1 ହେ ମାସ୍ନି ଚବିସ୍ ଦିନ୍ତ ଇସ୍ରାଏଲ୍ ମାଜ଼ିର୍ ରୁଣ୍ଡା ଆଜ଼ି ଉପାସ୍ କିଜ଼ି, ବାସ୍ତା ଉସ୍ପିସ୍ ଆରି ଜାର୍ ଜାର୍ ଜପି ଦୁଡ଼ି ଡାବାୟ୍କିୟାତାର୍ । 2 ଆରେ, ଇସ୍ରାଏଲ୍-ଲାତ୍ରା ବିଦେସ୍ନି ୱିଜ଼ାର୍ତାଂ ଜାର୍ତିଂ ବିନେ କିତାର୍, ଆରେ ନିଲ୍ଚି ଜାର୍ ଜାର୍ ପାପ୍ ଆରି ଜାର୍ ଜାର୍ ଆକର୍ଦାଦିର୍ତି ପାପ୍ ମାନି କିତାର୍ । 3 ଆରେ, ହେୱାର୍ ଜାର୍ ଜାର୍ ବାହାତ ନିଲ୍ଚି ଦିନ୍ନି ତିନ୍ଗଣ୍ଟା ପାତେକ୍ ନିତ୍ରେମାପ୍ରୁ ଜାର୍ତି ପର୍ମେସ୍ୱର୍ତି ବିଦି-ପତିତାଂ ପଡ଼ି କିତାର୍ ଆରି ବିନ୍ ତିନ୍ଗଣ୍ଟା ପାତେକ୍ ହେୱାର୍ ପାପ୍ ମାନି କିଜ଼ି ନିତ୍ରେମାପ୍ରୁ ପର୍ମେସ୍ୱର୍ତିଂ ଜୱାର୍ କିତାର୍ । 4 ଆରେ, ଲେବିୟର୍, ଜେସୁୟ ଆରି ବାନି, କଦ୍ମିୟେଲ, ସବନିୟ, ବୁନ୍ନି, ସେରେବିୟ, ବାନି ଆରି କନାନି ପାଉଜ୍ତ ନିଲ୍ଚି ନିତ୍ରେମାପ୍ରୁ ପର୍ମେସ୍ୱର୍ତିଂ ଗାଜାକାଟ୍ତାଂ କୁକ୍ତାର୍ ।
5 ଜେସୁୟ ଆରି କଦ୍ମିୟେଲ, ବାନି, ହସବନିୟ, ସେରେବିୟ, ହଦିୟ, ସବନିୟ ଆରି ପତାହିୟ, ଆରି ଲେବିୟର୍ ଇଚାର୍, "ନିଙ୍ଗାଟ୍, ଆଗେନି ଦିନ୍ତାଂ ୱିଜ଼୍ୱି କାଡ଼୍ ପାତେକ୍ ନିତ୍ରେମାପ୍ରୁ ନି ପର୍ମେସ୍ୱର୍ତି ଆର୍ସିବାଦ୍ କିୟାଟ୍; ଆରେ, ସବୁ ଆର୍ସିବାଦ୍ ଆରି ୱାରିତାଂ ହାର୍ ମି ଜାଜ୍ମାଲ୍ ତର୍ ଦନ୍ୟ ଆଏତ୍ ।" 6 କେବଲ୍ ଏନେଙ୍ଗ୍ ନେ ନିତ୍ରେମାପ୍ରୁ; ଏନେଙ୍ଗ୍ ସାର୍ଗେ, ସାର୍ଗେନି ସାର୍ଗେ ଆରି ହେବେନି ପୁର୍ତିନି ଦୁତ୍କୁ, ପୁର୍ତି ଆରି ହେବେମାନି ସବୁ ଜିନିସ୍, ହାମ୍ଦୁର୍ ଆରି ହେବେମାନି ସବୁ ଜିନିସ୍ ରଚ୍ଚାୟ୍ନା ଆରି ଏନେଙ୍ଗ୍ ହେ ସବୁନି ଜିବୁନ୍ ହିତାୟ୍ନା ଆରି ସାର୍ଗେନି ଦୁତ୍କୁ ନିଙ୍ଗେଙ୍ଗ୍ ଜୁୱାର୍ କିଦ୍ନିକ୍ । 