1 ଇଦାଂପାଚେ ଜିହୁଦିୟ ଟଣ୍ଡାର୍ ବିରୁଦ୍ତ ମାନାୟାର୍ତି ଆରି ହେୱାର୍ତି ଡକ୍ରୁହିକ୍ ନିନ୍ଦା କିସି ଗାଜା କାଟ୍ତାଂ ଇଚିକ୍ । 2 ଇନେକିଦେଂକି ଇନ୍ଦେକ୍ ଇନ୍ଦେକ୍ ଇଚିକ୍, "ଆପେଙ୍ଗ୍, ମା ମାଜ଼ି ଆରି ଗାଚ୍କୁ ଲାହାଂ ବେସି ଲକୁ ଆତାପ୍ନା; ଲାଗିଂ ଆପେଙ୍ଗ୍ ତାସ୍ ଅଜ଼ି ହେଦାଂ ତିନ୍ଜି ଜିନାସ୍ ।"
3 ଆରେ ପା ଇନେର୍ ଇନେର୍ ଇଚାର୍, "ଆସେଙ୍ଗ୍ ଜାର୍ ଜାର୍ ତାସ୍ବାହା ଆରି ଅଙ୍ଗୁର୍ବାଡ଼୍ ଆରି ଇଲ୍ ବାନ୍ଦା ଇଡ୍ତାପ୍ନା, ଇନେସ୍ କାତାର୍ ସମୁତ ମାଙ୍ଗେଙ୍ଗ୍ ତାସ୍ ଗାଟାଆଦେତ୍ ।" 4 ଆରେ, କେତେକ୍ ଇଚାର୍, "ଆସେଙ୍ଗ୍ ରାଜା ହିସ୍ତୁ ରୁଣ୍ଡାୟ୍ କିନି କାଜିଂ ଜାର୍ ଜାର୍ ତାସ୍ବାହା ଆରି ଅଙ୍ଗୁର୍ବାଡ଼୍ ବାନ୍ଦା ଇଡ଼୍ଜି ଡାବୁଙ୍ଗ୍ ରୁଣ୍ କିତାପ୍ନା ।" 5 ମତର୍ ମା ଗାଗାଡ଼୍ ମା ଟଣ୍ଡାର୍ ଗାଗାଡ଼୍ ହମାନ୍, ମା ମାଜ଼ିର୍ ହେୱାର୍ତି ମାଜ଼ିର୍ ହମାନ୍; ଆତିସ୍ପା ହୁଡ଼ାଟ୍, ଆସେଙ୍ଗ୍ ଜାର୍ ଜାର୍ ମାଜ଼ିର୍ ଆରି ଗାଚ୍କୁକାଂ ଆଡ଼ିଏନ୍ ଆନି କାଜିଂ ପ୍ରତାପ୍ନା, ଆରେ ମା ଗାଚ୍କୁ ବିତ୍ରେତାଂ ଇନ୍ଦେକ୍ ଇନ୍ଦେକ୍ ଆଡ଼ିଏଣି ଆତିକେ; ମାଦାଂ ଆରେ ଇନାକା ମାନ୍ ତିର୍ ଆକାୟ୍; ଇନେକିଦେଂକି ବିନ୍ ଲକୁର୍ ମା ତାସ୍ବାହା ଆରି ଅଙ୍ଗୁର୍ବାଡ଼୍ ଆଦିକାର୍ କିନାରା ।
6 ହେପାଦ୍ନା ଆନ୍ ହେୱାର୍ତି ଆଡ଼୍ବାନାକା ଆରି ଇ କାତା ସବୁ ୱେନ୍ଜି ବେସି ରିସା ଆତାଙ୍ଗ୍ । 7 ଆରେ, ଆନ୍ ଜାର୍ ମାନ୍ତ ବାବି କିତାଙ୍ଗ୍, ଆରେ କୁଟୁମ୍ତି ଆରି ମୁଣିକାରିର୍ତି ଲାହାଂ କାତାବାର୍ତା କିଜ଼ି ହେୱାରିଂ ଇଚାଙ୍ଗ୍, "ଏପେଙ୍ଗ୍ ୱିଜ଼ାଦେର୍ ଜାର୍ ଜାର୍ ଟଣ୍ଡାର୍ତାଂ କଲନ୍ତର୍ ଅନାଦେରା ।" ପାଚେ ଆନ୍ ହେୱାର୍ ବିରୁଦ୍ତ ଦାବା କିତାଙ୍ଗ୍ । 8 ଆରେ, ଆନ୍ କୁଟୁମ୍ରିଂ ଇଚାଙ୍ଗ୍, "ମା ଜିହୁଦିୟ ଟଣ୍ଡାର୍ ବିନ୍ ଦେସ୍ନିକାରିଂ ଲାଗାଂ ପ୍ରୟାଜ଼ି ମାଚାର୍, ଆପେଙ୍ଗ୍ ହେୱାରିଂ ଜାର୍ ବାପୁତାଂ ମୁକ୍ଡ଼ାୟ୍ କିତାପ୍ନା, ନଙ୍ଗ୍ ଏପେଙ୍ଗ୍ ଇନାକା ଜାର୍ ଟଣ୍ଡାରିଂ ପ୍ରନାଦେର୍ ? ଆରି ହେୱାର୍ ଇନାକା ମା ଲାଗାଂ ପ୍ରୟାନାର୍ ?" ଇବେ ହେୱାର୍ ଚୁପ୍ ଆତାର୍, ଇନାକା ଉତର୍ ହିଦେଂ ଆଡ୍ୱାତାର୍ ।
