1 ମାଦିୟ ବଁସ୍ଗାଟାତି ଅକ୍ୟସ୍ୱେସର୍ ମେହି ଜେ ଦାରିୟାବସ୍ କଲଦିୟ ରାଜି ଜପି ବାଚି କିୟାଆଜ଼ି ମାଚାନ୍, ତା ପର୍ତୁମ୍ ବାର୍ହୁତ । 2 ତା ସାସନ୍ କାଡ଼୍ନି ପର୍ତୁମ୍ ବାର୍ହୁତ ଆନ୍, ଦାନିୟେଲ୍, ସାସ୍ତର୍ ହୁଦାଂ ବାର୍ହୁନି ଲମର୍, ଇଚିସ୍, ଜିରୁସାଲମ୍ନି ବୁଡାତି ସମୁ ସତୁରି ବାର୍ହୁ ଆନି ବିସ୍ରେ ନିତ୍ରେମାପ୍ରୁତିନି ଇମ୍ଣି ବଚନ୍ ଜିରିମିୟ ବେଣ୍ବାକ୍ଣାୟ୍କିନାକାନ୍ ଲାଗାୟ୍ ଏକାୱାତାତ୍, ହେଦାଂ ଆନ୍ ବୁଜାତାଂ । 3 ଲାଗ୍ ଆନ୍ ଉପାସ୍, ବାସ୍ତା ଉସ୍ପିସ୍ ଆରି ନିସ୍ କାଜ଼୍ୟାଜ଼ି ପାର୍ତନା ଆରି ଗୱାରି ହୁଦାଂ ମାପ୍ରୁ ପର୍ମେସ୍ୱର୍ତି ଡେକ୍ନି କାଜିଂ ତା ନିପ କାଣ୍କୁ କିତାଂ । 4 ଆରେ, ଆନ୍ ନିତ୍ରେମାପ୍ରୁ ନା ପର୍ମେସ୍ୱର୍ତି ଲାଗାୟ୍ ପାର୍ତନା କିତାଂ ଆରି ପାପ୍ ହାର୍ମାନି କିଜ଼ି ଇଚାଙ୍ଗ୍, ଏ ମାପ୍ରୁ, ଏନ୍ ଗାଜାକାୟ୍ ଆରି ବୟଙ୍କାର୍ନିକାୟ୍ ପର୍ମେସ୍ୱର୍, ଇମ୍ଣାକାର୍ ନିଂ ଜିଉନଦ୍ନାର୍ ଆରି ନି ବଲ୍ ମାନି କିନାର୍, ଏନ୍ ହେୱାର୍ତି କାଜିଂ ନିୟମ୍ ଆରି ଦୟା ରକ୍ୟା କିଜ଼ିମାନାୟ୍ ।
5 ଆପେଙ୍ଗ୍ ପାପ୍ ଆରି କାରାପ୍ବେବାର୍ କିତାପ୍ନା ଆରି ବାନ୍ୟା କାମାୟ୍ କିଜ଼ି କୁର୍ଲିୟା ଆତାପ୍ନା, ଆରେ ନି ବିଦି ଆରି ସାସନ୍ନି ହାଜ଼ି ପିସ୍ତାପ୍ନା । 6 ଆରେ, ନିଦାଂ ଇମ୍ଣି ଆଡ଼୍ୟା ବେଣ୍ବାକ୍ଣାୟ୍କିନାକାର୍ ମା ରାଜାରିଂ, ମା ଆଦିକାରିରିଂ ଆରି ମା ଆକରିଂ ଆରି ଦେସ୍ନିକା ଲକୁସବୁରିଂ ନି ତର୍ଦ କାତା ଇଚାର୍, ହେୱାର୍ କାଜିଂ ଆପେଙ୍ଗ୍ ୱେନ୍ୱାତାପ୍ନା । 