ବାଦ୍ଲାନି ଜିବୁନ୍
1 କ୍ରିସ୍ଟତି ଗାଗାଡ଼୍ତ ଦୁକ୍ବଗ୍ କିତିଲେ ଏପେଙ୍ଗ୍ ପା ହେ ଲାକେ ମାନ୍ ଆଜ଼ି ଜାର୍ତିଂ ରଚାଟ୍, ଇନେକିଦେଂକି ଇନେନ୍ କ୍ରିସ୍ଟତି କାଜିଂ ଗାଗାଡ଼୍ତ ଦୁକ୍ବଗ୍ କିତାନ୍ନା, ହେୱାନ୍ ପାପ୍ତାଂ ଦେହା ଆତାନ୍ନା, 2 ଇନେସ୍ ଏପେଙ୍ଗ୍ ଜଗତ୍ନି ଜିବୁନ୍ ବାକି କାଡ଼୍ ମାନାୟ୍ତିଂ ବାନ୍ୟାଆହା ଇସାପ୍ରେ କାୱାଦାଂ ଇସ୍ୱର୍ତି ଇଚା ଇସାପ୍ରେ କାଡୁ । 3 ଲାଗିଂ ପାର୍ତିକିୱି ଜିହୁଦିର୍ତି ଇଚା ଇସାପ୍ରେ କାମାୟ୍ କିଜ଼ି ଏପେଙ୍ଗ୍ ଏଚେ କାଡ଼୍ ବାନ୍ୟାକାମାୟ୍, ବାନ୍ୟା ଆହା, କାଲିଂଗହ୍ନାକା, ରଙ୍ଗ୍ରାସିକା, ହଜ୍ଜି ଆରି ଗିଣ୍ ପୁତ୍ଡ଼ା ପୁଜା କିଜ଼ି ମାଚାଦେର୍, ହେଦାଂ ଲଡ଼ା; 4 ଏପେଙ୍ଗ୍ ନଂ ହେ ଲାକେ ଚିମ୍ରାଆୱାଦାଂ କାମାୟ୍ତ ହେୱାର୍ ଲାହାଙ୍ଗ୍ ମାନ୍ୱାଦାଂ ହେୱାର୍ କାବା ଆଜ଼ି ମିଙ୍ଗେଙ୍ଗ୍ ନିନ୍ଦା ହିତ୍ତାର୍ଣ୍ଣା । 5 ମାତର୍ ଇମ୍ଣି ଇସ୍ୱର୍ ଜିତାକାନ୍ ଆରି ହାତି ଲଗାରିଂ ବିଚାର୍ କିନାନ୍, ହେୱାନ୍ତି ମୁମ୍ଦ ହେୱାର୍ତି ଇସାବ୍ ହିଦେଂ ଆନାତ୍ ।