7 ଏନେଙ୍ଗ୍ ନେ ନିତ୍ରେମାପ୍ରୁ ପର୍ମେସ୍ୱର୍, ଆନାୟ୍ ଅବ୍ରାହାମ୍ତିଂ ବାଚି କିତାୟ୍ ଆରି କଲଦିୟର୍ତି ଉର୍ ଦେସ୍ତାଂ ତାଙ୍ଗେଙ୍ଗ୍ ହପ୍ଚି ତାସି ଅବ୍ରାମ୍ ତର୍ ହିତାୟ୍; 8 ଏପେଙ୍ଗ୍ ଜାର୍ ମେହାଣ୍ତ ତା ୱାସ୍କି ପାର୍ତି ହୁଡ଼୍ତାନ୍, ଆରେ କିଣାନିୟ, ହିତିୟ, ଇମରିୟ ଆରି ପରିଜିୟ ଆରି ଜିବୁସିୟ ଆରି ଗିର୍ଗାସିୟ ମାନାୟାର୍ତି ଦେସ୍ ହିଦେଂ, ଇଚିସ୍ ତା ଲାତ୍ରାତିଂ ହିନି କାଜିଂ ତା ଲାହାଂ ନିୟମ୍ ହିବା ଆତାର୍, ଆରେ ଜାର୍ ବଚନ୍ ସପଲ୍ କିତାୟ୍ନା; ଇନେକିଦେଂକି ଏପେଙ୍ଗ୍ ଦାର୍ମିନିକାୟ୍ । 9 ଇଦାଂପାଚେ ଏନେଙ୍ଗ୍ ମିସର୍ ଦେସ୍ତ ମା ଆକର୍ଦାଦିର୍ତି କସ୍ଟ ହୁଡ଼୍ତାଦେର୍ ଆରି ସୁପ୍ ହାମ୍ଦୁର୍ ଲାଗାଂ ହେୱାର୍ତି ଆଡ଼୍ବାନାକା ୱେଚାୟ୍; 10 ଆରେ, ପାର ଆରି ତା ୱିଜ଼ାର୍ ଆଡ଼ିୟାର୍ ଆରି ତା ଦେସ୍ନି ୱିଜ଼ାର୍ ମାନାୟାର୍ କାଜିଂ ବିନ୍ବିନ୍ ବାନି ଚିନ୍ ଆରି କାବାନି କାମାୟ୍ ହପ୍ତାଦେର୍; ଇନେକିଦେଂକି ମିସ୍ରିୟର୍ ହେୱାର୍ ବିରୁଦ୍ତ ବାନ୍ୟାବେବାର୍ ଏନେଙ୍ଗ୍ ପୁଚାୟ୍; ଲାଗିଂ ଏନେଙ୍ଗ୍ ନେଜେଙ୍ଗ୍ ପାତେକ୍ ଜାର୍ ତର୍ ଗାଜା କିତାୟ୍ନା । 11 ଆରେ, ଏନେଙ୍ଗ୍ ହେୱାର୍ ମୁମ୍ଦ ହାମ୍ଦୁର୍ତିଂ ରି ବାଗ୍ କିତାୟ୍, ପାଚେ ହେୱାର୍ ୱାଚ୍ଚି ବୁଇଁ ହିଜ଼ି ହାନି ଲାକେ ହାମ୍ଦୁର୍ ବିତ୍ରେ ହାଚାର୍; ମତର୍ ଡେଙ୍ଗା ଏଜ଼ୁଙ୍ଗ୍କାଂ ଅହାର୍ ଲାକେ ଏନେଙ୍ଗ୍ ହେୱାର୍ ପାଚେ ପେସ୍ଦିଅନି ମାନାୟାରିଂ ଡେଙ୍ଗା ହାମ୍ଦୁର୍ତ ତୁଇତାୟ୍ । 12 ଆରେ, ଏନେଙ୍ଗ୍ ୱେଡ଼ାଲିଂ ବାଦାଡ଼୍ ମୁଣ୍ଡା ହୁଦାଂ ଆରି ମ୍ଡିକାଲିଂ ହେୱାର୍ତି ବାନ୍ୟା ହାଜ଼ିତ ଅଜଡ଼୍ ହିନି କାଜିଂ ନାଣିମୁଣ୍ଡା ହୁଦାଂ ହେୱାରିଂ ହାଲି କିୟ୍କିତାନ୍ । 