11 ଲାଗିଂ, ମାପ୍ରୁ ବିସ୍ରେନି ପାଣ୍ଡ୍ରାନାକା ପୁଚିଲେ ଆପ୍ ମାନାୟାରିଂ ପୁସ୍ରାଇ କିନାସା, ମତର୍ ଆପ୍ ଇସ୍ୱର୍ତି ମୁମ୍ଦ ହତାକାପ୍, ଆରି ମି ଚିନ୍ତା ସାକ୍ତି ଲାଗାଂପା ଜେ ହତାପ୍ନା ଇଦାଂ ଆନ୍ ଆହା କିନାଙ୍ଗ୍ । 12 ଆପ୍ ଆରେ ରଗ ମି ଲାଗାଂ ଜିବୁନ୍ ଦୁକ୍କିନାକା କିଉପା, ମତର୍ ଇମ୍ଣାକାର୍ ୱାସ୍କିତାଂ ବିସ୍ରେନି ଗରବ୍ କିୱାଦାଂ, ବାର୍ତି ବିସ୍ରେ ଗରବ୍ କିତାର୍, ହେୱାରିଂ ଇନେସ୍ ଉତର୍ ହିଦେଂ ଆଡ୍ନାଦେର୍, ଇଦାଂ କାଜିଂ ମା ପାକ୍ୟାତ ଗରବ୍ କିନି କାଜିଂ ମିଙ୍ଗେଙ୍ଗ୍ ସୁବିଦା ହିଦ୍ନାପା । 13 ଲାଗିଂ ଜଦି ଆପ୍ ବୁଦିହିଲ୍ୱାକାପ୍, ହେଦାଂ ଇସ୍ୱର୍ତି କାଜିଂ; ନଲେ ଜଦି ହାର୍ଦି ଗିଆନିର୍, ହେଦାଂ ମି କାଜିଂ । 14 ଇନାକିଦେଂକି କ୍ରିସ୍ଟତି ଜିଉନନାକା ମାଙ୍ଗେଙ୍ଗ୍ ଲାତ୍ରାତ ଇଡ଼୍ଜି ଚଲାୟ୍କିଦ୍ନାନା, ଲାଗିଂ ଆପ୍ ଇ ବିଚାର୍ କିତାପ୍ନ୍ନା ଜେ ରୱାନ୍ ୱିଜ଼ାରିଂ କାଜିଂ ହାନି ବଗ୍ ଜିସୁ ମାଚିଲେ ୱିଜ଼ାର୍ ହାତାର୍; 15 ଆରେ ହେୱାନ୍ ୱିଜ଼ାର୍ କାଜିଂ ହାକି ବଗ୍ କିତାନ୍, ଇନେସ୍ ଇମ୍ଣାକାର୍ ଜିତାକାର୍, ହେୱାର୍ ଆରେ ଜାର୍ ଜାର୍ କାଜିଂ ଜିବୁନ୍ ଜିଉଣା କିୱାଦାଂ ଇଚିସ୍ ଜେ ହେୱାର୍ କାଜିଂ ହାକି ବଗ୍ କିତାର୍ ଆରେ ନିଙ୍ଗ୍ତାନ୍, ତା କାଜିଂ ଜିବୁନ୍ ଜିଉଣା କିତାର୍ ।
16 ଲାଗିଂ ନେଜେଙ୍ଗ୍ତାଂ ଆପ୍ ଗାଗାଡ଼୍ ଇସାବେ ଇନେରିଂ ବିଚାର୍ କିଉପା, ଆତିସ୍ପା କ୍ରିସ୍ଟତିଂ ଗାଗାଡ଼୍ ଇସାବେ ଆପ୍ ବିଚାର୍ କିନାପା, ଆତିସ୍ପା ନଙ୍ଗ୍ ଆରେ ତାଙ୍ଗେଙ୍ଗ୍ ହେ ଲାକେ ବିଚାର୍ କିଉପା । 17 ଲାଗିଂ ଜଦି ଇନେର୍ କ୍ରିସ୍ଟତାକେ ମାନାନ୍, ୱାଟିଙ୍ଗ୍ ହେୱାନ୍ ପୁନି ଉବ୍ଜାଣ୍ ଆତାନ୍ନା; ଲାମା ବିସ୍ରେ ସବୁ ବୁଡା ଆତାତ୍ନ୍ନା, ହୁଡ଼ାଟ୍, ପୁନି ବିସ୍ରେ ସବୁ ଆତାତ୍ନ୍ନା । 18 ମତର୍ ୱିଜ଼ୁ ବିସ୍ରେ ଇସ୍ୱର୍ତାଂ ଆତାତ୍ନ୍ନା; ହେୱାନ୍ କ୍ରିସ୍ଟତି ହୁକେ ଜାର୍ ଲାହାଙ୍ଗ୍ ମାଙ୍ଗେଙ୍ଗ୍ ମେହାୟ୍ କିତ୍ତାନ୍ନା ଆରି ହେ ସୁସ୍ତାନି ହେବା ପାଦ୍ ମାଙ୍ଗ୍ ହିତ୍ତାନ୍ନା । 19 ହେ ସୁସ୍ତାନି ବଚନ୍ ଆନାତା, ଇସ୍ୱର୍ କ୍ରିସ୍ଟତି ହୁକେ ପୁର୍ତିନି ମାନାୟାର୍ ଜାତିତିଂ ତା ଲାହାଂ ଆରେ ମେହାୟ୍ କିଦେଙ୍ଗ୍ ବିଦି ହିତାର୍ଣ୍ଣା । ତା ବିରୁଦ୍ତ ହେୱାର୍ତି ପାପ୍ ସବୁ ହେୱାନ୍ ଆରେ ତା ହିସାବ୍ରେ ଇନ୍ୱାତାନ୍ନା । ଆରେ ଇ ଆରେ ମେହାୟ୍ତ କାତା ସୁଣାୟ୍ କିନି ଦାୟିତ୍ ମା ଜପି ହେଲାୟ୍ କିତ୍ତାନ୍ନା ।
20 ଲାଗିଂ ଇସ୍ୱର୍ ମା ହୁଦାଂ କୁକ୍ଚି ମାଚିଲେ ଆପ୍ କ୍ରିସ୍ଟତି ପାକ୍ୟାତ ରାଜ୍ଦୁତ୍ନି କାମାୟ୍ କିନାପା; କ୍ରିସ୍ଟତି ପାକ୍ୟାତ ତାଙ୍ଗ୍ ଆପ୍ ଗୱାରି କିଦ୍ନାପା, ଏପେଙ୍ଗ୍ ଇସ୍ୱର୍ ଲାହାଂ ମେହାଆଡୁ । 21 ଇନାକାନ୍ତାକେ ପାପ୍ ଇନାକାପା ହିଲ୍ୱାତାତ୍ ତାଙ୍ଗେଙ୍ଗ୍ ହେୱାନ୍ ମା କାଜିଂ ପାପ୍ ଲାକେ କିତାନ୍ ଇନେସ୍ ଆପ୍ ତାହୁଦାଂ ଇସ୍ୱର୍ତି ଦାର୍ମିଲାକେ ଆନାସ୍ ।