1 ଆରେ, ମାଦିୟ ଦାରିୟାବସ୍ନି ଆଦିକାର୍ନି ପର୍ତୁମ୍ ବାର୍ହୁତ ଆପ୍ ହେୱାନିଂ ସୁସ୍ତା ଆରି ବାଡ଼୍କାସ୍ କିନି କାଜିଂ ନିଲ୍ତାପ୍ । 2 ନଂ ଆପ୍ ନିଂ ହାତ୍ପା କାତା ୱେଚ୍ଚାନାପ୍ । ହୁଡ଼ା, ପାରସ୍ୟତ ଆରେ ତିନ୍ ରାଜା ଉପ୍ଜା ଆନାର୍ ଆରି ଚାର୍ ରାଜା ହେ ୱିଜ଼ାର୍ତାଂ ଆଦିକ୍ ମାଜାନ୍ ଆନାନ୍; ଆରେ, ହେୱାନ୍ ଜାର୍ ଦନ୍ତ ବାଡ଼୍କାସ୍ ଆତିସ୍ ଗ୍ରିସ୍ ରାଜା ବିରୁଦ୍ତ ୱିଜ଼ାରିଂ ଜିଦ୍ କିନାନ୍ ।
3 ପାଚେ ର ଆଡ୍ନି ରାଜା ଉପ୍ଜା ଆନାନ୍, ହେୱାନ୍ ଗାଜାରାଜ୍ତ ସାସନ୍ କିନାନ୍ ଆରି ମାନ୍ଇଚାନି ସାରି ଇସାବ୍ରେ କାମାୟ୍ କିନାନ୍ । 4 ଆରେ, ହେୱାନ୍ ଉପ୍ଜା ଆତିସ୍ ତା ରାଜି ଡ୍ରଂନାତ୍ ଆରି ଆକାସ୍ନି ଚାର୍ ଦିଗ୍ତ ବାଗ୍ ଆନାତ୍; ମତର୍ ତା ବଁସ୍ କାଜିଂ କିବା ତା କିନିଇସାବ୍ରେ ସାସନ୍ କାଜିଂ ଆଉତ୍; ଇନାକିଦେଂକି ହେୱାର୍ତି କାଜିଂ ଆକାୟ୍, ମତର୍ ବିନ୍ନିକାର୍ତି କାଜିଂ ତା ରାଜି ନିକ୍ୟା ଆନାତ୍ ।
5 ଆରେ, ଦିଗିନି ଦେସ୍ତ ରାଜା ସାକ୍ତିକାଟାକାନ୍ ଆନାନ୍ ମାତର୍ ତା ଆଦିପତିର୍ତି ବିତ୍ରେତାଂ ରୱାନ୍ ହେୱାନ୍ତାଂ ଆଦିକ୍ ବାଡ଼୍କାସ୍ ଆଜ଼ି ରାଜ୍ ପାୟା ଆନାନ୍, ତା ରାଜି ର ଗାଜା ରାଜି ଆନାତ୍ । 6 ମତର୍ କେତେକ୍ ବାର୍ହୁନି ପାଚେ ହେୱାର୍ ହାରି ମେହା ଆନାର୍ ଆରି ମିସର୍ ଦେସ୍ନିକା ରାଜା ଗାଡ଼୍ହି କାବୁଲ୍ କିଜ଼଼ି; ଉତର୍ ଦେସ୍ନି ରାଜା ଲାଗାଂ ୱାନାତ୍; ମତର୍ ଗାଚ୍କୁ ନିଜ୍ ମାରା ବାଡ଼୍କାସ୍ ରକ୍ୟା କିଉତ୍; ସିରିୟା ରାଜା ଆରି ତା ମାରା ତାୟି ଆଉତ୍; ମତର୍ ହେ ଗାଚ୍କୁ ଆରି ଇମ୍ଣାକାର୍ ତାଂ ତାହିୱାର୍ ଆରି ଇନେନ୍ ତାଂ ଜଲମ୍ କିତାନ୍, ଆରେ ହେ ୱେଡ଼ାଲିଂ ଇନେନ୍ ତାଂ ବାପୁ ହିତାନ୍, ୱିଜ଼ାର୍ ହେଲାୟ୍ ଆନାର୍ । 