13 ପା ଏନେଙ୍ଗ୍ ସିନୟ ମାଡ଼ିତାଂ ଜୁଜ଼ି ୱାଜ଼ି ସାର୍ଗେତାଂ ହେୱାର୍ ଲାହାଂ ବେଣ୍ବାଟ୍ କିତାୟ୍ ଆରି ହେୱାରିଂ ସିଦାସାଦା ଆରି ହାତ୍ପା ନିୟମ୍, ହାର୍ଦି ବିଦି ଆରି ବଲ୍ ହିତାୟ୍; 14 ଆରେ, ହେୱାରିଂ ଜାର୍ତି ପୁଇପୁୟା ଜମ୍ନିବାର୍ ନାଜିଂ ପୁନି କିୟ୍କିତାୟ୍ ଆରି ଜାର୍ ଆଡ଼ିୟା ମସାତି କେଇଦ ହେୱାରିଂ ବଲ୍ ଆରି ବିଦି ଆଦେସ୍ କିତାୟ୍; 15 ଆରେ, ହେୱାର୍ତି ନାସ୍କି ପାଗ୍ୱାଦାଂ ହେୱାରିଂ ସାର୍ଗେତାଂ କାଦି ହିତାୟ୍ ଆରି ହେୱାର୍ତି ଏସ୍କି ପାଗ୍ୱାଦାଂ ମେଦ୍ନିତାଂ ଏଜ଼ୁଙ୍ଗ୍ ହପ୍ତାନ୍, ଆରେ ଏନେଙ୍ଗ୍ ହେୱାରିଂ ଇମ୍ଣି ଦେସ୍ ହିନି କାଜିଂ କେଇ ନିକ୍ଚି ମାଚାୟ୍, ହେ ଦେସ୍ ଆଦିକାର୍ତାଂ ହେ ବିତ୍ରେ ହଣି କାଜିଂ ବଲ୍ ହିତାୟ୍ । 16 ମତର୍ ହେୱାର୍ ଆରି ମା ଆକର୍ଦାଦିର୍ ଜଲମ୍ କିତ୍ତାର୍ ଆରି ଜାର୍ ଜାର୍ତିଂ ଆଟ୍ୱା କିତାର୍ ଆରି ନି ବଲ୍ତ କିତୁଲିଂ ୱେନ୍ୱାତାର୍, 17 ଆରେ ହେୱାର୍ ପାଲି କିଦେଂ ରାଜି ଆୱାତାର୍, କି ଏନେଙ୍ଗ୍ ହେୱାର୍ ବିତ୍ରେ ଇମ୍ଣି କାବା କାମାୟ୍ କିଜ଼ି ମାଚାୟ୍, ହେଦାଂ ଏତୁତ ଇଟ୍ୱାତାର୍; ମତର୍ ଜାର୍ ଜାର୍ ମାନ୍ ଆଟ୍ୱା କିତାର୍ ଆରି ଆଡ଼ିୟାତ ମାସ୍ଦି ହାନି କାଜିଂ ପାଡ୍ରୁକିନି ବାବ୍ରେ ରୱାନିଙ୍ଗ୍ ମୁଡ଼୍ଦାକାନ୍ କିଜ଼ି ବାଚିକିତାର୍; ଆତିସ୍ପା ଏନେଙ୍ଗ୍ କେମା କିଦେଂ ବାଦ୍ୟ, କ୍ରୁପାମୟ ଆରି ଜିଉନନାକା, ରିସାତ କାଲେ ଆରି ଦୟାତ ବାର୍ତି ପର୍ମେସ୍ୱର୍ ଆନାୟ୍, ଲାଗିଂ ହେୱାରିଂ ପିହ୍ୱାତାୟ୍ । 