9 ଆରେ, ଆନ୍ ଇଚାଙ୍ଗ୍, "କୁଟୁମ୍ ଇମ୍ଣି କାମାୟ୍ କିନାଦେରା, ହେଦାଂ ହାର୍ ଆକାୟ୍, ମା ସାତ୍ରୁ ବିନ୍ ଦେସ୍ନିକାରିଂ ତିର୍କିନାକାଦ୍ଲିଂ ଇଟ୍ନି କାଜିଂ ମା ପର୍ମେସ୍ୱର୍ କାଜିଂ ପାଣ୍ଡ୍ରୁତାଂ ବେବାର୍ କିନାକା ଇନାକା ମିଦାଙ୍ଗ୍ ଲଡ଼ା ଆକାୟ୍ ?" 10 ଆନ୍ ପା, ନା ଟଣ୍ଡାର୍ ଆରି ନା ଆଡ଼ିୟାର୍ କଲନ୍ତର୍ତ ହେୱାରିଂ ଡାବୁଙ୍ଗ୍ ଆରି ତାସ୍ ରୁଣ୍ ହିନାପା । ମତର୍ ଆପେଙ୍ଗ୍ ଇ ରୁଣ୍ ଜପି କାଲାନ୍ତର୍ ଅଦେଂ ବନ୍ଦ୍ କିନାକା ମାନାତ୍ । 11 ଏପେଙ୍ଗ୍ ହେୱାର୍ତି ତାସ୍ବାଟା, ହେୱାର୍ତି ଅଙ୍ଗୁର୍ବାଡ଼୍, ହେୱାର୍ତି ଜିତ୍ ବାଡ଼୍ ଆରି ହେୱାର୍ତି ଇଲ୍, ପା ହେୱାର୍ତାଂ ଡାବୁଙ୍ଗ୍ ଆରି ତାସ୍, ଅଙ୍ଗୁର୍ରାସ୍ ଆରି ଚିକାଣ୍ନି କମ୍ସେକମ୍ ଇମ୍ଣି କଲନ୍ତର୍ ଏପେଙ୍ଗ୍ ଅତାଦେର୍ଣ୍ଣା, ହେଦାଂ ନେଜେଙ୍ଗ୍ ହେୱାରିଂ ହିୟାଟ୍ ।
12 ହେବେ ହେୱାର୍ ଇଚାର୍, "ଆପେଙ୍ଗ୍ ଇନାକା ଅଜ଼ିମାଚାପ୍ ହେଦାଂ ହିନାପ୍ ଆରି ହେୱାରିଂ ଇନାକା ଏନୁପ୍; ଏନେଙ୍ଗ୍ ଇନେସ୍ ଇଞ୍ଜ୍ନାୟା, ଆପେଙ୍ଗ୍ ହେଲାକେ କିନାପ୍ ।" ପାଚେ ଆନ୍ ମାପ୍ରୁହେବାକିନାକାରିଂ କୁକ୍ଚି ଇ ପାର୍ମାଣ୍ ଇସାବ୍ରେ ହେୱାର୍ ଇନେସ୍ କାମାୟ୍ କିନାର୍, ଇଦାଂ କାଜିଂ ହେୱାରିଂ ପାର୍ମାଣ୍ କିୟ୍କିତାଙ୍ଗ୍ । 13 ଆନ୍ ପା ଜାର୍ ହେନ୍ଦ୍ରା ତୁର୍ବି କିଜ଼ି ଇଚାଙ୍ଗ୍, "ଇନେର୍କି ଇ ପାର୍ମାଣ୍ ପାଲି କିଉର୍, ପର୍ମେସ୍ୱର୍ ତା ଇଲ୍ ଆରି କସ୍ଟକିତି ପାଡ଼୍ତାଂ ତାଙ୍ଗେଙ୍ଗ୍ ଇଲାକେ ତୁର୍ବି କିଏନ୍; ହେୱାନ୍ ଇଲାକେ ତୁର୍ବି କିୟାସି ଆରି ହିଲାକାନ୍ ଆଏନ୍ ।" ହେବେ ୱିଜ଼ୁ ସମାଜ୍ ଇଚାର୍ "ଆମେନ୍" ଆରି ନିତ୍ରେମାପ୍ରୁତି ୱାରି କିତାର୍ । ଇଦାଂପାଚେ ମାନାୟାର୍ ଇ ପାର୍ମାଣ୍ ଇସାବ୍ରେ କାମାୟ୍ କିତାର୍ ।