7 ମତର୍ ଗାଚ୍କୁନି ଦଲ୍ନି ର ଗିଲ୍ନିତାଂ ରୱାନ୍ ଜାର୍ବାହାତ ଉପ୍ଜା ଆନାନ୍, ହେୱାନ୍ ମେଲ୍ୟାକୁଦାତିଂ ୱାଜ଼ି ସିରିୟା ଦେସ୍ନିକା ରାଜାନି ଗାଡ଼୍ଦ ହଣାନ୍ ଆରି ହେୱାର୍ତି ବିନ୍ପାକ୍ୟା ବେବାର୍ କିଜ଼ି ଜିଣା ଆନାନ୍ । 8 ଆରେ, ହେୱାନ୍ ହେୱାରିଂ ୱାକ୍ତି ପୁତ୍ଡ଼ା ଲାହାଂ ହେୱାର୍ ତିନିଗଟା ପେନ୍କୁକାଂ ବନ୍ଦି କିଜ଼ି ରୁପା ଆରି ହନାନି ହାର୍ଦିକିଂ ବାହା ଲାହାଂ ମିସର୍ତ ଅନାନ୍ ଆରି ହେୱାନ୍ କେତେକ୍ ବାର୍ହୁ ପାତେକ୍ ସିରିୟା ଦେସ୍ନିକା ରାଜାତାଂ ବିରୁଦ୍ ଆନାତ୍ । 9 ଆରେ, ହେୱାନ୍ ମିସର୍ ଦେସ୍ନି ରାଜା ରାଜିତିଂ ୱାନାନ୍, ମତର୍ ଜାର୍ ଦେସ୍ତ ହେୱାନ୍ ମାସ୍ଦି ହାନାନ୍ ।
10 ଆରେ, ତା ମାଜ଼ିର୍ ଜୁଜ୍ କିନାର୍ ଆରି ଗାଜା-ମେଲ୍ୟା ଲଗାଂ ରୁଣ୍ଡାୟ୍ କିନାର୍, ହେୱାର୍ ୱାଜ଼ି ପୁର୍ ଲାକେ ଡ଼ିଜ଼ି ବଡ଼ାଜ଼ି ତାଂଜି ହାନାର୍; ଆରେ, ହେୱାର୍ ମାସ୍ଦି ତା ଗାଡ଼୍ ପାତେକ୍ ଜୁଜ୍ କିନାର୍ । 11 ପାଚେ ମିସର୍ ଦେସ୍ନି ରାଜା ରିସା ଆଜ଼ି ସିରିୟା ଦେସ୍ନିକାନ୍ ରାଜାତି ବିରୁଦ୍ତ ଜୁଜ୍ କିନାନ୍; ପାଚେ ହେୱାନ୍ ମିସର୍ ଦେସ୍ନିକାନ୍ ରାଜା ଗାଜା ଲକୁକାଂ ରୁଣ୍ଡାୟ୍ କିନାନ୍, ମତର୍ ହେ ଲକୁ ତା ମିସର୍ ଦେସ୍ନି ରାଜାତି କେଇଦ ହେଲାୟ୍ ଆନାନ୍ । 12 ଆରେ, ହେ ଲକୁ ନିଂତାଋ, ତା ମାନ୍ ଗାର୍ବି ଆନାତ୍ ଆରି ହେୱାନ୍ ଲାକେ ଲାକେ ଲଗାଂ ନିପାତ୍ କିନାନ୍; ଆତିସ୍ପା ହେୱାନ୍ ଜିଣା ଆଉନ୍ ।