18 ଆଁ, ଏଲେଙ୍ଗ୍କି ହେୱାର୍ ଚାଚ୍ତ ରଚ୍ଚି ର ବାଚି ରଚ୍ଚି ଇଚାର୍, "ଇମ୍ଣି ପେନ୍ ମି ମିସର୍ ଦେସ୍ତାଂ ହପ୍ଚି ତାଇୱାତାନ୍, ପର୍ମେସ୍ୱର୍ ଇୱାନ୍," ଇଦାଂ ଇଞ୍ଜି ମାପ୍ରୁଙ୍ଗ୍ ବେସି ଅପ୍ମାନ୍ କିତାର୍; 19 ହେପାଦ୍ନା ଏନେଙ୍ଗ୍ ଜାର୍ ବେସି ଦୟାତ ହେୱାରିଂ ବାଟାତ ପିହ୍ୱାତାୟ୍; ହାଜ଼ି କାଡାୟ୍କିନି କାଜିଂ ୱେଡ଼ାଲିଂ ବାଦାଡ଼୍ମୁଣ୍ଡା, କି ହେୱାରିଂ ଅଜଡ଼୍ ଆରି ବାନ୍ୟା ହାଜ଼ି ଚଚ୍ନି କାଜିଂ ମ୍ଡିକାଲିଂ ନାଣିମୁଣ୍ଡା ହେୱାର୍ ଆଗେ ହାଲ୍ୱାତାନ୍ । 20 ଆରେ, ଏନେଙ୍ଗ୍ ହେୱାରିଂ ହିକ୍ୟା ହିନି ଆଦିକାରି କାଜିଂ ଜାର୍ତି ହାର୍ନି ୱାସ୍କି ହିତାୟ୍ ଆରି ହେୱାର୍ ୱେଇଦାଂ ଜାର୍ ମାନ୍ନା ଟେବାୟ୍ କିୱାତାୟ୍ ଆରି ହେୱାର୍ତି ଏସ୍କି ପାଗ୍ୱାଦାଂ ହେୱାରିଂ ଏଜ଼ୁଙ୍ଗ୍ ହିତାୟ୍ । 21 ଏନେଙ୍ଗ୍ ଚାଲିସ୍ ବାର୍ହୁ ପାତେକ୍ ବାଟାତ ହେୱାରିଂ ପାତି ପାଲନ୍ କିତାୟ୍, ହେୱାର୍ତି ଅଲପ୍ ଅବାବ୍ ଆୱାତାତ୍; ହେୱାର୍ତି ହେନ୍ଦ୍ରା କାଣା ଆୱାତାତ୍ ଆରି ହେୱାର୍ତି ପାନାଂ ପୁଲା ଆୱିତିକ୍ । 22 ଆରେ, ଏନେଙ୍ଗ୍ ହେୱାରିଂ ବିନ୍ବିନ୍ ରାଜି ଆରି କୁଟୁମ୍ ହିତାୟ୍ ଆରି ହେଦାଂ ହେୱାର୍ତି ବାଟାକିନି ଇସାବ୍ରେ ବାଚି କିତାୟ୍; ପାଚେ ହେୱାର୍ ସିହନ୍ ଦେସ୍, ଇଚିସ୍, ହିସ୍ବନ୍ ରାଜାତି ଦେସ୍ ଆରି ବାସନତି ଅଗ୍ ରାଜାତି ଦେସ୍ ଆଦିକାର୍ କିତାର୍ । 23 ଆରେ, ଏନେଙ୍ଗ୍ ହେୱାର୍ତି ମାଜ଼ିରିଂ ଆକାସ୍ନି ହୁକାଂ ଲାକେ ବେସି କିତାୟ୍ ଆରି ଇମ୍ଣି ଦେସ୍ ହେୱାର୍ ଆଦିକାର୍ କିଦେଂ ହାନାର୍ ଇଞ୍ଜି ଏନେଙ୍ଗ୍ ହେୱାର୍ ଆକର୍ଦାଦିରିଂ ଇଞ୍ଜିମାଚାୟ୍, ହେ ଦେସ୍ତ ହେୱାରିଂ ତାଇୱାତାୟ୍ । 24 ଇ ଲାକେ ହେ ମାଜ଼ିର୍ ଦେସ୍ତ ହଣ୍ଜି ଆଦିକାର୍ କିତାନ୍, ଆରେ ଏନେଙ୍ଗ୍ ହେୱାର୍ ମୁମ୍ଦ ହେ ଦେସ୍ନିକାର୍ କିଣାନିୟରିଂ ପେସ୍ତାଦେର୍ ଆରି ହେୱାର୍ ଇନେସ୍ ମାନ୍ଇଚାତ ବେବାର୍ କିନାର୍, ଇଦାଂ କାଜିଂ ହେୱାରିଂ ଆରି ହେୱାର୍ ରାଜାରିଂ ଆରି ଦେସ୍ନି ବିନ୍ବିନ୍ କୁଟୁମ୍ତିଂ ହେୱାର୍ କେଇଦ ହେଲାୟ୍ କିତାଦେର୍ । 