1 ଟାଁପ୍ଇଡ଼୍ନାକା ତର୍ ଇଦାଂ, ଇଚିସ୍ ହକଲିୟତି ମାଜ଼ି ନିହିମିୟା ସାସନ୍କାରିୟା ଆରି ସିଦିକିୟ; 2 ସରାୟ, ଅସରିୟ, ଜିରିମିୟ; 3 ପସୁହୁର, ଅମରିୟ, ମଲକିୟ; 4 ହଟୁସ୍, ସବନିୟ, ମଲ୍ଲୁକ୍; 5 ହାରିମ୍ ମରେମତ୍, ଓବଦିୟ; 6 ଦାନିୟେଲ୍, ଗିନ୍ନତନ୍, ବାରକ୍; 7 ମସୁଲ୍ଲମ୍, ଅବିୟ, ମିୟାମିନ୍ । 8 ମାସିୟ, ବିଲ୍ଗୟ, ସମୟିୟ; ଇୱାର୍ ମାପ୍ରୁହେବାକିନାକାର୍ ମାଚାର୍ । 9 ଆରେ ଲେବିୟର୍, ଇଚିସ୍, ଅସନିୟତି ମାଜ଼ି ଜେସୁୟ; ହେନାଦଦତି ମାଜ଼ିର୍ ବିତ୍ରେତାଂ ବିନ୍ନୁୟି ଆରି କଦ୍ମିୟେଲ । 10 ଆରେ, ହେୱାର୍ତି ଟଣ୍ଡାର୍, ସବନିୟ, ହଦିୟ, କଲିଟ୍, ପଲାୟ, ହାନନ୍; 11 ମିକା, ରହବ, ହସବିୟ; 12 ସକ୍କୁର, ସେରେବିୟ, ସବନିୟ; 13 ହଦିୟ, ବାନି, ବନିନୁ । 14 ମାନାୟାର୍ତି ମୁଡ଼୍ଦାକାର୍, ଇଚିସ୍, ପରିୟସ, ପହତ୍ ମୟାବ, ଏଲମ୍; ସତୁର, ବାନି; 15 ବୁନ୍ନି, ଅସ୍ଗଦ୍, ବେବୟ; 16 ଅଦନିୟ, ବିଗ୍ବୟ, ଆଦିନ; 17 ଆଟର, ହିଜକିୟ, ଅସୁର୍; 18 ହଦିୟ, ହସୁମ, ବେତ୍ସୟ, 19 ହାରିପ୍, ଅନାତତ୍, ନବୟ; 20 ମଗ୍ପିୟସ୍, ମସୁଲ୍ଲମ୍, ହେସିର; 21 ମସେସବେଲ୍, ସାଦକ୍, ଜଦୁୟ; 22 ପଲାଟିୟ, ହାନନ୍, ଅନାୟ; 23 ହସେୟ, ହନାନିୟ, ହସୁବ୍; 24 ହଲହେସ୍, ପିଲହ, ସବେକ; 25 ରହୁମ୍, ହସବ୍ନା, ମାସେୟ, 26 ଆରେ, ଅହିୟ, ହାନନ୍, ଅନାନ୍; 27 ମଲ୍ଲୁକ୍, ହାରିମ୍, ବାନା ।
28 ଆରେ, ମାନାୟାର୍ତି ବାକିମାନି, ମାପ୍ରୁହେବାକିନାକାର୍, ଲେବିୟର୍, ଦୁୱେର୍କାନାକାର୍, କେର୍ନାକାର୍, ହେବା କିନାକାରିଂ, ଆରି ଜେ ୱିଜ଼ାର୍ ମାନାୟାର୍ ବିନ୍ବିନ୍ ଦେସ୍ନି କୁଟୁମ୍ମାର୍ତାଂ ମିଙ୍ଗେଙ୍ଗ୍ ବିନେ କିଜ଼ି ପର୍ମେସ୍ୱର୍ ବିଦିନି ପାକ୍ୟା ଆଜ଼ି ମାଚାର୍, ହେୱାର୍, ହେୱାର୍ତି ଡକ୍ରିକ୍, ହେୱାର୍ତି ମାଜ଼ିର୍ ଆରି ହେୱାର୍ତି ଗାଚ୍କୁ, ୱିଜ଼ାର୍ ଗିଆନିର୍ ଆରି ବୁଦିକାରିୟାର୍ ଲକୁ; 29 ହେୱାର୍ ଜାର୍ ଟଣ୍ଡାର୍, ଜାର୍ ଗାଜାକାନ୍ କାଜିଂ ଜେଲ୍ୟାଜ଼ି ପର୍ମେସ୍ୱର୍ତି ଆଡ଼ିୟା ମସାତି ହୁଦାଂ ହିତି ପର୍ମେସ୍ୱର୍ତି ବିଦି ଇସାବ୍ରେ ଚାଲାନି କାଜିଂ ଆରି ମା ମୁଣିକା ନିତ୍ରେମାପ୍ରୁତି ସବୁ ବଲ୍ ଆରି ସାସନ୍ ଆରି ବିଦି ମାନ୍ଦ୍ୟାନ୍ହିଜ଼ି ପାଲି କିନି କାଜିଂ ପାର୍ମାଣ୍ ଆରି ଜିଦ୍ କିତାନ୍; 30 ଆରେ ଇଚାର୍, ଆପେଙ୍ଗ୍ ବିନ୍ ଦେସ୍ନି ମାନାୟାରିଂ ଜାର୍ ଗାଚ୍କୁକାଂ ହିଉପ୍, ନଲେ ଜାର୍ ମାଜ଼ିର୍ କାଜିଂ ହେୱାର୍ତି ଗାଚ୍କୁକାଂ ଇଟୁପ୍; 31 ଆରେ, ଦେସ୍ନି ମାନାୟାର୍ ଜମ୍ନିବାର୍ନାଜିଂ ଇନାକାପା ଜିନିସ୍ କି କାଦି ପ୍ରତେଂ ତାତିସ୍, ଆପେଙ୍ଗ୍ ଜମ୍ନିନାଜିଂ କି ବିନ୍ ଇନାୱାଡ଼ାଙ୍ଗ୍ ପୁଇପୁୟା ନାଜିଂ ହେୱାର୍ତାଂ ହେଦାଂ କଡ଼ୁପ୍; ଆରେ, ସବୁ ସାତ୍ ବାର୍ହୁ ଆପେଙ୍ଗ୍ ଚାସ୍ କିଉପ୍ ସବୁବାନି ରିଣ୍ ରୁଣ୍ଡାୟ୍ କିଦେଂ ପିହ୍ନାପ୍ । 32 ଆରେ, ଆପେଙ୍ଗ୍ ଜାର୍ତି ପର୍ମେସ୍ୱର୍ତି ହେବାକାମାୟ୍ କାଜିଂ, 33 ଇଚିସ୍ ଦର୍ସନିୟ ରୁଟିନି ଆରି ଦିନ୍କେନି ତିନାକା ଆକାତ୍ ଆରି ଦିନ୍କେ କାଟ୍ପୁଜାନି, ଜମ୍ନିବାର୍ନି, ଉୱାଁସ୍ନି ହମାନ୍ ପାର୍ବୁଦିନ୍ ଆରି ପୁଇପୁୟା ଜିନିସ୍ନି ଆରି ଇସ୍ରାଏଲ୍ନି ପାର୍ମାଣ୍ନି ପାପ୍ପୁଜା ଆରି ମା ପର୍ମେସ୍ୱର୍ତି ଇଲ୍ନି ସବୁ କାମାୟ୍ କାଜିଂ ପାତି ବାର୍ହୁ ର ର ଏକ୍ରାନି ତିନିବାଗ୍ ଦାନ୍ କିନି ବଜ୍ ନିଜ୍ଇଚା ଜପି ଅନାକା ବିଚାର୍ କିତାପ୍ ।
34 ଆରେ, ବିଦିନି ଲେକାଇସାବ୍ରେ ନିତ୍ରେମାପ୍ରୁ ମା ପର୍ମେସ୍ୱର୍ ଗାର୍ଣିବେଦି ଜପି ନାଣି ଆହିକିନି କାଜିଂ ମା ଆକର୍ଦାଦିର୍ ଇସାବ୍ରେ ବାର୍ହୁତିଂ ବାର୍ହୁ ସମାନ୍ ସମୁତ ମା ପର୍ମେସ୍ୱର୍ତି ଇଞ୍ଜ ୱେଜ଼୍ଗୁ ତାନି କାଜିଂ ଆସେଙ୍ଗ୍, ଇଚିସ୍ ମାପ୍ରୁହେବାକିନାକାର୍, ଲେବିୟର୍ ଆରି ମାନାୟାର୍ ୱେଜ଼୍ଗୁ ଦାନ୍ ବିସ୍ରେ କେଡ଼୍ପୁଟାୟ୍ କିତାପ୍ ।