13 ଆରେ ସିରିୟା ଦେସ୍ନି ରାଜା ମାସ୍ଦି ଆଗେତାଂ ର ଗାଜା ଲକୁ ରୁଣ୍ଡାୟ୍ କିନାନ୍; ଆରେ ହେୱାନ୍, କାଡ଼୍ନି ଇଚିସ୍, ବାର୍ହୁନି ହାରିହାରାତ ଗାଜାମେଲ୍ୟା ଆରି ଲେକାୱି ଜିନିସିଂ ଆସ୍ସି ୱାନାନ୍ 14 ଆରେ, ହେ ସମୁତ ବେସି ଲଗୁ ମିସର୍ ଦେସ୍ନି ରାଜା ବିରୁଦ୍ତ ନିଂନାର୍; ପା ମି ଲକୁ ବିତ୍ରେ ହିନସ୍ତାକିନାକାର୍ନି ହିମ୍ଣାଂ ଇ ଦର୍ସନ୍ ପୁରାକିନି କାଜିଂ ଜାର୍ତିଂ ଉନତ୍ କିନାର୍; ମତର୍ ହେୱାର୍ ଆରା ଆନାର୍ । 15 ଇଲାକେ ସିରିୟା ଦେସ୍ନି ରାଜା ୱାନାନ୍ ଆରି ଗାଡ଼୍ବନ୍ଦି କିଜ଼ି ହାର୍ଆଟ୍ୱା ଗାଡ଼୍ କେଇ କିନାନ୍; ପାଚେ ମିସର୍ ଦେସ୍ନି ହାଂକିନାକାର୍ ଆରି ବାଚିକିଆତି ଲକୁ ଉଲ୍ଟିବାଦା ହିଦେଂ ଆଡୁର୍; କିବା ଉଲ୍ଟିବାଦା କିନି କାଜିଂ ଇମ୍ଣାକାପା ସାକ୍ତି ମାନୁତ୍ । 16 ମତର୍ ଇନେର୍ ତା ବିରୁଦ୍ତ ୱାନାନ୍, ହେୱାନ୍ ଜାର୍ଇଚା ଇସାବ୍ରେ କାମାୟ୍ କିନାନ୍ ଆରି ତା ମୁମ୍ଦ ଇନେର୍ ନିଲୁର୍; ଆରେ, ହେୱାନ୍ ପାର୍ମାଣ୍ ଦେସ୍ତ ନିଲ୍ନାନ୍ ଆରି ତା କେଇଦ ନାସ୍ ମାନ୍ଗାନାତ୍ ।
17 ଆରେ, ହେୱାନ୍ ଜାର୍ ସବୁ ରାଜିନି ବାପୁ ଲାହାଂ ୱାନି କାଜିଂ ଜାର୍ ତିର୍ କିନାନ୍ ଆରି ହୁଦାର୍ ଲକୁ ତା ଲାହାଂ ୱାନାର୍; ହେୱାନ୍ ଜାର୍ ଇଚା ଇସାବ୍ରେ କାମାୟ୍ କିନାନ୍; ହେୱାନ୍ ନସ୍ଟ କିନି କାଜିଂ କଗ୍ଲେକ୍ତି ଗାଚ୍କୁ ତାଂ ହିନିକ୍; ମତର୍ ଗାଡ଼୍ ତିର୍ ମାନୁତ୍, କିବା ତା କାଜିଂ ଆଉତ୍ । 18 ଇଦାଂପାଚେ ହେୱାନ୍ ଏସ୍କୁପ୍ଲିନି ବିରୁଦ୍ତ ହାଲ୍ଜି ଅଦେକ୍ତିଂ କେଇ କିନାନ୍; ମତର୍ ରୱାନ୍ ଆଦିକାରି ତା କିତି ଅପ୍ମାନ୍ ଟେବାୟ୍ କିୟ୍କିନାନ୍; ଆରେ, ହେୱାନ୍ ତା ଅପ୍ମାନ୍ ତା ଜପି ଲାଦିକିନାନ୍ । 19 ପାଚେ ହେୱାନ୍ ଜାର୍ ଦେସ୍ନି ଗାଜା ଡାଣ୍ଡ୍ କାତି ନିପ ମାଜ଼୍ନାନ୍; ମତର୍ ହେୱାନ୍ ଅସ୍ତି ଆରାନାନ୍; ଆରେ, ଚଞ୍ଜୁନ୍ନ୍ଦେ । 