1 ଆରେ, ମାନାୟାର୍ତି ଆଦିକାରିର୍ ଜିରୁସାଲମ୍ତ ବାହା କିତାର୍; ପା ବାକି ମାନାୟାର୍ ପୁଇପୁୟା ଗାଡ଼୍ନି ଜିରୁସାଲମ୍ତ ବାହା କିନି କାଜିଂ ଜାଣ୍କେ ଦସ୍ ଜାଣ୍ ବିତ୍ରେତାଂ ରୱାନିଂ ହେ ବାହାତ ତାନି କାଜିଂ ଆରି ବିନ୍ ନଅ ଜାଣ୍ତିଂ ବିନ୍ବିନ୍ ଗାଡ଼୍ଦ ବାହା କିୟ୍କିନି କାଜିଂ କେଡ଼୍ କିତାର୍ । 2 ଆରେ, ଇମ୍ଣାକାର୍ ଜିରୁସାଲମ୍ତ ବାହା କିଦେଂ ଜାର୍ତିଂ ହେଲାୟ୍ କିତାର୍, ମାନାୟାର୍ ହେୱାରିଂ ଆର୍ସିବାଦ୍ କିତାର୍ । 3 ଜାର୍ ଦେସ୍ତ ଇ ମୁଡ଼୍ଦାକାର୍ ଜିରୁସାଲମ୍ତ ବାହା କିତାର୍; ମତର୍ ଜିହୁଦାନି ବିନ୍ବିନ୍ ଗାଡ଼୍ଦ ମାନାୟାର୍, ଇଚିସ୍, ଇସ୍ରାଏଲ୍, ମାପ୍ରୁହେବାକିନାକାର୍ ଆରି ଲେବିୟର୍ ଆରି ହେବାକାରିରିଂ ଆରି ସଲମନର୍ତି ଆଡ଼ିୟାର୍ତି ମାଜ଼ିର୍ ୱିଜ଼ାର୍ ଜାର୍ ଜାର୍ ଆଦିକାର୍ତ ଜାର୍ ଜାର୍ ଗାଡ଼୍ଦ ବାହା କିତାର୍ ।
4 ଆରେ, ଜିହୁଦାନି ମାଜ଼ିର୍ ବିତ୍ରେତାଂ ଆରି ବିନ୍ୟାମିନ୍ନି ମାଜ଼ିର୍ ବିତ୍ରେତାଂ କେତେକ୍ ଲକୁ ଜିରୁସାଲମ୍ତ ବାହା କିତାର୍ । ଜିହୁଦାନି ମାଜ଼ିର୍ ବିତ୍ରେତାଂ ଉସିୟତି ମାଜ଼ି ଅତାୟ, ହେ ଉସିୟ ଜିକରିୟତି ମାଜ଼ି, ଜିକରିୟ ଅମରିୟତି ମାଜ଼ି, ଅମରିୟ ସପଟିୟତି ମାଜ଼ି ସପଟିୟ ମହଲଲେଲତି ମାଜ଼ି, ମହଲଲେଲ ପେରସ୍-ମାଜ଼ିର୍ ବିତ୍ରେତାଂ ରୱାନ୍;
5 ଆରେ, ବାରୁକର ମାଜ଼ି ମାସେୟ, ହେ ବାରୁକ କଲ୍ହସିତି ମାଜ଼ି, କଲ୍ହସି ହସାୟତି ମାଜ଼ି, ହସାୟ ଅଦାୟାତି ମାଜ଼ି, ଅଦାୟା ଜୟାରିବ୍ତି ମାଜ଼ି, ଜୟାରିବ୍ ଜିକରିୟତି ମାଜ଼ି, ଜିକରିୟତି ସିଲନିତି ମାଜ଼ି ।
6 ପେରସ୍ତି ମାଜ଼ି ସବୁପା ଚାରି ସହ ସାଟେ ଆଟ୍ ଜାଣ୍ ବିର ଆଣ୍ଡ୍ରାଙ୍ଗ୍ ଜିରୁସାଲମ୍ତ ବାହା କିତାର୍ ।