35 ଆରେ, ମା ବୁଇଁନି ପର୍ତୁମ୍ ଉବ୍ଜାତି ତାସ୍ ଆରି ସବୁବାନି ମାର୍କୁନି ପର୍ତୁମ୍ ଉବ୍ଜାତି ପାଡ଼୍ ବାର୍ହୁତିଂ ବାର୍ହୁ ନିତ୍ରେମାପ୍ରୁତି ପାର୍ତାନା ଇଞ୍ଜ ତାନି କାଜିଂ,
36 ପା ବିଦିନି ଲେକାଇସାବ୍ରେ ମା ମାଜ଼ିର୍ତି ଆରି ପସୁକ୍ତି ପର୍ତୁମ୍ ଉବ୍ଜାତି ଆରି ମା କଡିମାନ୍ଦା ଆରି ମେଣ୍ଡାମାନ୍ଦାନି ପର୍ତୁମ୍ଉବ୍ଜାତିକାଂ ମା ପର୍ମେସ୍ୱର୍ତି ପାର୍ତାନା ଇଞ୍ଜ, ମା ପର୍ମେସ୍ୱର୍ତି ଇଞ୍ଜ ହେବାକିନାକାର୍ ମାପ୍ରୁହେବାକିନାକାର୍ ଲାଗାଂ ତାନି କାଜିଂ, 37 ଆରେ, ମା ଚାଟ୍କାୟ୍କିତି ମଇଦାନି ପର୍ତୁମ୍ନି ଆରି ମା ଉତଲନିୟ ଇନାମ୍ ଆରି ସବୁବାନି ମାର୍ନି ପାଡ଼୍, ଅଙ୍ଗୁର୍ରାସ୍ ଆରି ଚିକାଣ୍ ମାପ୍ରୁହେବାକିନାକାର୍ତି ଲାଗାଂ ମା ପର୍ମେସ୍ୱର୍ ଇଲ୍ନି ବାକ୍ରାତ ତାନି କାଜିଂ, ଆରେ ବୁଇଁତ ଉବ୍ଜାତି ଜିନିସ୍ନି ଦସ୍ମାସ୍ ଲେବିୟର୍ତି ଲାଗାଂ ତାନି କାଜିଂ ତିର୍ କିତାପ୍; ଇନେକିଦେଂକି ହେ ଲେବିୟର୍ ମା ସବୁ କାମାୟ୍ ଗାଡ଼୍ଦ ଦସ୍ ବାଗ୍ତାଂ ର ବାଗ୍ ରୁଣ୍ଡାୟ୍ କିନାର୍ । 38 ମତର୍ ଲେବିୟର୍ ଦସ୍ ବାଗ୍ତାଂ ର ବାଗ୍ ରୁଣ୍ଡାୟ୍ କିନି ସମୁତ ହାରଣତି ମାଜ଼ି-ମାପ୍ରୁହେବାକିନାକାନ୍ ଲେବିୟର୍ ଲାହାଂ ମାନାନ୍; ଆରେ, ଲେବିୟର୍ ପର୍ମେସ୍ୱର୍ତି ଇଲ୍ ଲାଗେ ତାସ୍ ବାକ୍ରାତ ଦସ୍ ବାଗ୍ତାଂ ର ବାଗ୍ ତାନାର୍ । 39 ଇନେକିଦେଂକି ପୁଇପୁୟା ବାହାନି ବାହାସବୁ ଆରି ଚାଲାୟ୍କିନି ମାପ୍ରୁହେବାକିନାକାର୍, ଆରେ ଦୁୱେର୍ପାଲ କେର୍ନାକାର୍ ଇମ୍ଣି ସବୁ ବାକ୍ରାତ ମାନାର୍, ହେବେ ଇସ୍ରାଏଲ୍ ମାଜ଼ିର୍ ଆରି ଲେବିୟ ମାଜ଼ିର୍ ତାସ୍ନି, ଅଙ୍ଗୁର୍ରାସ୍ ଆରି ଚିକାଣ୍ ଇନାମ୍ ତାନାର୍; ଆରେ, ଆସେଙ୍ଗ୍ ଜାର୍ତି ପର୍ମେସ୍ୱର୍ତି ପାର୍ତାନା ଇଲ୍ ପିହୁପ୍ ।