20 ଇଦାଂପାଚେ ଇମ୍ଣାକାନ୍ ତା ପାଦ୍ ପାୟାନାନ୍, ହେୱାନ୍ ରାଜିନି ହଲ୍ନି ବାହାନି ବିତ୍ରେ ହିଜ଼ି ହାନି କାଜିଂ ରୱାନ୍ ହିସ୍ତୁ ଏନ୍ନି ଆଦିକାରିଂ ପକ୍ନାନ୍; ମତର୍ ଅଲପ୍ ଦିନ୍ ବିତ୍ରେ ହେୱାନ୍ ନାସ୍ ଆନାନ୍, ମତର୍ ରିସାତ ଆକାୟ୍, କିବା ଜୁଜ୍ତ ଆକାୟ୍ ।
21 ଆରେ, ଇନେରିଂ ହେୱାର୍ ରାଜାନି ସମାନ୍ ହିୱାଦାଂ ମାଚାର୍, ଏଲେଂ ରୱାନ୍ ପଲ୍ୟା ଲଗୁ ତା ପାଦ୍ ପାୟା ଆନାନ୍; ମତର୍ ହେୱାନ୍ ବାବିକିୱି ସମୁତ ୱାନାନ୍ ଆରି ଚିକ୍ଣ୍ୟାକାତା ହୁଦାଂ ରାଜି ପାୟାନାନ୍ । 22 ଆରେ, ବଡ଼ାନିଲାକେ ମେଲ୍ୟାକୁଦା ହୁଦାଂ ହେୱାର୍ ତା ମୁମ୍ଦାଂ ବଡ଼ାନାର୍ ଆରି ନସ୍ଟ ଆନାର୍; ଆଁ, ନିୟମ୍ନି ମୁଣିକା ପା ନସ୍ଟ ଆନାନ୍ । 23 ଆରେ, ତା ଲାହାଂ ଗଜା ତିର୍ କିୟାତାତ୍ ପାଚେ ହେୱାନ୍ ଚକ୍ଲି କିଜ଼ି କାମାୟ୍ କିନାନ୍; ଇନାକିଦେଂକି ହେୱାନ୍ ୱାଜ଼ି ଅଲପ୍ କୁଟୁମ୍ ହୁଦାଂ ବାପୁ ଆନାନ୍ । 24 ହେୱାନ୍ ବାବିକିୱି ସମୁତ ଦେସ୍ନି ବେସିହାର୍ ବାହାତ ହଣାନ୍ ଆରି ତା ଲାତ୍ରାହି ଆରି ବୁଡାହିର୍ ଇନାକା କିୱାଦାଂ ମାଚାର୍, ହେଦାଂ ହେୱାନ୍ କିନାନ୍; ହେୱାନ୍ ହେୱାର୍ତି ବିତ୍ରେ ଚରିକିତି ଜିନିସ୍ ଆରି ବଲତ୍କାର୍ଅତି ଆଡ଼୍ମାଡ଼୍ ଆରି ଦନ୍ ଡ଼ିଉଜି ହିନାନ୍ ଆରି ଡାଟ୍ ଗାଡ଼୍ସବୁନି ବିରୁଦ୍ତ ହେୱାନ୍ ଅଲପ୍କାଡ଼୍ ହାତୁର୍ ହାନ୍ଦାୟ୍ କିନାନ୍ ।
25 ଆରେ, ହେୱାନ୍ ଗାଜାମେଲ୍ୟାକୁଦା ଲାହାଂ ଅଜ଼ି ମିସର୍ ଦେସ୍ନି ରାଜା ବିରୁଦ୍ତ ଜାର୍ ବାଡ଼୍କାସ୍ ଆରି ସାସ୍ କେଦି କିନାନ୍; ପାଚେ ମିସର୍ ଦେସ୍ନି ରାଜା ବେସି ଗାଜା ଆରି ବାପୁନିକାର୍ ମେଲ୍ୟା ଅଜ଼ି ତା ଲାହାଂ ଜୁଜ୍ କିନାନ୍; ମତର୍ ହେୱାନ୍ ତିର୍ ଆଜ଼ି ମାନୁନ୍; ଇନାକିଦେଂକି ହେୱାର୍ ତା ବିରୁଦ୍ତ ବାର୍ବିନ୍ ହାତୁର୍ ହାନ୍ଦାୟ୍ କିନାର୍ । 