7 ଏ ମାପ୍ରୁ ଦାର୍ମିନିକା ନିଦାଂ, ମତର୍ ନେଞ୍ଜେଙ୍ଗ୍ନି ନିୟାୟ୍ ମୁମ୍ନି ମନ୍ଦୁକ୍ ମାଦାଂ; ନି ବିରୁଦ୍ତ କିତି ହାତ୍ପା ଉଡ଼ାନାକା କାଜିଂ ଜିହୁଦାନି ଲଗୁ ଆରି ଜିରୁସାଲମ୍ ନିକାର୍ ଆରି ନି ହୁଦାଂ ଇଣ୍ଆତି ସବୁ ଦେସ୍ନିକା ଲାଗାୟ୍ନିକାର୍ ଆରି ଦେହାନିକାର୍ ୱିଜ଼ାର୍ ଇସ୍ରାଏଲ୍ ଲଗୁ ମନ୍ଦୁକ୍ନି ଲଗୁ । 8 ଏ ମାପ୍ରୁ ମୁମ୍ନି ବାନ୍ୟାବାନି ମାଦାଂ, ମା ରାଜାର୍ତି, ମା ଆଦିକାରିର୍ତି ଆରି ମା ଆକର୍ତି ଆନାତ୍, ଇନାକିଦେଂକି ଆପେଙ୍ଗ୍ ନି ବିରୁଦ୍ତ ପାପ୍ କିତାପ୍ନା । 9 ବାର୍ବିନ୍ ଦୟା ଆରି କେମା ମା ମାପ୍ରୁ ପର୍ମେସ୍ୱର୍ ନିକାୟ୍; ଇନାକିଦେଂକି ଆପେଙ୍ଗ୍ ହେୱାନ୍ତି ବିରୁଦ୍ତ କୁର୍ଲି ବେବାର୍ କିତାପ୍ନା । 10 ଆରି ହେୱାନ୍ ଜାର୍ ବେଣ୍ବାକ୍ଣାୟ୍କିନାକାନ୍ତି ହୁଦାଂ ଜାର୍ତି ଇମ୍ଣି ବିଦିସବୁ ମା ମୁମ୍ଦ ଇଟ୍ତାନ୍, ତାଇସାବ୍ରେ ପାଲି କିନି କାଜିଂ ଆସେଙ୍ଗ୍ ନିତ୍ରେମାପ୍ରୁ ମା ପର୍ମେସ୍ୱର୍ତି କାଟ୍ତ ମାନ୍ଦିଆନ୍ କିୱାତାପ୍ନା । 11 ଆଁ, ସବୁ ଇସ୍ରାଏଲ୍ ନି ବିଦି ଉଡ଼ାତାର୍ନା, ନି କାଟ୍ତ ଇନେସ୍ ହେୱାର୍ ମାନ୍ଦିଆନ୍ କିଉର୍, ଇଦାଂକାଜିଂ ହେୱାର୍ ବିନ୍ହାଜ଼ିହାନାକାର୍ ଆତାର୍ନା, ଇ କାରଣ୍ତାଂ ସାଇପ୍ ଆରି ପର୍ମେସ୍ୱର୍ତି ହେବାକାରି ମସାତି ବିଦିତ ଲେକାତି ପାର୍ମାଣ୍ ମା ଜପି ୱାକ୍ୟା ଆତାତ୍ନା; ଇନାକିଦେଂକି ଆସେଙ୍ଗ୍ ତା ବିରୁଦ୍ତ ପାପ୍ କିତାସ୍ନା । 12 ଆରେ, ହେୱାନ୍ ମା ଜପି ବେସି ଅସୁବ୍ ଗିଟାୟ୍କିଦ୍ନି ହୁଦାଂ ମା ବିରୁଦ୍ତ ଆରି ଇମ୍ଣି ବିଚାର୍କାର୍ୟାର୍ ମା ବିଚାର୍ କିତାର୍, ହେୱାର୍ତି ବିରୁଦ୍ତ ଇନାକା ଇଞ୍ଜିମାଚାର୍, ଜାର୍ତି ହେ ବଚନ୍ ହେୱାନ୍ ପୁରା କିତାନ୍ନା; ଇନାକିଦେଂକି ଜିରୁସାଲମ୍ କାଜିଂ ଇନାକା କିୟାଆତାତ୍ନା, ସବୁ ଆକାସ୍ନିକା ତାରେନ୍ ହେଲାକେ କିୟାଆୱାତାତ୍ନା । 