7 ବିନ୍ୟାମିନ୍ତି ମାଜ଼ିର୍, ଇଚିସ୍, ମସୁଲ୍ଲମ୍ତି ମାଜ଼ି ସଲ୍ଲୁ, ହେ ମସୁଲ୍ଲମ୍ ଜୟେଦ୍ତି ମାଜ଼ି, ଜୟେଦ୍ ପଦାୟତି ମାଜ଼ି, ପଦାୟ କଲାୟାତି ମାଜ଼ି, କଲାୟା ମାସେୟତି ମାଜ଼ି, ମାସେୟ ଇତିୟେଲତି ମାଜ଼ି, ଇତିୟେଲ ଜିସାୟାହତି ମାଜ଼ି ।
8 ଆରେ, ହେଦାଂ ପିସ୍ତି ଗବୟ, ସଲ୍ଲୟ ଇୱାର୍ ନଅ ସହ ଅଟାଇସ୍ ଜାଣ୍ । 9 ଆରେ, ସିକ୍ରିତି ମାଜ଼ି ଜୟେଲ୍ ହେୱାର୍ତି ମୁଣିକା ମାଚାନ୍ ଆରି ହସନୟାତି ମାଜ଼ି ଜିହୁଦା ଗାଡ଼୍ନି ଜେତି ମୁଣିକା ମାଚାନ୍ ।
10 ମାପ୍ରୁହେବାକିନାକାର୍ ବିତ୍ରେତାଂ, ଇଚିସ୍ ଜୟାରିବ୍ତି ମାଜ଼ି ଜିଦୟିୟ, ଜାକିନ,
11 ହିଲ୍କିୟତି ମାଜ଼ି ସରାୟ, ହେ ହିଲ୍କିୟ ମସୁଲ୍ଲମତି ମାଜ଼ି, ମସୁଲ୍ଲମ୍ ସାଦକତି ମାଜ଼ି, ସାଦକ୍ ମରାୟତତି ମାଜ଼ି, ମରାୟତ୍ ଅହିଟୁବ୍ର ପର୍ମେସ୍ୱର୍ତି ଇଲ୍ନି ମୁଣିକା ମାଚାନ୍ । 12 ଇଲ୍ନି ମୁଣିକାର୍ ହେୱାର୍ତି ଟଣ୍ଡାର୍ ଆଟ୍ ସହ ବାଇସ୍ ଜାଣ୍ ମାଚାର୍; ଆରେ, ଜିରହମ୍ତି ମାଜ଼ି ଆଦାୟା, ହେ ଜିରହମ୍ ପଲଲିୟତି ମାଜ଼ି, ପଲଲିୟ ଅମ୍ସିର ମାଜ଼ି, ଅମ୍ସି ଜିକରିୟତି ମାଜ଼ି, ଜିକରିୟ ପସୁହୁରତି ମାଜ଼ି, ପସୁହୁର ମଲ୍କିୟତି ମାଜ଼ି, 13 ଆରେ, ଅଦାୟାତି ଟଣ୍ଡାର୍ ଦୁଇ ସହ ଚାଲିସ୍ ଦୁଇ ଜାଣ୍ ଆକର୍ଦାଦିର୍ ମୁଡ଼୍ଦାକାର୍ ମାଚାର୍; ଅସରେଲ୍ତି ମାଜ଼ି ଅମସୟ, ହେ ଅସରେଲ୍ ଅହସୟତି ମାଜ଼ି, ଅହସୟ ମସିଲ୍ଲେମତ୍ତି ମାଜ଼ି, ମସିଲ୍ଲେମତ୍ ଇମ୍ମେରତି ମାଜ଼ି, 14 ଆରେ, ହେୱାର୍ତି ଟଣ୍ଡାର୍ ଏକ୍ ସହ କଡ଼େ ଆଟ୍ ଜାଣ୍ ବେସି ସାକ୍ତିକାଟି ଆଣ୍ଡ୍ରେନ୍ ମାଚାନ୍ ଆରି ହଗ୍ଦଲିମ୍ତି ମାଜ଼ି ସବ୍ଦିୟେଲ ହେୱାର୍ତି ମୁଣିକା ମାଚାନ୍ ।