26 ଇମ୍ଣାକାର୍ ତା କାଦି ତିନାର୍, ହେୱାର୍ ତାଂ ନାସ୍ କିନାର୍, ଆରେ ତା ମେଲ୍ୟାକୁଦା ବଡ଼ାନାର୍ ଆରି ଆଦେକ୍ ହାଜ଼ି ହାନାର୍ । 27 ଆରେ, ଇ ରି ରାଜାନି ମାନ୍ ନସ୍ଟ କିଦେଂ ଜାତୁନ୍ ଆନାର୍ ଆରି ହେୱାର୍ ର ପାଟାତ କୁଚ୍ଚି ମିଚ୍ କାତା ଇନାର୍; ମତର୍ ହେଦାଂ ତା ପୁରା ଆଉତ୍; ଇନାକିଦେଂକି ହେଏଚେକାଡ଼୍ଦ ନେ ଡଣ୍ଡ୍ନି ତିର୍ କାଡ଼୍ନି କାସି ମାନାନ୍ । 28 ହେଏଚେକାଡ଼୍ଦ ହେୱାନ୍ ଆଦେକ୍ ସମ୍ପତି ଅଜ଼ି ଜାର୍ ଦେସ୍ତ ମାସ୍ଦି ହାନାନ୍ ଆରି ତା ମାନ୍ ପୁଇପୁୟା ନିୟମ୍ନି ପାତିପାଡ଼୍ ଆନାତ୍; ଆରେ, ହେୱାନ୍ ଜାର୍ମାନ୍ କାମାୟ୍ କିଜ଼ି ଜାର୍ ଦେସ୍ତ ମାସ୍ଦି ହାନାନ୍ ।
29 ତିର୍ କାଡ଼୍ଦ ହେୱାନ୍ ମାସ୍ଦି ମିସର୍ ଦେସ୍ତ ହଣାନ୍: ମତର୍ ଆଗେ କାଡ଼୍ଦ ଇନେସ୍ ଆଜ଼ି ମାଚାତ୍, ହାରିହାରା କାଡ଼୍ଦ ହେଲାକେ ଆଉନ୍ । 30 ଇନାକିଦେଂକି କିତିମନି ଜାଜ୍ସବୁ ତା ବିରୁଦ୍ତ ୱାନାତ୍, ଇଦାଂକାଜିଂ ହେୱାନ୍ ଦୁକ୍ ଆଜ଼ି ମାସ୍ଦି ହାନାନ୍ ଆରି ପୁଇପୁୟା ନିୟମ୍ନି ବିରୁଦ୍ତ ରିସା ଆଜ଼ି ଜାର୍ମାନ୍ କାମାୟ୍ କିନାନ୍; ହେୱାନ୍ ମାସ୍ଦି ହାନାନ୍ ଆରି ପୁଇପୁୟା ନିୟମ୍ ପିସ୍ତି ଲକୁର୍ତି କାଜିଂ ମାନ୍ଦିଆନ୍ କିନାନ୍ । 31 ଆରେ, ତା ପାକ୍ୟାନିକାନି ମେଲ୍ୟାର୍ ନିଂଜି ଦାରୁମ୍ ମନ୍ଦିର୍, ଇଚିସ୍, ଗାଡ଼୍ ବିଟାଡ଼୍ କିନାର୍ ଆରି ନିତ୍ରେ ଆକାତ୍ ଟେବାୟ୍ କିନାର୍, ଆରେ ନାସ୍ କିନାକାର୍ ଗିଣ୍ଜଗ୍ ଆଡ଼୍ମାଡ଼୍ ରଚ୍ନାର୍ । 