25 ପାଚେ ହେୱାର୍ ଡାଣ୍ଡ୍କାତି ଚାର୍ବେଣ୍ତାଂ ଗାଡ଼୍ ସବୁ ଆରି ହାର୍ଦି ବୁଇଁ ଅତାର୍, ସବୁବାନି ହାର୍ଦି ଜିନିସ୍ତ ବାର୍ତି ଇଲ୍, କାର୍ତି କୁଇଁ, ଅଙ୍ଗୁର୍ବାଡ଼୍ ଆରି ଜିତ୍ ବାଡ଼୍ ଆରି ବେସି ପାଡ଼୍ ମାର୍କୁ ଆଦିକାର୍ କିତାର୍; ପାଚେ ହେୱାର୍ ତିନ୍ଜି ପାଞ୍ଚାର୍ ଆରି ସାରି ଆତାର୍ ଆରି ମି ବେସି ଦୟାତ ୱାରିୟା ଆତାର୍ । 26 ଆତିସ୍ପା ହେୱାର୍ ବଲ୍ମାନି କିୱାତାର୍ ଆରି ନି ବିରୁଦ୍ତ ବିରୁଦ୍ କିତ୍ତାର୍ ଆରି ନି ବିଦି ଜାର୍ ପାଚେ ଇଡ଼୍ତାର୍, ଆରେ ନି ଇମ୍ଣି ବେଣ୍ବାକ୍ଣାୟ୍କିନାକାର୍ ହେୱାରିଂ ନି କାଜିଂ ଆରେରଗ ମାସ୍ତିନି କାଜିଂ ହେୱାରିଂ ଚେତାୟ୍ କିତାର୍, ଲାଗିଂ ହେୱାରିଂ ଅସ୍ତାର୍ ଆରି ଅପମାନ୍ନି କାମାୟ୍ କିତାର୍ । 27 ଇଦାଂ କାଜିଂ ଏନେଙ୍ଗ୍ ହେୱାରିଂ ବିନ୍ପାକ୍ୟାନିକାର୍ କେଇଦ ହେଲାୟ୍ କିତିଲେ, ହେୱାର୍ ହେୱାରିଂ କସ୍ଟ ହିତାର୍; ମତର୍ କସ୍ଟ ସମୁତ ହେୱାର୍ ନି ଲାଗାଂ ଆଡ଼୍ବିତିଲେ, ଏନେଙ୍ଗ୍ ସାର୍ଗେତାଂ ହେଦାଂ ୱେଚାୟ୍; ଆରେ, ଜାର୍ତି ବେସି ସାଇଜ ଇସାବ୍ରେ ହେୱାରିଂ ହେୱାର୍ ବିନ୍ପାକ୍ୟାନିକାର୍ କେଇଦାଂ ହେୱାରିଂ ମୁକ୍ଡ଼ାୟ୍ କିତାୟ୍ । 28 ମତର୍ ହେୱାର୍ ଜମ୍ତି ପାଚେ ଆରେରଗ ନି କାଣ୍କୁକାଂ ବାନ୍ୟା କାମାୟ୍ କିତାର୍; ଇଦାଂକାଜିଂ ଏନେଙ୍ଗ୍ ହେୱାରିଂ ସାତ୍ରୁ କେଇଦ ହେଲାୟ୍ କିତାୟ୍, ହେୱାର୍ ହେୱାର୍ ଜପି ରାଜ୍ କିତାର୍, ଆତିସ୍ପା ଏଚେକାଡ଼୍ଦ ହେୱାର୍ ମାସ୍ଦି ନି ଲାଗାଂ ଆଡ଼୍ବାତାର୍, ହେପାଦ୍ନା ଏନେଙ୍ଗ୍ ସାର୍ଗେତାଂ ହେଦାଂ ୱେଚାୟ୍; ଆରେ, ବେସି ହଟ୍ ଏନେଙ୍ଗ୍ ଜାର୍ ଦୟାଇସାବ୍ରେ ହେୱାରିଂ ମୁକ୍ଡ଼ାୟ୍ କିତାୟ୍ । 