14 ଆରେ, ଅର୍ତକ୍ଷସ୍ତ ଜିହୁଦା ଦେସ୍ତ ହେୱାର୍ତି ଆଦିକାର୍ ପାଦ୍ତ ବାଚିକିୟାଜ଼ି ମାନି ସମୁତାଂ, ଇଚିସ୍, ଆଦିକାର୍ ରାଜାତି ଆଦିକାର୍ନି କୁଡ଼େ ବାର୍ହୁତାଂ ବତିସ୍ ବାର୍ହୁ ପାତେକ୍ ବାର ବାର୍ହୁ ପାତେକ୍, ଆନ୍ ଆରି ନା ଟଣ୍ଡାର୍ ଦେସ୍ଆଦିକାରିର୍ କାଦି ତିନ୍ୱାପ୍ନା । 15 ମତର୍ ନା ଆଗେନି ଦେସ୍ ଆଦିକାରିର୍ ପ୍ରତି ବଜ୍ ମାନାୟାରିଂ ପିଣ୍ଡ୍ଦେଂ ଲାଗାତାତ୍, ଆରେ ହେୱାର୍ ଚାଲିସ୍ ତୁଲା ରୁପା ପିସ୍ତି ମାନାୟାର୍ତାଂ କାଦି ଆରି ଅଙ୍ଗୁର୍ରାସ୍ ଅତାର୍; କେବଲ୍ ହେଦାଂ ଆକାୟ୍, ହେୱାର୍ ଆଡ଼ିୟାର୍ ମାନାୟାର୍ ଜପି ବୁଡାୟ୍ କିତାର୍; ମତର୍ ପର୍ମେସ୍ୱର୍ତି କାଜିଂ ପାଣ୍ଡ୍ରୁ କାଜିଂ ଆନ୍ ହେଲାକେ କିୱାତାଂ । 16 ଆରେ, ଆନ୍ ଇ ଡାଣ୍ଡ୍କାତି କାମାୟ୍ତ ଲାଗାଜ଼ି ମାଚାଙ୍ଗ୍ ଆରି ଆପେଙ୍ଗ୍ ଇମ୍ଣି ବୁଇଁ କଡ଼୍ୱାତାପ୍; ଆରେ, ନା ଆଡ଼ିୟାର୍ ୱିଜ଼ାର୍ ହେବେ କାମାୟ୍ତ ରବେ ଆତାର୍ । 17 ଆତିସ୍ପା ମା ଚାର୍ବେଣ୍ତାଂ ବିନ୍ ଦେସ୍ନିକାର୍ ବିତ୍ରେତାଂ ମା ଲାଗାଂ ୱାତି କୁଟୁମ୍ରିଂ ପିସ୍ତି ଜିହୁଦି ଆରି ଆଦିକାର୍ ଏକ୍ ସହ ପଚାସ୍ ମାନାୟାର୍ ନା ତିନିତାକେ କୁଚ୍ଚାର୍ । 18 ହେ ସମୁତ ପାତି ଦିନା ର ବଇଲା ଆରି ଚଅଗଟା ବାଚିକିତି ମେଣ୍ଡାଂ ଜେଇ ଜାଗ୍ରତ୍ କିତାର୍; ପା ନା କାଜିଂ କେତକ୍ ପଟିଂ ଜାଗ୍ରତ୍ କିତାର୍ ଆରି ଦସ୍ ଦିନ୍ତାଂ ରଗ ସବୁବାନି ଅଙ୍ଗୁର୍ରାସ୍ ରୁଣ୍ଡାୟ୍ କିତାର୍; ଆତିସ୍ପା ଆନ୍ ଇସବୁ କାଜିଂ ଦେସ୍ ଆଦିକାରିର୍ କାଦି ଇଚା କିୱାତାଂ, ଇନେକିଦେଂକି ଇ ମାନାୟାର୍ ଜପି ଆଡ଼ିୟାତି ବଜ୍ ବଇଁକାର୍ ଆଜ଼ି ମାଚାତ୍ । 19 ଏ ନା ପର୍ମେସ୍ୱର୍, ଆନ୍ ଇ ମାନାୟାର୍ କାଜିଂ ଇମ୍ଣି ଇମ୍ଣି କାମାୟ୍ କିନାଙ୍ଗା, ନା ପାକ୍ୟାତ ହାର୍ କାଜିଂ ହେଦାଂ ସବୁ ଏତୁ କିୟାଟ୍ ।