32 ଆରେ, ଇମ୍ଣାକାର୍ ନିୟମ୍ନି ବିରୁଦ୍ତ ଦିଗାହାଣ୍ୟା କିନାର୍, ହେୱାର୍ ଚକ୍ଲିକାତା ହୁଦାଂ ହେୱାରିଂ ବିନ୍ହାଜ଼ିହାଲି କିୟ୍କିନାନ୍; ମତର୍ ଇମ୍ଣି ଲକୁ ଜାର୍ ପର୍ମେସ୍ୱର୍ତିଂ ପୁନାର୍, ହେୱାର୍ ବାଡ଼୍କାସ୍ ଆନାର୍ ଆରି ଗାଜା କାମାୟ୍ କିନାର୍ । 33 ଆରେ, ଲକୁ ବିତ୍ରେ ବୁଦିନି ଆଦେକ୍ତିଂ ଉପ୍ଦେସ୍ ହିନାର୍; ଆତିସ୍ପା ଆଦେକ୍ ଦିନ୍ ପାତେକ୍ ହେୱାର୍ କାଣ୍ଡାତ, ନାଣିଦୁଦ୍ୱାତ, ବନ୍ଦିଦସାତ ଆରି ମ୍ଡାନିତ ହାନାର୍ । 34 ଏଚେକାଡ଼୍ଦ ହେୱାର୍ କସ୍ଟ ଆନାର୍; ହେଏଚେକାଡ଼୍ଦ ହେୱାର୍ ଅଲପ୍ ଉପ୍କାର୍ ପାୟା ଆନାର୍; ମତର୍ ଆଦେକ୍ ଚକ୍ଲିକାତା ହୁଦାଂ ହେୱାର୍ତି ଲାହାଂ ମେହାନାର୍ । 35 ଆରେ, ହେୱାର୍ତି ବିତ୍ରେ ଗିୟାନିର୍ କେତେକ୍ ଉଜ଼୍ନାର୍ ହେୱାରିଂ ନିର୍ମଲ୍, ଅଜଡ଼୍ କିୟାନାତ୍ ଆରି ୱାଚି କିନି କାଜିଂ ଦସା ସମୁ ପାତେକ୍ ହାନାର୍; ଇନାକିଦେଂକି ହେଦାଂ ତିର୍ କାଡ଼୍ନି କାନାତ୍ ।
36 ଆରେ, ରାଜା ଜାର୍ ମାନ୍ନି ସାରି ଇସାବ୍ରେ କାମାୟ୍ କିନାନ୍ ଆରି ସବୁ ପେନ୍କୁ ବାଟା ଜାର୍ତିଂ ଗାଜା କିଜ଼ି ଗରବ୍ କିନାନ୍, ଆରେ ଇସ୍ୱର୍ନିକାର୍ନି ଇସ୍ୱର୍ତି ବିରୁଦ୍ତ କାବାନି କାତା ଇନାନ୍ ଆରି ରିସା ପୁରା ଆନି ପାତେକ୍ ମାଜାନ୍ ଆନାନ୍; ଇନାକିଦେଂକି ଇନାକା ଜଜ୍ନା ଆତାତ୍ନା, ହେଦାଂ କିୟାନାତ୍ । 37 ହେୱାନ୍ ଜାର୍ ଲାତ୍ରାହିର୍ନିକା ପେନ୍କୁକାଂ ମାନିକିଉନ୍; କି କଗ୍ଲେକ୍ତି ଇଚାତିଂ କିବା ଇମ୍ଣାକାପା ପେନ୍କୁକାଂ ମାନିକିଉନ୍; ଇନାକିଦେଂକି ହେୱାନ୍ ୱିଜ଼ାର୍ତାଂ ଜାର୍ତିଂ ଗାଜାକାନ୍ କିନାନ୍ । 38 ମତର୍ ଜାର୍ ବାହାତ ହେୱାନ୍ ଗାଡ଼୍ନି ପେନ୍କୁକାଂ ସମାନ୍ କିନାନ୍ ଆରି ତା ଲାତ୍ରାହିର୍ ପୁନ୍ୱି ପେନ୍କୁକାଂ ହନା, ରୁପା, ବେସିମଲ୍ କାଲ୍ ଆରି ହାର୍ଦି ଜିନିସ୍ ହିଜ଼ି ଜିଉ କିନାନ୍ । 