13 ମସାତି ବିଦିନି ଲେକିକିନି ଇସାବ୍ରେ ଇସବୁ ଅସୁବ୍ ମା କାଜିଂ ଗିଟାତାତ୍ନା; ଆତିସ୍ପା ଆସେଙ୍ଗ୍ ଜାର୍ ଜାର୍ ପାପ୍ତାଂ ମାଜ଼୍ନି କାଜିଂ ଆରି ନି ହାତ୍ପାନିକା ବୁଜାନି କାଜିଂ ନିତ୍ରେମାପ୍ରୁ ମା ଆଦିକାରି ପର୍ମେସ୍ୱର୍ତି ଲାଗାୟ୍ ଗୱାରି କିୱାତାସ୍ନା । 14 ଇଦାଂକାଜିଂ ନିତ୍ରେମାପ୍ରୁ ଅସୁବନିକା ଜାଗ୍ରତ୍ ଆଜ଼ି ମା କାଜିଂ ହେଦାଂ ଗିଟାୟ୍କିତ୍ତାନ୍ନା; ଇନାକିଦେଂକି ନିତ୍ରେମାପ୍ରୁ ମା ପର୍ମେସ୍ୱର୍ ଇନା ଇନାକା କିନାନ୍, ଜାର୍ତି ହେ ସବୁ କାମାୟ୍ତ ହେୱାନ୍ ଦାର୍ମି ନିକାନ୍, ମତର୍ ଆସେଙ୍ଗ୍ ତା କାଟ୍ତ ମାନ୍ଦିଆନ୍ କିୱାତାସ୍ନା ।
15 ଲାଗ୍ ନଂ ଏ ମାପ୍ରୁ, ମା ପର୍ମେସ୍ୱର୍, ଏନ୍ ବାଡ଼୍କାସ୍ କେଇ ହୁଦାଂ ମିସର୍ ଦେସ୍ତାଂ ଜାର୍ ଲଗାଂ ହପ୍ଚି ତାହି ନେଞ୍ଜେଙ୍ଗ୍ନି ନିୟାୟ୍ ଡାକ୍ପୁଟା ଲାବ୍ କିତାୟ୍ନା; ଆପେଙ୍ଗ୍ ପାପ୍ କିତାପ୍ନା, ଆପେଙ୍ଗ୍ ବାନ୍ୟା କାମାୟ୍ କିତାପ୍ନା । 16 ଏ ମାପ୍ରୁ, ଗୱାରି କିଦ୍ନାଂ, ନିଦାଂ ୱିଜ଼ୁ ଦାର୍ମିନିକା ଇସାବ୍ରେ, ନିଦାଂ ଗାଡ଼୍ ଜିରୁସାଲମ୍, ନି ପୁଇପୁୟା ମାଡ଼ି କାଜିଂ ନି ରିସା ଆରି ବାଡ଼୍ୟାନାକା ବନ୍ଦ୍ ଆୟେତ୍; ଇନାକିଦେଂକି ମା ପାପ୍ ଆରି ମା ଆକର୍ତି ଅଦରମ୍ କାଜିଂ ଜିରୁସାଲମ୍ ଆରି ନି ଲକୁ ମା ଚାରିବେଣ୍ତିନି ଲକୁନି ନିନ୍ଦାନି ଲଗୁ ଆତାର୍ଣ୍ଣା । 17 ଇଦାଂକାଜିଂ ଏ ମା ପର୍ମେସ୍ୱର୍, ନଂ ନି ଆଡ଼ିଏନ୍ତି ପାର୍ତନା ଆରି ଗୱାରିତ ୱେନା ଆରି ନିଦାଂ ଇ ଇମ୍ଣି ଦାରୁମ୍ଇଲ୍ ନାସ୍ ଆତାତ୍ନା, ତା କାଜିଂ ମାପ୍ରୁତି କାଜିଂ ଜାର୍ ମୁମ୍ ଅଜଡ଼୍ କିଆ । 