15 ଲେବିୟର୍ ବିତ୍ରେତାଂ, ଇଚିସ୍, ହସୁବ୍ତି ମାଜ଼ି ସମରିୟା, ହେ ହସୁବ୍ ଅସ୍ରିକାମ୍ତି ମାଜ଼ି, ଅସ୍ରିକାମ୍ ହସବିୟତି ମାଜ଼ି, ହସବିୟ ବୁନ୍ନିତି ମାଜ଼ି;
16 ଆରେ, ଲେବିୟ-ମୁଡ଼୍ଦାକାର୍ ବିତ୍ରେତାଂ ସବତୟ ଆରି ଜସାବଦ୍ ପର୍ମେସ୍ୱର୍ତି ଇଲ୍ନି ବାର୍ତି କାମାୟ୍ନି ମୁଣିକା ମାଚାନ୍;
17 ଆରେ, ଆସପତି ଲାତ୍ରାଉବ୍ଜାଣ୍ ସବ୍ଦିତି ନାତି ମିକାତି ମାଜ଼ି ମତନିୟ ପାର୍ତାନା ୱେଡ଼ାଲିଂ ୱାରି ଆରମ୍ କିନିତ ମୁଡ଼୍ ମାଚାନ୍ ଆରି ତା ଟଣ୍ଡାର୍ ବିତ୍ରେତାଂ ବକ୍ବୁକିୟ ଜେତାକାନ୍ ମାଚାନ୍; ଆରେ, ଜିଦୁତୁନ ଲାତ୍ରାଉବ୍ଜାଣ୍ ଗାଲଲତି ନାତି ସମ୍ମୁୟତି ମାଜ଼ି ଅବ୍ଦ ।
18 ପୁଇପୁୟା ଗାଡ଼୍ନି ଜିରୁସାଲମ୍ତ ଲେବିୟର୍ ସବୁପା ଦୁଇ ସହ ଅସେ ଚାରି ଜାଣ୍ ମାଚାର୍ ।
19 ଆରେ, ଦୁୱେର୍ପାଲ୍ ଅକ୍କୁବ୍, ଟଲ୍ମନ ଆରି ଗାଡ଼୍ନି-ଦୁୱେର୍ ଲାଗାଂ କାନାକାର୍ ହେୱାର୍ତି ଟଣ୍ଡାର୍ ଏକ୍ ସ ସତୁରି ଦୁଇ ଜାଣ୍ ମାଚାର୍ ।
20 ଆରେ, ଇସ୍ରାଏଲ୍ନି, ମାପ୍ରୁହେବାକିନାକାର୍ତି, ଲେବିୟର୍ତି ବାକି ମାନାୟାର୍ ଜିହୁଦାନି ୱିଜ଼ାର୍ ଗାଡ଼୍ଦ ୱିଜ଼ାର୍ ଜାର୍ ଜାର୍ ଦନ୍ତ ଆଦିକାର୍ ମାଚାର୍ । 21 ମନ୍ଦିର୍ତ ହେବା କିଜ଼ିମାନି ମାନାୟାର୍ ଜିରୁସାଲମ୍ ଓପଲତ ବାହା କିତାର୍; ଆରେ, ସିହ ଆରି ଗିସ୍ପ ହେବାକାରିର୍ ମୁଣିକା ମାଚାନ୍ ।
22 ଆସପ-ଲାତ୍ରାନି କେର୍ନାକାର୍ତି ବିତ୍ରେତାଂ ମିକାତି ବୁଡା ନାତି, ମତନିୟତି ନାତି, ହସବିୟତି ନାତି, ବାନିତି ମାଜ଼ି ଉସି ଜିରୁସାଲମ୍ତ ଲେବିୟର୍ତି ମୁଣିକା ମାଚାନ୍, ହେୱାନ୍ ପା ପର୍ମେସ୍ୱର୍ତି ଇଲ୍ କାମାୟ୍ତ ହାର୍କିଜ଼ି ହୁଡ଼୍ତାନ୍ । 