29 ଆରେ, ହେୱାରିଂ ଆରେରଗ ଜାର୍ ବିଦି ଲାକେ ହାଜ଼ିତିଂ ତାନି କାଜିଂ ହେୱାରିଂ ଚେତନା ହିତାୟ୍; ଆତିସ୍ପା ହେୱାର୍ ଜଲମ୍ କିତାର୍ ଆରି ନି ବଲ୍ତ କିତୁଲ୍ ୱେନ୍ୱାତାର୍, ମତର୍ ଇନାକା ପାଲି କିତାର୍ ମାନାୟ୍ ଜିନାର୍, ନି ହେ ସାସନ୍ ବିରୁଦ୍ତ ପାପ୍ କିତାର୍, ଆରେ ମାନ୍ଦିୟାନ୍ ହିୱାତାର୍ ଆରି ଜାର୍ ଜାର୍ ମାନ୍ ଆଟ୍ୱା କିତାର୍ ଆରି ୱେଞ୍ଜେଙ୍ଗ୍ ରାଜି ଆୱାତାର୍ । 30 ଆତିସ୍ପା ବେସି ବାର୍ହୁ ପାତେକ୍ ଏନେଙ୍ଗ୍ ହେୱାର୍ତି କାତା ମାନିକିତାୟ୍ ଆରି ଜାର୍ ୱାସ୍କି ହୁଦାଂ ଜାର୍ ବେଣ୍ବାକ୍ଣାୟ୍କିନାକାର୍ ହିଜ଼ି ହେୱାରିଂ ଚେତାୟ୍ କିତାୟ୍; ମତର୍ ହେୱାର୍ କିତୁଲିଂ ୱେଞ୍ଜେଙ୍ଗ୍ ରାଜି ଆୱାତାର୍; ଇଦାଂ କାଜିଂ ଏନେଙ୍ଗ୍ ହେୱାରିଂ ବିନ୍ ଦେସ୍ନି କୁଟୁମ୍ କେଇଦ ହେଲାୟ୍ କିତାୟ୍ । 31 ଆତିସ୍ପା ଏନେଙ୍ଗ୍ ଜାର୍ ବେସି ଦୟାତ ହେୱାରିଂ ନସ୍ଟ କିୱାତାୟ୍, କି ହେୱାରିଂ ପିହ୍ୱାତାୟ୍; ଇନେକିଦେଂକି ଏନେଙ୍ଗ୍ କ୍ରୁପାମୟି ଆରି ଦୟାନି ପର୍ମେସ୍ୱର୍ ଆନାୟ୍ । 32 ଇଦାଂକାଜିଂ ମା ପର୍ମେସ୍ୱର୍, ଗାଜାକାନ୍, ସାକ୍ତିନିକାନ୍ ଆରି ବଇଁକାର୍ ପର୍ମେସ୍ୱର୍, ଏପେଙ୍ଗ୍ ନିୟମ୍ ଆରି ଦୟା ପାଲି କିନାଦେରା, ଅସୁରିୟ ରାଜାର୍ତି ସମୁତାଂ ନେଞ୍ଜେଙ୍ଗ୍ ପାତେକ୍ ମା ଜପି, ମା ରାଜାର୍ ଜପି, ମା ଆଦିକାରିର୍ ଜପି ଆରି ମା ମାପ୍ରୁହେବାକିନାକାର୍ ଜପି ଆରି ମା ବେଣ୍ବାକ୍ଣାୟ୍କିନାକାର୍ ଜପି ଆରି ମା ଆକର୍ଦାଦିର୍ ଜପି ଆରି ମି ୱିଜ଼ାର୍ ମାନାୟାର୍ ଜପି ଇମ୍ଣି ଇମ୍ଣି ପାଣ୍ଡ୍ରୁ ଗିଟା ଆତାତ୍ନା, ହେଦାଂ ସବୁ ମି କାଣ୍କୁକାଂ ହାରୁ ଚଞ୍ଜ୍ୟା ଆଉତ୍ । 