18 ଏ ନା ପର୍ମେସ୍ୱର୍, କିତୁଲ୍ ହିଜ଼ି ୱେନା; ଜାର୍ କାଣ୍ଗା ମେଲାକିଜ଼ି ମା ଡ୍ରିଙ୍ଗ୍ତାକା କାଜିଂ ଆରି ନି ତର୍ଦ ଡାକ୍ପୁଟା ଇ ଗାଡ଼୍ କାଜିଂ ହୁଡ଼ା; ଇନାକିଦେଂକି ଆପେଙ୍ଗ୍ ନିଜ୍ ଦାର୍ମିନିକା କାଜିଂ ଆକାୟ୍, ମତର୍ ନି ଗାଜାଦୟା କାଜିଂ ନି ଲାଗାୟ୍ ମା ଗୱାରି କିଦ୍ନାପା । 19 ଏ ମାପ୍ରୁ, ୱେନା, ଏ ମାପ୍ରୁ, କେମା କିଦା; ଏ ମାପ୍ରୁ, ମାନ୍ଦିଆନ୍ କିଜ଼ି କାମାୟ୍ କିଆ; ମାଲା ଆମା; ଏ ନା ପର୍ମେସ୍ୱର୍, ନିଜ୍ କାଜିଂ କାମାୟ୍ କିଆ, ଇନାକିଦେଂକି ନି ଗାଡ଼୍ ଆରି ନି ଲକୁ ନି ତର୍ଦ ଡାକ୍ପୁଟା ନିକାୟ୍ ।
20 ଇଲାକେ ଆନ୍ ଗୱାରି ଆରି ପାର୍ତନା କିଜ଼ି ମାଚାଙ୍ଗ୍, ଆରେ ନା ପାପ୍ ଆରି ନା ଇସ୍ରାଏଲ୍ ଲକୁନି ପାପ୍ ମାନିକିଜ଼ି କିଜ଼ି ମାଚାଙ୍ଗ୍, ଆରେ ନା ପର୍ମେସ୍ୱର୍ତି ପୁଇପୁୟା ମାଡ଼ି କାଜିଂ ନିତ୍ରେମାପ୍ରୁ ନା ପର୍ମେସ୍ୱର୍ତି ଲାଗେ ଜାର୍ ଗୱାରି ହିଜ଼ି ମାଚାଙ୍ଗ୍; 21 ଏଲେଙ୍ଗ୍ ଆନ୍ ପାର୍ତନା କିଜ଼ି କାତା ଇନୁ ଇନୁ ଆଗେନି ଦର୍ସନ୍ତ ଆନ୍ ଇନେରିଂ ହୁଡ଼୍ଜି ମାଚାଙ୍ଗ୍, ହେ ମାନାୟ୍ ଗାବ୍ରିଏଲ୍ ବେଗି ଉମ୍ନି କାଜିଂ ବଲ୍ ପାୟାଜ଼ି ଆଜ଼ିମାନାତ୍ ମ୍ଡିକାହାରେସ୍ନି ଆକାତ୍ ସମୁତ ୱାଜ଼ି ନାଂ ଡୁତାତାନ୍ । 22 ଆରେ, ହେୱାନ୍ ନାଂ ହିକ୍ୟା ହିତ୍ତାନ୍ ଆରି ନା ଲାହାଂ କାତାବାର୍ତା କିଜ଼଼ି ଇଞ୍ଚାନ୍, ଏ ଦାନିୟେଲ୍, ଆନ୍ ନଂ ନିଂ ବୁଦିନି ହାତୁର୍ ହିଦ୍ଦେଂ ୱାତାଂ । 23 ନି ଗୱାରିନି ହାଂତି ୱେଡ଼ାଲିଂ ବଲ୍ ହତ୍ତାତ୍, ଆରେ ନିଂ ୱେଚ୍ଚିନି କାଜିଂ ଆନ୍ ୱାତାଂନା, ଇନାକିଦେଂକି ଏନ୍ ବେସି ୱାରିନିଲଗୁ; ଇଦାଂକାଜିଂ ଇ ବିସ୍ରେ ଚିନ୍ତା କିଆ ଆରି ଦର୍ସନ୍ ବୁଜାଆ ।