23 ଇନେକିଦେଂକି ହେୱାର୍ତି ବିସ୍ରେ ରାଜାତି ବଲ୍ ମାଚାତ୍ ଆରି ସବୁ ନାଜିଂନି ବାଟାଇସାବ୍ରେ କେର୍ନାକାରିଂ ବୁତି ହିତାର୍ । 24 ଆରେ, ଜିହୁଦାତି ମାଜ଼ି ସେରହତି ଲାତ୍ରାଉବ୍ଜାଣ୍ ମସେସବେଲତି ମାଜ଼ି ପତାହିୟ ମାନାୟାର୍ତି ୱିଜ଼ୁ କାମାୟ୍ ବିସ୍ରେ ରାଜା ଲାଗାଂ ମାଚାନ୍ ।
25 ଆରେ, ଜିହୁଦାନି ମାଜ଼ିର୍ ବିତ୍ରେତାଂ କେତେକ୍ ବିନ୍ବିନ୍ ନାସ୍ନିକାର୍ ଆରି ହେବେନି ବାଡ଼୍ଦ, ଇଚିସ୍ କିରିୟତ୍ ଅର୍ବ ଆରି ହେବେନି ଜପ୍ଣି ଗାଡ଼୍ଦ, ଦିବନ୍ ଆରି ହେବେନି ଜପ୍ଣି ଗାଡ଼୍ଦ, ଜିକବ୍ସେଲ ଆରି ହେବେନି ନାସ୍ତ; 26 ଆରେ ଜେସୁୟତ, ମଲାଦାତ ଆରି ବୈତପେଲଟ୍ତ; 27 ଆରେ ହତ୍ସର-ସୁୟାଲତ, ବେର୍ସେବା ଆରି ହେବେନି ହାରୁ ଗାଡ଼୍ଦ; 28 ଆରେ ସିକ୍କଗ୍ତ, ମକାନା ଆରି ହେବେନି ହାରୁ ଗାଡ଼୍ଦ; 29 ଆରେ ଐନ୍-ରିମ୍ମେଣତ, ସରାୟତ ଆରି ଜର୍ମୁତତ; 30 ସାନହ, ଅଦୁଲ୍ଲମ ଆରି ହେବେନି ନାସ୍ତ, ଲାକିସ୍ ଆରି ହେବେନି ବାଡ଼୍ଦ, ଅସେକା ଆରି ହେବେନି ହାରୁ ଗାଡ଼୍ଦ ବାହା କିତାର୍ । ଇ ଲାକେ ହେୱାର୍ ବେର୍ସେବାତାଂ ହାନୁନ୍ ଆଟାଡ଼୍ ପାତେକ୍ ଚାଉଣି କିତାର୍ । 31 ବିନ୍ୟାମିନ୍-ମାଜ଼ିର୍ ପା ଗେବାତାଂ ଆଗେ, ମିକ୍ମସ୍ ଆରି ଅୟାତ, ବୈତେଲ୍ ଆରି ହେବେନି ଜପ୍ଣି ଗାଡ଼୍ଦ; 32 ଅନାତତ, ନବ ଆରି ଅନନିୟାତ; 33 ହାତ୍ସର୍, ରାମା, ଗିତୟିମତ; 34 ହାଦିଦ୍, ସବୟିମ, ନବଲ୍ଲାଟତ; 35 ଲଦ୍ ଆରି ଓନ, ବାଡାୟାର୍ ଆଟାଡ଼୍ତ ବାହା କିତାର୍ । 36 ଆରେ, ଜିହୁଦା ଲାହାଂ ବିନ୍ବିନ୍ ପାଲିଆସ୍ତିମାନି କେତେକ୍ ଲେବିୟ ଲକ୍ ବିନ୍ୟାମିନ୍ ଲାହାଂ ମେହାତାର୍ ।