ୍ଗ୍ କିଜାୟ୍ କିୟ୍କିତାର୍ଣ୍ଣା । 6 ଇଲାକେ ଆସେଙ୍ଗ୍ ଡାଣ୍ଡ୍କାତି ରଚ୍ଚାପ୍ ଆରି ହେବେନି ଉଚାନି ଆଦା ପାତେକ୍ ସବୁ ଡାଣ୍ଡ୍କାତି ରବେ ମେହାୟ୍ କିୟାତାତ୍; ଲାଗିଂ କାମାୟ୍ କିଦେଂ ମାନାୟାର୍ତି ମାନ୍ ମାଚାତ୍ ।
7 ମତର୍ ଜିରୁସାଲମ୍ ଡାଣ୍ଡ୍କାତିନି ଜାତ୍ନାୟ୍ କାମାୟ୍ ବାଡା ଆନାତା ଆରି ଡ୍ରିଙ୍ଗ୍ତିବାହାସବୁ ବନ୍ଦ୍ ଆଦେଂ ଲାଗାନାତା, ଇଦାଂ ୱେନ୍ଜି ସନ୍ବଲ୍ଲଟ୍ ଆରି ଟବିୟ, ଆରେ ଆରବିୟର୍ ଆରି ଅମ୍ମେନିୟର୍ ଆରି ଅସ୍ଦଦିୟର୍ ବେସି ରିସା ଆତାର୍ । 8 ଆରେ, ହେୱାର୍ ୱିଜ଼ାର୍ ଜିରୁସାଲମ୍ତ ହାଲ୍ଜି ହେ ବିରୁଦ୍ତ ଜୁଜ୍ କିଦେଂ ଆରି ତା ବିତ୍ରେ ଗଣ୍ଡ୍ଗଲ୍ କିଦେଂ ରବେ ହାତୁର୍ କିତାର୍ । 9 ମତର୍ ଆସେଙ୍ଗ୍ ହେୱାର୍ କାଜିଂ ଜାର୍ତି ପର୍ମେସ୍ୱର୍ତି ଲାଗାଂ ପାର୍ତାନା କିତାପ୍ ଆରି ନାଣାୱେଡ଼ା ହେୱାର୍ ବିରୁଦ୍ତ କାତାପ୍ ।
10 ହେପାଦ୍ନା ଜିହୁଦା ଇଚାନ୍, "ବଜ୍ପିଣ୍ଡ୍ନାକାର୍ତି ବାପୁ ୱିସ୍ତାତେ, ଆରେ ବେସି ଡ୍ରିଙ୍ଗ୍ତି କାତିଂ ମାନିକ୍; ଲାଗିଂ ଆପେଙ୍ଗ୍ ଡାଣ୍ଡ୍କାତି ରଚ୍ଚେଙ୍ଗ୍ ଆଡୁପା ।"
11 ଆରେ, ମା ବିରୁଦିର୍ ଇଚାର୍, "ଆସେଙ୍ଗ୍ ହେୱାର୍ ବିତ୍ରେ ଏକିସ୍ ହେୱାରିଂ ଅସ୍ତି ଆରି ହେୱାର୍ତି କାମାୟ୍ ବନ୍ଦ୍ କିନି ପାତେକ୍ ହେୱାର୍ ପୁନୁର୍ କି ହୁଡ଼୍ଦୁର୍ ।"
12 ଆରେ, ହେୱାର୍ ଲାଗେନିକାର୍ ଜିହୁଦିର୍ ସବୁ ବାହାତାଂ ୱାଜ଼ି ମାଙ୍ଗେଙ୍ଗ୍ ଦସ୍ ହଟ୍ ଇଞ୍ଚାର୍, "ମିଙ୍ଗେଙ୍ଗ୍ ମା ଲାଗାଂ ମାସ୍ଦି ୱାଦେଂ ଆନାତ୍ ।" 13 ଇଦାଂ କାଜିଂ ଆନ୍ ଡାଣ୍ଡ୍କାତି ପାଚ୍ବାଗାଙ୍ଗ୍ ତାରେନ୍ ମେଲା ବାହାତ ଲକୁରିଂ ହେୱାର୍ତି କୁଟୁମ୍ ଇସାବ୍ରେ ହେୱାର୍ତି କାଣ୍ଡା ଆରି ବାଲା ଆରି ୱିଲ୍ ଲାହାଂ ବାଚି କିତାଙ୍ଗ୍ ।
14 ପାଚେ ଆନ୍ ହୁଡ଼୍ତାଂ ଆରି ନିଙ୍ଗ୍ଜି ଗାଜାକାରିଂ ଆରି ମୁଣିକାରିରିଂ ଆରି ବିନ୍ବିନ୍ ଲକୁରିଂ ଇଚାଙ୍ଗ୍; "ଏପେଙ୍ଗ୍ ହେୱାର୍ ବିସ୍ରେ ପାଣ୍ଡ୍ରା ଆମାଟ୍; ମାପ୍ରୁଙ୍ଗ୍ ଏତ୍କିୟାଟ୍, ହେୱାନ୍ ଗାଜାକାନ୍ ଆରି ବଇଁକାର୍ନିକାନ୍, ଆରେ ଏପେଙ୍ଗ୍ ଜାର୍ ଜାର୍ ଟଣ୍ଡାର୍, ମାଜ଼ି ଆରି ଗାଚ୍କୁ, ଜାର୍ ଜାର୍ ଡକ୍ରିକ୍ ଆରି ଇଲ୍ କାଜିଂ ଜୁଜ୍ କିୟାଟ୍ ।"