24 ବଲ୍ ଉଡ଼ାନାକା ୱିସ୍ତି ଆରି ପାପ୍ନି ସେସ୍ କିଦେଂ ଆରି ଅଦାର୍ମିନି ଜିବୁନ୍ହିନି କାଜିଂ, ଆରେ ୱିଜ଼୍ୱିକାଡ଼୍ନିକା ମୁଦ୍ କିଦେଂ ଆରି ପୁଇପୁୟାନିକାନିଂ ଚିକାଣ୍ନେନ୍ଦେଙ୍ଗ୍ ନି ଲକୁନି ଆରି ନି ପୁଇପୁୟା ଗାଡ଼୍ କାଜିଂ ସତୁରି ସାତ୍ ବାର୍ହୁ ତିର୍ ଆତାତ୍ନା । 25 ଇଦାଂକାଜିଂ ଏନ୍ ପୁନା ଆରି ବୁଜାଆ ଜେ, ଜିରୁସାଲମ୍ତିଂ ଆରେରଚ୍ନାକା ଆରି ରଚ୍ନାକାନି ବଲ୍ ହିନି ସମୁତାଂ ଆଦିକାରି, ଚିକାଣ୍କାସ୍ୟାତି ମୁଣିକାତି ପାତେକ୍ ସାତ୍ ବାର୍ହୁ ଆନାତ୍; ଆରେ ଅସୁବିଦା କାଡ଼୍ଦ ନେ ହେଦାଂ ପରିକ୍ୟା ଆରି କ୍ଡଇ ଲାହାଂ ତିନ୍ କଡ଼ି ରି ବାର୍ହୁ ଆରେରଚ୍ୟାନାତ୍ । 26 ଆରେ, ତିନ୍ କଡ଼ି ରି ବାର୍ହୁ ପାଚେ ଚିକାଣ୍କାସ୍ୟାତି ମୁଣିକା ନାସ୍ ଆନାନ୍ ଆରି କାକୁଲ୍ତି ଆନାନ୍; ଆରେ, ୱାନିଦିନ୍ ଆଦିପତିନି ଲକୁ ଗାଡ଼୍ ଆରି ମନ୍ଦିର୍ ନସ୍ଟ କିନାର୍ ଆରି ବଡ଼ାନି ଦୁୱେର୍ ତାଦି ୱିଜ଼୍ନାତ୍, ଆରେ ୱିଜ଼୍ନି ପାତେକ୍ ନେ ଜୁଜ୍ ଆନାତ୍; ବାର୍ବିନ୍ ନାସ୍ଆନାକା ତିର୍ ଆତାତ୍ନା । 27 ଆରେ, ହେୱାନ୍ ର ବାର୍ହୁ ପାତେକ୍ ଆଦେକ୍ ଲାହାଂ ଆଟ୍ୱା ନିୟମ୍ କିନାନ୍ ଆରି ବାର୍ହୁନି ଆଦେକ୍ କାଡ଼୍ ଡ଼ାବ୍ଗିସ୍ ଆରି ଆକାତ୍ ଟେବାୟ୍ କିୟ୍କିନାନ୍; ଆରେ, ଗିଣ୍ଜଗ୍ ଆଡ଼୍ମାଡ଼୍ ସବୁନି ପାକ୍ୟା ଜପି ନାସ୍ନିକା ରୱାନ୍ ୱାନାନ୍; ଆରେ, ତିର୍ ପୁରା ପାତେକ୍ ନାସ୍ନିକାନ୍ ଜପି ରିସା ୱାକ୍ୟାନାତ୍ ।