13 ନା ତାଂ ଇମ୍ଣି ୱିଜ଼ୁ ହାର୍ଦାକା କାତା ୱେଚାଦେର୍ଣ୍ଣା, କ୍ରିସ୍ଟ ଜିସୁତି ପାର୍ତି ବିସ୍ରେ ଆରି ଜିଉନନିତ ହେଦାଂ ୱାରି ବାବ୍ରେ ଆସ୍ତି ଇଟାଟ୍ । 14 ଇମ୍ଣି ଗାଜା ବିସ୍ରେ ଦାୟିତ୍ ମି ଜପି ପିହ୍ୟା ଆତାତ୍ନ୍ନା, ମା ବିତ୍ରେ ବାହା କିଜ଼ିମାନି ପୁଇପୁୟା ଜିବୁନ୍ନି ସାକ୍ତିତ ହେ ସବୁତିଂ ରାକ୍ୟା କିୟାଟ୍ ।