15 ପାଚେ ମା ସାତ୍ରୁର୍ ଗାଣ୍ଜୁ ମାଙ୍ଗେଙ୍ଗ୍ ପୁନ୍ୟାନାତା ଆରି ପର୍ମେସ୍ୱର୍ ହେଦାଂ ବାଙ୍ଗାୟ୍ କିତାନ୍ନା, ଇଦାଂ ହେୱାର୍ ୱେଚିଲେ, ଆପେଙ୍ଗ୍ ୱିଜ଼ାପ୍ ଡାଣ୍ଡ୍କାତିନି ଜାର୍ ଜାର୍ କାମାୟ୍ତ ମାସ୍ଦି ହାଚାପ୍ ।
16 ଆରେ, ହେ ନାଜିଂତାଂ ମା ଆଡ଼ିୟାର୍ ଆଦେକ୍ କାମାୟ୍ କିତାର୍ ଆରି ହେୱାର୍ତି ଆଦେକ୍ ବାଲା, ଆଡାନାକା, ୱିଲ୍, ଆରି ଉସ୍ପିନି ହାଜ ଆସ୍ତି ମାଚାର୍; ଆରେ, ଆଦିକାରିର୍ ଜିହୁଦାନି ସବୁ କୁଟୁମ୍ ପାଚେ ମାଚାର୍ । 17 ଇମ୍ଣାକାର୍ କୁୱାଡ଼୍ ରଚ୍ଚାର୍ ଆରି ଇମ୍ଣାକାର୍ ବଜ୍ ପିଣ୍ଡ୍ତାର୍, ହେୱାର୍ ନିଜେ ନିଜେ ବଜ୍ ନିକ୍ତାର୍, ଜାଣ୍କେ ର କେଇଦାଂ କାମାୟ୍ କିତାର୍ ଆରି ବିନ୍ କେଇଦ ଆତିୟାର୍ ଆସ୍ତାର୍; 18 ଆରେ, ରଚ୍ନାକାର୍ତି ୱିଜ଼ାର୍ ଜାର୍ ଜାର୍ ମ୍ଡେଗାଙ୍ଗ୍ କାଣ୍ଡା ଗାଚ୍ଚି ହେଲାକେ କାମାୟ୍ କିତାର୍ । ଆରେ, ମରି ତୁବ୍ନି ମାନାୟ୍ ମା ଲାଗାଂ ମାଚାନ୍ । 19 ଇଦାଂ ପାଚେ ଆପେଙ୍ଗ୍ ଗାଜାକାରିଂ ଆରି ମୁଣିକାରିରିଂ ଆରି ବିନ୍ ବିନ୍ ମାନାୟାରିଂ ଇଚାପ୍, କାମାୟ୍ ବଜ୍ ଆରି ବାଡାନାତ୍, ଆରେ ଆସେଙ୍ଗ୍ ଡାଣ୍ଡ୍କାତି ଜପି ବିନେ ଆଜ଼ି ରୱାନ୍ତାଂ ଆରେ ରୱାନ୍ ଦେହା ମାନାପ୍; 20 ଇଦାଂ କାଜିଂ ଇମ୍ଣି ବାହାତପା ମରିନି କାଟ୍ ୱେନାଦେର୍, ହେ ବାହାତାଂ ମା ଲାଗାଂ ୱାନାଦେର୍; ମା ପର୍ମେସ୍ୱର୍ ମା ପାକ୍ୟାତ ଜୁଜ୍ କିନାର୍ । 21 ଇଲାକେ ଆସେଙ୍ଗ୍ ହେ କାମାୟ୍ତ କସ୍ଟ କିତାପ୍, ଆରେ ନାଡ଼଼ିସ୍ ଆନି ସମୁତାଂ ହୁକା ଚଞ୍ଜିନିକ୍ ପାତେକ୍ ହେୱାର୍ତି ଆଦେକ୍ ଲକୁ ବାଲା ଆସ୍ତାର୍ ।
22 ହେ ସମୁତ ଆସେଙ୍ଗ୍ ମାନାୟାରିଂ ଆରେ ଇଚାପ୍, ୱିଜ଼ାର୍ ମାନାୟ୍ ନାଣାଲିଂ ଜାର୍ ଜାର୍ ଆଡ଼ିୟା ଲାହାଂ ଜିରୁସାଲମ୍ ବିତ୍ରେ ମାନେର୍, ହେବେ ହେୱାର୍ ନାଣାଲିଂ ମାଙ୍ଗେଙ୍ଗ୍ କାତେଙ୍ଗ୍ ଆଡ୍ନାର୍ ଆରି ୱେଡ଼ାଲିଂ କାମାୟ୍ କିଦେଂ ଆଡ୍ନାର୍ । 23 ଇଲାକେ ଆସେଙ୍ଗ୍ କି ମା ଟଣ୍ଡାର୍ କି ମା ଆଡ଼ିୟାର୍ ନଲେ ମା ପାଚେମାନ୍ଞ୍ଜି କାନାକାର୍ ଇନେର୍ ଜାର୍ ଗାଗାଡ଼୍ତାଂ ହେନ୍ଦ୍ରା ଦାକ୍ୱାତାପ୍, ୱିଜ଼ାକାର୍ ଜାର୍ ଜାର୍ ଆତ୍ ଆତିୟାର୍ ଲାହାଂ ଏଜ଼ୁଙ୍ଗ୍ ଲାଗାଂ ହାଚାପ୍ ।