39 ଆରେ, ହେୱାନ୍ ବିଦେସ୍ନିକା ପେନ୍ନି ଉପ୍କାର୍ତ ଡାଟ୍ନିକା ଗାଡ଼୍ନି ବିରୁଦ୍ତ କାମାୟ୍ କିନାନ୍, ଇମ୍ଣାକାନ୍ ତାଂ ମାନିକିନାନ୍, ହେୱାନ୍ ତା ଜାଜ୍ମାଲ୍ ବାଡାୟ୍ କିନାନ୍ ଆରି ଆଦେକ୍ତି ଜପି ହେୱାରିଂ ରାଜ୍ ପାଦ୍ ହିନାନ୍ ଆରି ଲାବ୍ ଲାକେ ବୁଇଁ ବାଟା କିନାନ୍ ।
40 ଆରି ୱିସ୍ତି କାଡ଼୍ଦ ମିସର୍ ଦେସ୍ନି ରାଜା ତା ଲାହାଂ ବିରୁଦ୍ କିନାନ୍ ଆରି ସିରିୟା ଦେସ୍ନି ରାଜା ଗଡ଼ାଗାଡ଼ି, ଗଡ଼ାଦୁମ୍ନାକାର୍ ଆରି ଆଦେକ୍ ଜାଜ୍ ଅଜ଼ି ତା ବିରୁଦ୍ତ ହୁଜ଼ାୱାଣି ଲାକେ ୱାନାନ୍ ଆରି ହେୱାନ୍ ବାର୍ବିନ୍ ଦେସ୍ ବିତ୍ରେ ହଣ୍ଜି ଗାଜା ଲାକେ ବଡ଼ାନାକା କିଜ଼ି ବଡ଼ାଜ଼ି ହାନାତ୍ । 41 ହେୱାନ୍ ପା ହଲ୍ନି ଦେସ୍ତ ହଣାନ୍, ହେବେ ଆଦେକ୍ ଦେସ୍ ଆରା ଆନାତ୍; ମତର୍ ଇଦମ୍ ଆରି ମୟାବ ଆରି ଅମନିୟ-ହିମ୍ଣାଂନି ମୁଡ଼୍ବାଗ୍ ତା କେଇଦାଂ ରକ୍ୟା ପାୟାନାର୍ । 42 ଆରେ, ହେୱାନ୍ ବାର୍ବିନ୍ ଦେସ୍ ଜପି ଜାର୍ କେଇ ପାହ୍ନାନ୍ ଆରି ମିସର୍ ଦେସ୍ ରକ୍ୟା ପାୟାଉତ୍ । 43 ମତର୍ ମିସର୍ନି ହନା ଆରି ରୁପାନି ଗାଦ୍ୟା ସବୁ ଆରି ବେସିମଲ୍ ଜିନିସ୍ସବୁ ତା କେଇଦଆନାତ୍; ଆରେ, ଲୁଦିୟ ଆରି କୁସିୟର୍ ତା ପାଚେ ହାନାର୍ । 44 ମତର୍ ପୁର୍ବେ ଦେସ୍ ଆରି ସିରିୟା ଦେସ୍ତାଂ ୱାତି କାବୁର୍ ହେୱାନିଂ କେଦି କିନାତ୍; ହେବେ ହେୱାନ୍ ଆଦେକ୍ତିଂ ୱିହ୍ନାନ୍ ଆରି ପୁରାରଚେ ନାସ୍ କିନି କାଜିଂ ଗାଜା ରିସାତାଂ ହାଜ଼ିଆହ୍ନାନ୍ । 45 ଆରେ, ହେୱାନ୍ ହାମ୍ଦୁର୍ ଆରି ହଲ୍ନି ପୁଇପୁୟା ମାଡ଼ିନି ବିତ୍ରେ ଜାର୍ ରାଜାନିକା ତୁମ୍ ରଚ୍ନାନ୍; ଆତିସ୍ପା ତା ୱିସ୍ତି କାଡ଼୍ ଇକାୱାନାତ୍, ଆରେ ଇନେର୍ ତା ଉପ୍କାର୍ କିଉର୍ ।