33 ଆତିସ୍ପା ମା କାଜିଂ ଇନା ଇନାକା ଗିଟା ଆତାତ୍ନ୍ନା, ହେସବୁତ ଏନେଙ୍ଗ୍ ଦାର୍ମିନିକାୟ୍ ଆନାୟ୍; ଇନେକିଦେଂକି ଏନେଙ୍ଗ୍ ହାତ୍ପାତ ବେବାର୍ କିନାୟା, ମତର୍ ଆପେଙ୍ଗ୍ ବାନ୍ୟା କାମାୟ୍ କିନାପା । 34 ଆରେ, ମା ରାଜାର୍, ମା ଆଦିକାରିର୍, ମା ମାପ୍ରୁହେବାକିନାକାର୍ କି ମା ଆକର୍ଦାଦିର୍ ନି ବିଦି ପାଲି କିୱାତାର୍ଣ୍ଣା, କି ଏନେଙ୍ଗ୍ ଜାର୍ତି ଇମ୍ଣି ବଲ୍ ଆରି ସାକି ହୁଦାଂ ହେୱାରିଂ ଚେତନା କିୟ୍କିତାୟ୍ ହେବେ କିତୁଲିଂ ୱେନ୍ୱାତାର୍ । 35 ଲାଗିଂ ହେୱାର୍ ଜାର୍ତି ରାଜିତ, ହେୱାରିଂ ମି ହିତ୍ତି ବେସିହାର୍ତ ଆରି ହେୱାର୍ ମୁମ୍ଦ ନି ହେଲାୟ୍ଆତି ଅହାର୍ ଆରି ହାର୍ଦି ଦେସ୍ତ ନି ହେବା କିୱାତାର୍ଣ୍ଣା, କି ଜାର୍ ଜାର୍ ବାନ୍ୟା କାମାୟ୍ତାଂ ମାସ୍ଦାୱାତାର୍ଣ୍ଣା । 36 ହୁଡ଼ାଟ୍, ନେଞ୍ଜେଙ୍ଗ୍ ଆପେଙ୍ଗ୍ ଆଡ଼ିୟା ଆତାପ୍ନା! ଆରେ ଏନେଙ୍ଗ୍ ମା ଆକର୍ଦାଦିର୍ ଇମ୍ଣି ଦେସ୍ନି ପାଡ଼୍ ଆରି ହାର୍ଦି ଜିନିସ୍ ବଗ୍ କିଦେଂ ହିଜ଼ି ମାଚାୟ୍, ହୁଡ଼ାଟ୍ ହେ ଦେସ୍ତ ଆପେଙ୍ଗ୍ ଆଡ଼ିୟା ଆତାପ୍ନା । 37 ଆରେ, ମା ପାପ୍ କାଜିଂ ଏନେଙ୍ଗ୍ ଇମ୍ଣି ରାଜାରିଂ ମା ଜପି ରଚ୍ଚାୟ୍ନା, ହେୱାର୍ ହେ ଦେସ୍ନି ବେସି ପାଡ଼୍ ଉବ୍ଜାୟ୍ କିଜ଼ି ବଗି କିନାରା; ପା ମା ଗାଗାଡ଼୍ ଜପି ଆରି ମା ପସୁଙ୍ଗ୍ ଜପି ହେୱାର୍ତି ନିଜ୍ଇଚା କେମ୍ତା ମାନାତ୍, ଆରେ ଆପେଙ୍ଗ୍ ବେସି ଦୁକ୍ତ ମାନାପ୍; 38 ଇସବୁ ଗିଟାତିସ୍ ନେ ଆପେଙ୍ଗ୍ ର ହମାନ୍ ନିୟମ୍ କିଜ଼ି ହେଦାଂ ଲେକିକିନାପା; ଆରେ, ମା ଆଦିକାରିର୍, ମା ଲେବିୟର୍ ଆରି ମା ମାପ୍ରୁହେବାକିନାକାର୍ ହେଦାଂ ଟାଁପ୍ ଇଡ଼୍ନାକା ।